କୁଡୁଟୁଲିରେ ଦକ୍ଷତା ବୃଦ୍ଧି ତାଲିମ ଶିବିର

କନ୍ଧମାଳ ୨୫-୪ (ଓଡ଼ିଆ ପୁଅ/ଅଶୋକ ଦିଗଲ): କ.ନୂଆଗାଁ ବ୍ଲକ ର କୁଡୁଟୁଲି ଗ୍ରାମରେ ପ୍ରାଣୀଧନ କ.ନୂଆଗାଁ, ଆନୁକୂଲ୍ୟରେ ପଶୁପକ୍ଷୀ ପାଳନ କ୍ଷେତ୍ରରେ ଦକ୍ଷତା ବୃଦ୍ଧି ଏବଂ ସରକାରୀ ଅନୁଦାନ ବିଷୟରେ ଏକ ତାଲିମ ଶିବିର ଆୟୋଜନ ହୋଇଥିଲା। ଉକ୍ତ ତାଲିମ କାର୍ଯ୍ୟକ୍ରମ ରେ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଫୁଲବାଣୀ, ଡା. ଲଲାଟେନ୍ଦୁ କୁମାର ଆଇଚ, ଉପଖଣ୍ଡ ପ୍ରାଣୀ ଚିକିତ୍ସା ଅଧିକାରୀ ବାଲିଗୁଡା ଡା. ଦିଲ୍ଲୀପ କୁମାର ପଟ୍ଟନାୟକ, ଅତିରିକ୍ତ ପ୍ରାଣୀ ଚିକିତ୍ସା ଅଧିକାରୀ ଫୁଲବାଣୀ ଡା.ଆଶିଷ ଶତପଥୀ, ସ୍ପେଛାସେବୀ ଅଶୋକ କୁମାର ପରିଡ଼ା, କୋପରେଟିଭ ଇନ୍ସପେକ୍ଟର , ଡ଼. ପାର୍ଥ ସାରଥୀ ସ୍ୱାଇଁ ,( ପ୍ରାଣୀ ଚିକିତ୍ସକ କ. ନୂଆଗାଁ), ଡ. ଦେବ ଜ୍ୟୋତି ବେହେରା ପ୍ରାଣୀ ଚିକିତ୍ସକ ସାରଂଗଡ଼ ସମେତ ନିରୀକ୍ଷକ ସତ୍ୟ ରଞ୍ଜନ କଂହର, ଚୈତନ୍ୟ ପ୍ରଧାନ ପୁରନ୍ଦର ପ୍ରଧାନ ଓ ଦୁଇଶହରୁ ଅଧିକ ପୁରୁଷ ଏବଂ ମହିଳା ଚାଷୀ ଅଂଶ ଗ୍ରହଣ କରିଥିଲେ।

ତାଲିମ ଶିବିରଟି ମଧ୍ୟାହ୍ନ ଏଗାର ଘଂଟାରେ ସଙ୍ଘ ସଭାପତିଙ୍କ। ସଭାପତିତ୍ୱ ରେ ଆରମ୍ଭ ହୋଇଥିଲା। ପ୍ରଥମେ ଶ୍ରୀ ଅଶୋକ ପରିଡ଼ା ଦେଶୀ, ବନରାଜ, ବ୍ରୟଲର କୁକୁଡ଼ା ଏବଂ ବତକ ପାଳନ, ଏହାର ଟୀକାକରଣ ଏବଂ ଲାଭ ବିଷୟରେ ବିସ୍ତୀର୍ଣ୍ଣ ଭାବେ ଚାଷୀଙ୍କୁ ବୁଝାଇବା ସମେତ ସମନ୍ୱିତ ଏବଂ ମିଶ୍ରିତ ଚାଷ କରିବା ପାଇଁ ଉତ୍ସାହିତ କରିଥିଲେ। ଚାଷୀ ନିଜେ ନିଜ ପଶୁ ମାନଙ୍କର ଟୀକାକରଣ ଶିଖିବା ନିମନ୍ତେ ଅନୁରୋଧ କରିଥିଲେ। ତାପରେ ଶ୍ରୀ ପରିଡା ପଶୁ ପାଳନରେ ସରକାରୀ ଅନୁଦାନ ତଥା କେହୁଁ ଚାଷ ପାଇଁ କେତେ ରାଶି ପ୍ରଦାନ କରାଯାଉଛି, ଗୁହାଳ ଘର ତିଆରି ପାଇଁ କେତେ ଟଙ୍କା ଚାଷୀ ପାଇବ, ଏ ସମ୍ପର୍କରେ ନିଜର ସ୍ପଷ୍ଟ ମତ ଦେଇଥିଲେ। ମହିଳାମାନେ କେମିତି ଉପାର୍ଜନକ୍ଷମ ତଥା ସ୍ୱାବଲମ୍ବୀ ହୋଇ ନିଜ ପରିବାର ଉନ୍ନତି ସହ ଦେଶର ବିକାଶ ରେ ଅଂଶଗ୍ରହଣ କରିବେ ସେ ବିଷୟରେ ଆଲୋଚନା କରିଥିଲେ।

କ. ନୂଆଗାଁ ବ୍ଲକର ୧୪ ଟି ପଂଚାୟତର ୭୦ ଜଣ ହିତାଧିକାରୀ ଙ୍କୁ ଛେଳିର ଗୁଣାତ୍ମକମାନ ବୃଦ୍ଧି ପାଇଁ ଓଡ଼ିଶା ସରକାରଙ୍କ ପକ୍ଷରୁ ୫୦୦୦ଟଙ୍କା ର ମାନପତ୍ର ପ୍ରଦାନ କରାଯାଇଥିଲା।
ଅନ୍ତିମ ପର୍ଯ୍ୟାୟରେ ପରିଚାଳକ ଶ୍ରୀ ଗଉଡ଼ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ପୂର୍ବକ ଶିବିର ର ସମାପ୍ତି କରିଥିଲେ ଏବଂଭୋଜନ ପାଇଁ ଆମନ୍ତ୍ରଣ କରିଥିଲେ।

ଉଲ୍ଲେଖଯୋଗ୍ୟ କି ,ତାଲିମ ଶିବିର ସମାପ୍ତି ପରେ ସାମ୍ବାଦିକ ଅଶୋକ କୁମାର ଦିଗାଳ ଅଂଶଗ୍ରହଣ କରିଥିବା ଚାଷୀ ମାନଙ୍କ ମତାମତ ନେଵା ପରେ ଜଣାପଡ଼ିଲା ଯେ ଉଭୟ ପୁରୁଷ ଓ ମହିଳା ଚାଷୀ ଙ୍କ ପାଇଁ ଏହି ଶିବିର ବହୁତ ରାମଞ୍ଚକ, ଶିକ୍ଷଣୀୟ ଏବଂ ଫଳପ୍ରଦ ଥିଲା ବୋଲି ମତ ପ୍ରକାଶ କରିଥିଲେ।

Leave a Reply

Your email address will not be published. Required fields are marked *