କୁନ୍ଦୁଲି ଗଣଦୁଷ୍କର୍ମ ଏସଆଇଟି ଘୋଷଣା ପ୍ରସଙ୍ଗ: ଦୋଷ ଘୋଡାଇବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଏହା ପୁଣି ଏକ ଷଡଯନ୍ତ୍ର :ବିଜେପି

– ଏସଆଇଟି ଗଠନ କରିବାର ଅଧିକାର ଆଇନତଃ ମାନ୍ୟବର ଉଚ୍ଚତମ ନ୍ୟାୟାଳୟଙ୍କ ପାଖରେ ଅଛି
– ନିଜ ଆଡୁ ଏସଆଇଟି ଗଠନ କରିବା ଘୋଷଣା କରି ଏହା ମାନ୍ୟବର କୋର୍ଟଙ୍କ ତତ୍ୱାବଧାନରେ ଚାଲିବ ବୋଲି ଘୋଷଣା କରିବା ଅନ୍ତସାର ଶୂନ୍ୟ କଥା। ଏହାର ଆଇନଗତ କିଛି ବୈଧତା ନାହିଁ
– ଗୃହମନ୍ତ୍ରୀ ଭାବେ ମୁଖ୍ୟମନ୍ତ୍ରୀ, ଲାଂଚ ଯାଚିବା ଅଭିଯୋଗରେ ଡିଜି, କ୍ରାଇମବ୍ରାଂଚ ଡିଆଇଜି ଓ କୋରାପୁଟ ଏସପି ଦୁଷ୍କର୍ମ ହୋଇନାହିଁ କହି ସନ୍ଦେହର ଘେରରେ
– ରିପୋର୍ଟ ବଦଳାଇବା ମହାଅଭିଯୋଗ ରାଜ୍ୟ ଫରେନ୍ସିକ୍ ଲ୍ୟାବ୍ ନାଁରେ ରହିଛି
– ଏତେ ଅଭିଯୋଗ ପରେ ରାଜ୍ୟ ପୋଲିସ୍ ଅଧିକାରୀଙ୍କ ଦ୍ୱାରା କିପରି ହୋଇପାରିବ ନିରପେକ୍ଷ ତଦନ୍ତ ?
– ଏସଆଇଟି ନୁହେଁ ସିବିଆଇ ଦ୍ୱାରା ତଦନ୍ତ ହେଲେ ପୀଡିତାଙ୍କୁ ମିଳିପାରିବ ନ୍ୟାୟ

ଭୁବନେଶ୍ୱର, ତା.୦୭/୦୨(ଓଡ଼ିଆ ପୁଅ): କୁନ୍ଦୁଲି ଗଣଦୁଷ୍କର୍ମ ମାମଲାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏସଆଇଟି ଘୋଷଣା ଦୋଷ ଘୋଡାଇବା ପାଇଁ ପୁଣି ଏକ ଷଡଯନ୍ତ୍ର ବୋଲି ଅଭିଯୋଗ କରିଛନ୍ତି ବରିଷ୍ଠ ଆଇନଜୀବୀ ତଥା ବିଜେପି ରାଜ୍ୟ ମୁଖପାତ୍ର ପୀତାମ୍ବର ଆଚାର୍ଯ୍ୟ।

ଏସଆଇଟି ଗଠନ କରିବାର ଅଧିକାର ଆଇନତଃ ମାନ୍ୟବର ଉଚ୍ଚତମ ନ୍ୟାୟାଳୟଙ୍କ ପାଖରେ ଅଛି ବୋଲି କହିଛନ୍ତି ଶ୍ରୀ ଆଚାର୍ଯ୍ୟ। ତେଣୁ ମୁଖ୍ୟମନ୍ତ୍ରୀ ନିଜ ଆଡୁ ଏସଆଇଟି ଗଠନ କରିବା ଘୋଷଣା କରି ଏହା ମାନ୍ୟବର କୋର୍ଟଙ୍କ ତତ୍ୱାବଧାନରେ ଚାଲିବ ବୋଲି ଘୋଷଣା କରିବା ଅନ୍ତସାର ଶୂନ୍ୟ କଥା। ଏହାର ଆଇନଗତ କିଛି ବୈଧତା ନାହିଁ ବୋଲି ଶ୍ରୀ ଆଚାର୍ଯ୍ୟ କହିଛନ୍ତି।

ଶ୍ରୀ ଆଚାର୍ଯ୍ୟ କହିଛନ୍ତି ଯେ ପୁଣି କୁନ୍ଦୁଲି ଗଣଦୁଷ୍କର୍ମ ମାମଲାରେ ଗୃହ ମନ୍ତ୍ରୀ ଭାବରେ ଖୋଦ୍ ମୁଖ୍ୟମନ୍ତ୍ରୀ, ୯୦ ହଜାର ଲାଂଚ ଯାଚି ପୀଡିତା ସସ୍ମିତାକୁ ଚୁପ୍ କରିବାକୁ ଉଦ୍ୟମ କରିଥିବା ରାଜ୍ୟର ପୋଲିସ୍ ମୁଖ୍ୟ ଡିଜିଙ୍କ ନାଁରେ ଅଭିଯୋଗ ରହିଛି। ଏହାସହ କ୍ରାଇମବ୍ରାଂଚ ଡିଆଇଜି, କୋରାପୁଟ ଏସପି ଗଣଦୁଷ୍କର୍ମ ନାହିଁ ବୋଲି ସାର୍ବଜନିନ ବକ୍ତବ୍ୟ ଦେଇ ସତ୍ୟ ଘୋଡାଇବା ଉଦ୍ୟମରେ ଅଭିଯୁକ୍ତ। କ୍ରାଇମବ୍ରାଂଚ ନିୟନ୍ତ୍ରଣରେ ଥିବା ରାଜ୍ୟ ଫରେନ୍ସିକ୍ ଲ୍ୟାବ୍ ରିପୋର୍ଟ ବଦଳାଇବା ପରି ଗୁରୁତର ଅଭିଯୋଗ ରହିଛି।

ଏପରି ସ୍ଥିତିରେ ରାଜ୍ୟ ପୋଲିସ୍ ର ଅଫିସର ମାନଙ୍କୁ ନେଇ ନ୍ୟାୟ ମିଳିବା ସମ୍ଭାବନା ଅସମ୍ଭବ ବୋଲି କହିଛନ୍ତି ଶ୍ରୀ ଆଚାର୍ଯ୍ୟ। ରାଜ୍ୟ ପୋଲିସ୍ ନୁହେଁ ସିବିଆଇ ତଦନ୍ତ ଦ୍ୱାରା ହିଁ ଦୋଷୀ ପର୍ଯ୍ୟନ୍ତ ପହଂଚି କୁନ୍ଦୁଲି ପୀଡିତାଙ୍କ ନ୍ୟାୟ ଦିଆଯାଇ ପାରିବ ବୋଲି ଶ୍ରୀ ଆଚାର୍ଯ୍ୟ କହିଛନ୍ତି।

One thought on “କୁନ୍ଦୁଲି ଗଣଦୁଷ୍କର୍ମ ଏସଆଇଟି ଘୋଷଣା ପ୍ରସଙ୍ଗ: ଦୋଷ ଘୋଡାଇବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଏହା ପୁଣି ଏକ ଷଡଯନ୍ତ୍ର :ବିଜେପି

Leave a Reply

Your email address will not be published. Required fields are marked *