କୁଖ୍ୟାତ ଅପରାଧୀ କଟାଦୀପୁ ସମେତ ୩ ଗିରଫ ୨ମାଉଜର,୧୨ରାଉଣ୍ଡ ଗୁଳି,୩ମୋବାଇଲ ଓ ୧୪ ସିମକାର୍ଡ ଜବତ

କେନ୍ଦ୍ରାପଡା ୩/୩(ଓଡିଆପୁଅ/ଚିତ୍ତରଞ୍ଜନ ଦାସ ) – କେନ୍ଦ୍ରାପଡା ଜିଲ୍ଲାର ବିଭିନ୍ନ ଥାନାରେ ୨୭ଟି ସଙ୍ଗୀନ ମାମଲାର କୁଖ୍ୟାତ ଅପରାଧୀ କଟାଦୀପୁ ଓରଫ ଶିଳ୍ପତରୁ ସ୍ୱାଇଁକୁ କେନ୍ଦ୍ରାପଡା ଜିଲ୍ଲା ପୋଲିସର ସ୍ୱତନ୍ତ୍ର ସ୍କ୍ୱାର୍ଡ ରାଜସ୍ଥାନର ଭିଲ୍ୱାଡାରୁ ଗିରଫ କରି ଆଜି କୋର୍ଟ ଚାଲାଣ କରାଯାଇଛି । କଟାଦୀପୁ ନାମରେ ମାର୍ଶାଘାଇ ଥାନାରେ ୧୫ଟି, ପାଟକୁରା ଥାନାରେ ୮ଟି, କେନ୍ଦ୍ରାପଡା ସଦର ଥାନାରେ ୨ଟି ଓ କେନ୍ଦ୍ରାପଡା ଟାଉନଥାନାରେ ୨ଟି ସଙ୍ଗୀନ ମାମଲା ରହିଥିବା ସୂଚନା ଦିଆଯାଇଛି । କଟାଦୀପୁ ନିକଟରୁ ୧୪ଟି ବିଭିନ୍ନ କମ୍ପାନୀର ସିମ୍କାର୍ଡ, ୩ଟି ମୋବାଇଲ୍, ଗୋଟିଏ ଆଧାରକାର୍ଡ ସମେତ ୧ହଜାର ୪୦ ଟଙ୍କା ପୁଲିସ ଜବତ କରିଛି । ଏହି ଉପଲକ୍ଷେ ଜିଲ୍ଲା ପୋଲିସ ମୁଖ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ରାଞ୍ଚାଳ ପୋଲିସ ଆଇଜି ସୈାମେନ୍ଦ୍ର କୁମାର ପ୍ରିୟଦର୍ଶୀ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି । କଟାଦୀପୁ ନାମରେ ଡକାୟତି, ରାହାଜାନି, ବନ୍ଧୁକ ମୁନରେ ଅର୍ଥ ଆଦାୟ, ମର୍ଡର, ଧମକ ଦେଇ ବଟି ଆଦାୟ, ଜୀବନରେ ମାରିଦେବାକୁ ଧମକ ପ୍ରଭୃତି ସଙ୍ଗୀନ ମାମଲା ରହିଥିବା ଆଇ.ଜି. ଶ୍ରୀ ପ୍ରିୟଦର୍ଶୀ ସୂଚନା ଦେଇଛନ୍ତି । ଜିଲ୍ଲା ବାହାରେ ଜଗତସିଂହପୁର ଜିଲ୍ଲାର ପାରାଦୀପ ଥାନାରେ ୩ଟି ଓ ପାରାଦୀପ ଲକ୍ ଥାନାରେ ଗୋଟିଏ ଏହିଭଳି ସଙ୍ଗୀନ ମାମଲା କଟାଦୀପୁ ନାମରେ ରହିଥିବା ସୂଚନା ଦିଆଯାଇଛି । କେନ୍ଦ୍ରାପଡାରେ ଠିକାଦାରକୁ ଧମକ ଦେବା, ବନ୍ଧୁକ ମୁନରେ ଅର୍ଥ ଲୁଟ୍ କରିବା ଭଳି ଅପରାଧକୁ ପୋଲିସ ଗୁରୁତର ସହକାରେ ନେଇ ଏହିସବୁ ମାମଲାରେ ଜଡିତଥିବା ମାର୍ଶାଘାଇ ଥାନା ଅନ୍ତର୍ଗତ ଜୟଚନ୍ଦ୍ରପୁର ଗ୍ରାମର ବାବାଜି ସ୍ୱାଇଁଙ୍କ ପୁଅ କଟାଦୀପୁ ଓରଫ ଶିଳ୍ପତରୁ ସ୍ୱାଇଁକୁ ଗିରଫ କରିବା ପାଇଁ ସ୍ୱତନ୍ତ୍ର ସ୍କ୍ୱାର୍ଡ ଯୋଜନା ପ୍ରସ୍ତୁତ କରିଥିଲା । ଯାହାର ଫଳସ୍ୱରୂପ କଟାଦୀପୁକୁ ଗିରଫ କରାଯାଇପାରିଲା ବୋଲି ଆଇଜି ଶ୍ରୀ ପ୍ରିୟଦର୍ଶୀ କହିଥିଲେ । କେନ୍ଦ୍ରାପଡାରେ ଆଗାମୀ ଦିନରେ ଏଭଳି ଅପରାଧ ବିରୋଧରେ କଠୋର ଆଭିମୁଖ୍ୟ ଗ୍ରହଣ କରାଯିବ ଓ ଆବଶ୍ୟକ ପଡିଲେ ଏଭଳି ଅପରାଧୀଙ୍କ ବିରୋଧରେ ଏନ୍.