କୁଡୁମୀ ଜାତିକୁ ପୁନଃ ଆଦିବାସୀ ମାନ୍ୟତା ଦାବିରେ ମୟୂରଭଞ୍ଜ ସହ ୮ଟି ଜିଲ୍ଲାରେ ୬ ଘଣ୍ଟିଆ ବନ୍ଦ ଡାକରା

ବାରିପଦା ୭ ମଇ (ଓଡ଼ିଆ ପୁଅ) : କୁଡୁମୀ ଜାତିକୁ ପୁନଃ ଆଦିବାସୀ ମାନ୍ୟତା ଦାବିରେ କୁଡୁମୀ ସେନା ପକ୍ଷରୁ ୬ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି। ବିଭିନ୍ନ ଜାଗାରେ ଟାୟାର ଜାଳି ୧୮ ନମ୍ବର ଜାତୀୟ ରାଜପଥ ଅବରୋଧ କରିଛନ୍ତି। ଆଜି ମୟୂରଭଞ୍ଜ ସହ ୮ଟି ଜିଲ୍ଲାରେ ବନ୍ଦ ଡାକରା ଦେଇଛି କୁଡୁମୀ ସେନା।

ସୂଚନାଯେଗ୍ୟଯେ, ମାର୍ଚ୍ଚ ମାସ ଦ୍ୱିତୀୟ ସପ୍ତାହରେ କୁଡ଼ମୀ ଆନ୍ଦୋଳନରେ ସାମିଲ ହୋଇଥିଲେ ଗୁଜରାଟ ପଟ୍ଟିଦାର ଆନ୍ଦୋଳନର ନେତା ହାର୍ଦ୍ଦିକ ପଟେଲ। ବାଲେଶ୍ୱରରୁ ଏକ ବିଶାଳ ବାଇକ ଶୋଭାଯାତ୍ରାରେ ବାରିପଦାରେ ପହଂଚିଥିଲେ ହାର୍ଦିକ ପଟେଲ। ଛଉ ପଡିଆରେ ଆୟୋଜିତ ଅଧିକାର ରାଲିରେ କୁଡୁମୀ ଜାତିକୁ ଆଦିବାସୀ ସୂଚିରେ ପୁନଃ ସାମିଲ କରିବାକୁ ଦାବି କରିଥିଲେ ହାର୍ଦ୍ଦିକ। (ପ୍ରତିକାତ୍ମକ ଫଟୋ)

Leave a Reply

Your email address will not be published. Required fields are marked *