ଓଡ଼ିଶା

କୁନ୍ଦୁଲି ଗଣଦୁଷ୍କର୍ମ ପୀଡିତାର ମୃତ୍ୟୁ ଘଟଣାର ସରଜମିନ ତଦନ୍ତ ପ୍ରସଂଗରେ: ୩ ଜଣିଆ ବିଜେପି କେନ୍ଦ୍ରୀୟ ତଦନ୍ତ କମିଟି ଆସନ୍ତାକାଲି ଓଡିଶାରେ ପହଂଚିବେ

ଭୁବନେଶ୍ୱର, ତା ୦୧/୦୨ (ଓଡ଼ିଆ ପୁଅ) : କୁନ୍ଦୁଲି ଗଣ ଦୁଷ୍କର୍ମ ପୀଡିତାର ମୃତ୍ୟୁ ଘଟଣାର ସରଜମିନ ତଦନ୍ତ କରିବା ପାଇଁ କେନ୍ଦ୍ରୀୟ ବିଜେପି ପ୍ରତିନିଧି ଦଳର ୩ ଜଣିଆ ସଦସ୍ୟ ଆସନ୍ତକାଲି ଆସି ଓଡିଶାରେ ପହଂଚିବେ। ବିଜେପି ରାଷ୍ଟ୍ରୀୟ ସଭାପତି ଶ୍ରୀ ଅମିତ ଶାହାଙ୍କ ନିର୍ଦ୍ଦେଶ କ୍ରମେ ଗଠିତ ଏହି ପ୍ରତିନିଧି ଦଳରେ ରାଷ୍ଟ୍ରୀୟ ସାଧାରଣ ସଂପାଦିକା ସୁଶ୍ରୀ ସରୋଜ ପାଣ୍ଡେ, ରାଷ୍ଟ୍ରୀୟ ସଂପାଦିକା ତଥା ସାଂସଦ ଜ୍ୟୋତି ଧ୍ରୁବେ ଏବଂ ଲୋକସଭା ସାଂସଦ ଶ୍ରୀମତି ଅଂଜୁ ବାଲା ସଦସ୍ୟା ଅଛନ୍ତି।

୩ ଦିନିଆ ଗସ୍ତରେ ଆସି ଆସନ୍ତା କାଲି ଦିନ୧ଟା ୧୦ ମିନିଟରେ ଏହି ପ୍ରତିନିଧୀ ଦଳ ଭୁବନେଶ୍ୱର ବିମାନବନ୍ଦରରେ ଅବତରଣ କରିବେ। ପରେ ସଂଧ୍ୟାରେ ଟ୍ରେନ ଯୋଗେ କୋରାପୁଟ ଗସ୍ତ କରିବେ। ଆସନ୍ତା ଫେବୃଆରୀ ୩ ତାରିଖ ଶନିବାର ଦିନ ଏହି ପ୍ରତିନିଧି ଦଳ କୁନ୍ଦୁଲି ଯାଇ ଘଟଣା ସ୍ଥଳରେ ପହଂଚି ଘଟଣାର ସରଜମିନ ତଦନ୍ତ କରିବେ। କେଉଁ କାରଣରୁ ପୀଡିତା ଆତ୍ମହତ୍ୟା କଲା ତାହାର ପୁଙ୍ଖାନୁପୁଙ୍ଗ ତଦନ୍ତ କରିବା ସହ ମୃତ ପୀଡିତାର ପରିବାର ସଦସ୍ୟଙ୍କ ସହ ଏହି ପ୍ରସଙ୍ଗରେ ବିସ୍ତୃତ ଆଲୋଚନା କରିବେ। ଫେବୃଆରୀ ୪ ତାରିଖ ଦିନ ଏହି ପ୍ରତିନିଧି ଦଳ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀ କରି ଗସ୍ତ ସଂପର୍କରେ ସୂଚନା ପ୍ରଦାନ କରିବେ। ଅପରାହ୍ନରେ ବିଜେପିର ଏହି ପ୍ରତିନିଧି ଦଳ ଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରି ଗସ୍ତ ରିପୋର୍ଟ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ଅମିତ୍ ଶାହାଙ୍କୁ ପ୍ରଦାନ କରିବେ।

ଏହି କେନ୍ଦ୍ରୀୟ ପ୍ରତିନିଧୀ ଦଳ ସହ ରାଜ୍ୟ ବିଜେପି ମହିଳା ମୋର୍ଚ୍ଚା ସଭାନେତ୍ରୀ ଶ୍ରୀମତି ପ୍ରଭାତି ପରିଡା, ପୂର୍ବତନ ମନ୍ତ୍ରୀ ସୁରମା ପାଢୀ, ରାଜ୍ୟ ବିଜେପି ସଂପାଦିକା ଡ.ଲେଖାଶ୍ରୀ ସାମନ୍ତ ସିଂହାର, ମହିଳା ମୋର୍ଚ୍ଚା ଉପ ସଭାପତି ସ୍ମୃତି ପଟ୍ଟନାୟକ, ରାଜ୍ୟ ସାଧାରଣ ସଂପାଦିକା ପ୍ରତିଭା ଶତପଥୀ ଏବଂ ଡ.ଐଶ୍ୱର୍ଯ୍ୟା ବିଶ୍ୱାଳ ପ୍ରମୁଖ ସାମିଲ ରହିବେ ବୋଲି ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ଶ୍ରୀମତୀ ପରିଡା ସୂଚନା ଦେଇଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top