ଏସ୍.ଏ ଲଗାଯିବ ବୋଲି ଆଇଜି ଶ୍ରୀ ପ୍ରିୟଦର୍ଶୀ ଗଣମାଧ୍ୟମକୁ ସୂଚନା ଦେଇଥିଲେ । ଏହି ସାମ୍ବାଦିକ ସମ୍ମିଳନୀରେ ଆରକ୍ଷୀ ଅଧିକ୍ଷକ ଦୟାନିଧି ଗୋଚ୍ଛାୟତ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଅରୁଣ କୁମାର ଜେନା,ବିକାଶ ଦାସ, କେନ୍ଦ୍ରାପଡା ଏସଡିପିଓ ରାଜୀବ ଲୋଚନ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ । ଏଥିସହିତ ଅନ୍ୟଜଣେ ଅପରାଧି ଡିହବଳରାମ ପୁର ଗ୍ରାମର କାହ୍ନା ଓରଫ ଅନିରୁଦ୍ଧ ଜେନା (୨୩) କୁ ଗୁଳକରି ହତ୍ୟା କରିଥିବା ଅଭିଯୋଗରେ ମାର୍ଶାଘାଇ ଥାନା ଅନ୍ତର୍ଗତ ଆଶ୍ରମ ବାଲିକୁଦା ଗ୍ରାମର ଶରତ ଚନ୍ଦ୍ର ମଲ୍ଲିକଙ୍କ ପୁଅ ସୁଶା କାଳିଆ ଓରଫ ଶୁଶାନ୍ତ କୁମାର ମଲ୍ଲିକ ଏବଂ ସେହି ଥାନା ଅନ୍ତର୍ଗତ ହାତିଆ ଗ୍ରାମର ନିମାଇଁ ଚରଣ ମଲ୍ଲିକଙ୍କ ପୁଅ ମିଲୁ ଓରଫ ମିଲନ କୁମାର ମଲ୍ଲିକଙ୍କୁ ଗିରଫ କରାଯାଇ ମାର୍ଶାଘାଇ ଥାନା ପୋଲିସ କୋର୍ଟ ଚାଲାଣ କରିଛି । ଏହି ଦୁଇଜଣ ଅପରାଧିଙ୍କ ନିକଟରୁ ଦୁଇଟି ବନ୍ଧୁକ, ୧୨ ରାଉଣ୍ଡ ଗୁଳି ପୋଲିସ ଜବତ କରିଥିବା ସୂଚନା ଦିଆଯାଇଛି । ଏହି ଦୁଇଜଣ ଅପରାଧୀଙ୍କ ନାମରେ ମାର୍ଶାଘାଇ ଥାନାରେ ତିନୋଟି ଓ ପାଟକୁରା ଥାନାରେ ୪ଟି ସଙ୍ଗୀନ ମାମଲା ରହିଛି । ମୃତ ଅପରାଧି ଅନିରୁଦ୍ଧର ପନ୍ôୀଙ୍କ ଅଭିଯୋଗ କ୍ରମେ ମାର୍ଶାଘାଇ ଥାନାରେ ଏକମାମଲା ରୁଜୁ କରାଯାଇଥିଲା । ମୃତ ଅନିରୁଦ୍ଧ ନାମରେ ମାର୍ଶାଘାଇ ଥାନାରେ ୫ଟି ଅପରାଧିକ ମାମଲା ରହିଥିବା ଜଣାପଡିଛି । ଅପରାଧିକ କାର୍ଯ୍ୟରେ ଆଉ ଲିପ୍ତ ରହିବା ପାଇଁ ଅମଙ୍ଗ ହେବାରୁ କଟାଦୀପୁ ଗ୍ୟାଙ୍ଗର ଲୋକ ତାକୁ ହତ୍ୟା କରିଥିବା ପୋଲିସ ସୂଚନା ଦେଇଛି ।

Leave a Reply

Your email address will not be published. Required fields are marked *