କୁଟିଆକୁ ସରକାରୀ ବସ୍ ଚାଲୁନାହିଁ: ପରିବହନ ମନ୍ତ୍ରୀ

ଭୁବନେଶ୍ୱର, ୨୬ା୦୩ (ଓଡ଼ିଆ ପୁଅ): ଆନ୍ଧ୍ରପ୍ରଦେଶ ସୀମାନ୍ତରେ ଥିବା ଓଡ଼ିଶାର କୋରାପୁଟ ଜିଲ୍ଲା ଅନ୍ତର୍ଗତ କୁଟିଆ ଗ୍ରାମପଞ୍ଚାୟତ ମହକୁମାରେ କେବେ ସରକାରୀ ବସ୍ ଚଳାଚଳ କରୁନଥିଲା କିମ୍ବା ନୂଆ ବସ୍ ଚଳାଚଳ ନିମନ୍ତେ କୌଣସି ପ୍ରସ୍ତାବ ନାହିଁ। ବିଧାୟକ ଦିଲିପ ରାୟଙ୍କ ଏକ ସିଧାସଳଖ ପ୍ରଶ୍ନର ଉତ୍ତରରେ ପରିବହନ ମନ୍ତ୍ରୀ ଡା. ନୃସିଂହ ଚରଣ ସାହୁ ଦେଇଥିବା ଉତ୍ତରରୁ ଏହା ସ୍ପଷ୍ଟ ଜଣାପଡ଼ିଛି।

ଆନ୍ଧ୍ରପ୍ରଦେଶ ସୀମାରେ ଥିବା କୋରାପୁଟ ଜିଲ୍ଲାର କୁଟିଆ ଗ୍ରାମପଞ୍ଚାୟତ ମହକୁମାକୁ କୋରାପୁଟ-ପଟାଙ୍ଗୀରେ ସବୁଦିନିଆ ଯାତ୍ରୀବାହୀ ସରକାରୀ ବସ୍ ଚଳାଚଳ ପାଇଁ କେବେ ପ୍ରଥମେ ବ୍ୟବସ୍ଥା ହୋଇଥିଲା ଏବଂ କେବେଠାରୁ ଏହି ବସ୍ ପରିମହନ କାହିଁକି ବନ୍ଦ ରହିଥିଲା ଓ ପୁଣି ଏହି ଗ୍ରାମପୁଞ୍ଜକୁ କୋରାପୁଟ ଓ ପଟାଙ୍ଗୀକୁ ନିୟମିତ ଯାତ୍ରୀବାହି ବସ୍ ଚଳାଚଳ କେବେଠାରୁ ଆରମ୍ଭ ହୋଇଛି ବୋଲି ବିଧାୟକ ଶ୍ରୀ ରାୟ ଜାଣିବାକୁ ଚାହିଁଥିଲେ।

ଏ ପ୍ରସଙ୍ଗରେ ମନ୍ତ୍ରୀ ଡା. ସାହୁ ଉଲ୍ଲେଖ କରିଛନ୍ତି ଯେ ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ ତରଫରୁ ଆନ୍ଧ୍ରପ୍ରଦେଶ ସୀମାନ୍ତରେ ଥିବା କୋରାପୁଟ ଜିଲ୍ଲାର କୁଟିଆ ଗ୍ରାମପଞ୍ଚାୟତ ମହକୁମାକୁ କୋରାପୁଟ-ପଟାଙ୍ଗୀରୁ ପୂର୍ବରୁ କୌଣସି ବସ୍ ଚଳାଚଳ କରୁନଥିଲା କିମ୍ବା ବର୍ତ୍ତମାନ ସେଠାକୁ ନୂତନ ବସ୍ ଚଳାଚଳ ନିମନ୍ତେ ନିଗମ ନିକଟରେ କୌଣସି ପ୍ରସ୍ତାବ ନାହିଁ।

Leave a Reply

Your email address will not be published. Required fields are marked *