ଜିଲ୍ଲା ପରିକ୍ରମା

କୁକୁର ମୁହଁରେ ନବଜାତ ଶିଶୁର ମୃତଦେହ

ଭଦ୍ରକ, ୧୭ା୨ (ଓଡ଼ିଆପୁଅ / ପ୍ରମୋଦ ରାୟ) : ଆଜି ଭଦ୍ରକ ସହରର ଗାନ୍ଧିପଡିଆସ୍ଥିତ ଏକ ନର୍ସିଂହୋମ୍ ସନ୍ନିକଟ ସାଳନ୍ଦୀ ନଦୀ କୂଳରୁ ଏକ ନବଜାତ ଶିଶୁର ମୃତଦେହକୁ କୁକୁର କାମୁଡି ଖାଉଥିବାର ଦୃଶ୍ୟ ବହୁଲୋକଙ୍କୁ ମର୍ମାହତ କରିଛି । ଏଠାରେ ସୂଚନାଯୋଗ୍ୟ ଏହି ନର୍ସିଂହୋମ୍ ନିକଟରେ ପୂର୍ବରୁ ଏକାଧିକ ଶିଶୁଙ୍କ ମୃତଦେହ ମିଳିବା ନେଇ ଗଣମାଧ୍ୟମରେ ଚର୍ଚ୍ଚାର ବିଷୟ ହୋଇଥିଲା । ତେବେ ଏହି ଘଟଣାର ପୁନରାବୃତ୍ତି ସ୍ଥାନୀୟ ଅଂଚଳବାସୀଙ୍କ ମଧ୍ୟରେ ପ୍ରତିକି୍ରୟା ସୃଷ୍ଟି କରିଛି । ସକାଳେ ଏହି ଦୃଶ୍ୟ ଦେଖିବା ପାଇଁ ବହୁ ଲୋକଙ୍କ ଭିଡ ଦୀର୍ଘସମୟ ଧରି ଲାଗିରହିଥିଲା । ଏଣୁ ଏ ଦିଗରେ ଜିଲା ପ୍ରଶାସନ ଦୃଷ୍ଟିଦେବାକୁ ବୁଦ୍ଧିଜୀବୀ ମହଲରେ ଦାବି ହୋଇଛି ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top