କୁଡୁମୀ ସେନାର ସଚେତନତା ଶିବିର ଓ ଗାଁକେ ଚାଲ ଅଭିଯାନ

ପାଟଣା,ତା୨୩/୦୮(ଓଡିଆ ପୁଅ/ଅଭିମନ୍ୟୁ) କୁଡୁମୀ ସେନା ଓଡିଶା ପକ୍ଷରୁ ବୁଧବାର କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଏରେଣ୍ଡାଇ ପଞ୍ଚାୟତ ବେଗୁନାଖମଣ ଗ୍ରାମରେ ଏକ ସଚେତନତା ଶିବିର ଓ ଗାଁକେ ଚାଲ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । କାର୍ଯ୍ୟକ୍ରମରେ ଉପସ୍ଥିତ କୁଡୁମୀ ସଂପ୍ରଦାୟ ଏକତା ପ୍ରଦର୍ଶନ କରିବା ସହ ଜାତିକୁ ଆଦିବାସୀ ମାନ୍ୟତା ଦାବିରେ ଆନ୍ଦୋଳନ ଚଳାଇବାକୁ ସଂପ୍ରଦାୟର ଭାଇଭଉଣୀଙ୍କୁ ଆହ୍ୱାନ ଜଣାଇଛନ୍ତି । ମୁଖ୍ୟ ଅତିଥି ଭାବେ କୁଡୁମୀସେନାର ରାଜ୍ୟ ସଭାପତି ଜୟମନୀ କୁମାର ମହାନ୍ତ , ଉପସଭାପତି ଦିବ୍ୟସିଂ ମହାନ୍ତ , ମୟୂରଭଞ୍ଜ ଜିଲ୍ଲା ସଭାପତି ଦୁର୍ଗା ଚରଣ ମହାନ୍ତ , ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଉପେନ୍ଦ୍ର ମହାନ୍ତ , ପାଟଣା ବ୍ଲକ ସଭାପତି ଖଗେଶ୍ବର ମହାନ୍ତ , ଶ୍ୟାମସୁନ୍ଦର ମହାନ୍ତ , ଭରତ ଚନ୍ଦ୍ର ମହାନ୍ତ , ନରେନ୍ଦ୍ର ମହାନ୍ତ , ମଧୁସୂଦନ ମହାନ୍ତ , ପରମାନନ୍ଦ ମହାନ୍ତ , ଗୌରହରି ମହାନ୍ତ , ସୁବାଷ ଚନ୍ଦ୍ର ମହାନ୍ତ ଓ ଦେବାନନ୍ଦ ମହାନ୍ତ ପ୍ରମୁଖ କାର୍ଯ୍ୟକ୍ରମ ରେ ସାମିଲ ଥିଲେ ।

Leave a Reply

Your email address will not be published. Required fields are marked *