କୁନ୍ଦୁଲି ଗଣଦୁଷ୍କର୍ମ ଘଟଣା ; ବୟାନ ଦେବାକୁ ବିଚାର ବିଭାଗୀୟ କମିଶନଙ୍କ ସର୍ବ ସାଧାରଣଙ୍କୁ ଆହ୍ୱାନ

କୋରାପୁଟ ; ତା୧୪-୦୪-୧୮(ଓଡିଆପୁଅ/ରଂଜନ କୁମାର ଦାସ) ବହୁ ଚର୍ଚିତ କୁନ୍ଦୁଲି ଗଣଦୁଷ୍କର୍ମ ଓ ଆତ୍ମହତ୍ୟା ଘଟଣାର ବିଚାର ବିଭାଗୀୟ ତଦନ୍ତ ପ୍ରକ୍ରିୟା ଆରମ୍ଭ ହୋଇଥିବାବେଳେ ଘଟଣା ସମ୍ପର୍କରେ ଜାଣିଥିବା ବ୍ୟକ୍ତି ବିଶେଷ କିମ୍ବା ସଙ୍ଗଠନ କମିଶନଙ୍କ ସମୁଖରେ ବୟାନ ଦେବାକୁ ଆହ୍ୱାନ ଦିଆ ଯାଇଛି । ରାଜ୍ୟ ସରକାର କୋରାପୁଟ ଜିଲା ଓ ଦୌରା ଜଜ୍ ଙ୍କୁ ନେଇ ଜଣିକିଆ କମିଶନ ବସାଇଥିବାରୁ ଇଛୁକ ବ୍ୟକ୍ତି ବା ସଙ୍ଗଠନ ଜିଲା ଦୌରା ଜଜ୍ଙ୍କ ନିକଟରେ ସେମାନଙ୍କ ବୟାନ ଦେଇ ପାରିବେ ବୋଲି ପୋଷ୍ଟର ମାଧ୍ୟମରେ ଜନ ସାଧାରଣଙ୍କୁ ଜଣାଇ ଦିଆ ଯାଇଛି । ଶୁକ୍ରବାର କୁନ୍ଦୁଲି ଓ ଏହାର ଆଖପାଖ ଅଂଚଳରେ ଏପରି ପୋଷ୍ଟର ଲଗା ଯାଇଥିବା ଦେଖିବାକୁ ମିଳିଛି । କେଉଁ ପରିସ୍ଥିତିରେ କୁନ୍ଦୁଲି ପୀଡିତା ନାବାଳିକାଙ୍କୁ ଅପହରଣ କରିବା ସହ ଦୁଷ୍କର୍ମ କରାଗଲା,ଅଭିଯୁକ୍ତ ମାନଙ୍କ ସମ୍ପର୍କରେ ଯେ କୌଣସି ତଥ୍ୟ ଜାଣିଥିଲେ ଏବଂ ପୀଡିତା କେଉଁ ପରିସ୍ଥିତିରେ ଆତ୍ମହତ୍ୟା କଲେ ସେହି ସବୁ ଦିଗକୁ ନେଇ ତଦନ୍ତ ହେବାକୁ ଥିବାରୁ ଇଛୁକ ବ୍ୟକ୍ତି ଏ ଦିଗରେ ଜାଣିଥିବା ବୟାନ ଦେଇ ପାରିବେ ବୋଲି ପୋଷ୍ଟରରେ ଉଲେଖ ରହିଛି । ଘଟଣା ସମ୍ପର୍କରେ ଜାଣିଥିବା ଓ ସାକ୍ଷ୍ୟ ଦେବାକୁ ଇଛୁକ ବ୍ୟକ୍ତି ସତ୍ୟପାଠ ମାଧ୍ୟମରେ ସେମାନଙ୍କ ବୟାନ ୧୬ ତାରିଖ ସୁଦ୍ଧା ପଠାଇ ପାରିବେ ବୋଲି କୁହା ଯାଇଛି ।

Leave a Reply

Your email address will not be published. Required fields are marked *