ଅପରାଧ

କୁକୁର ଖାଇଥିବା ଅଧା ମଧ୍ୟାନଭୋଜନ ଖାଦ୍ୟକୁ ଛାତ୍ର ଛାତ୍ରୀମାନଙ୍କୁ ଦେଇଥିବାର ଘଟଣାକୁ ନେଇ ବ୍ଲକ ଶିକ୍ଷାଧିକାରୀଙ୍କ ପାଖରେ ଅଭିଯୋଗ ପତ୍ର ଦାଖଲ

ହରିଚନ୍ଦନପୁର ତା ୦୩.୦୪(ଓଡିଆ ପୁଅ/ପ୍ରେମାନନ୍ଦ ଦାସ) କେନ୍ଦୁଝର ଜିଲା ହରିଚନ୍ଦନପୁର ବ୍ଲକ ଶିକ୍ଷାଅଧିନସ୍ଥ ଜିରାଙ୍ଗ ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଗତ ବୁଧବାର ଦିନ ୩୦୦ରୁ ଉର୍ଦ୍ଧ ଛାତ୍ର ଛାତ୍ରୀମାନଙ୍କୁ କୁକୁର ଖାଇଥିବା ଖାଦ୍ୟ ଦେବା ଘଟଣା ଏଅଂଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ଏ ଅଭିଯୋଗକୁ ଭିର୍ତି କରି ଆମ ପ୍ରତିନିଧି ଉକ୍ତ ସ୍କୁଲରେ ପହଞ୍ଚି ସତ୍ୟାସତ ଜାଣିବା ପାଇଁ ଚଷ୍ଟୋ କରିଥିଲେ । ଦାୟୀତ୍ୱରେ ଥିବା ଭାରପ୍ରାପ୍ତ ଅଧିକାରିଣୀ ସଂଞ୍ଜୁକ୍ତା ସାହୁ କିଛି ନକହିବା ସହ ଏବାବଦରେ କିଛି ଜାଣିନଥିବାର ସୂଚନା ଦେଇଥିଲେ । ସେ ଦିନ ମଧ୍ୟାନଭୋଜନ ରୋଷେଇ ଦାୟୀତ୍ୱରେ ଥିବା ରୋଷେୟା ଜେମା ମହାନ୍ତକୁ ପଚାରିବାରୁ ସେ କହିଛନ୍ତି ଯେ କୁକୁର ଖାଇନାହିଁ କିନ୍ତୁ ଭାତରେ ଆମ୍ବ ବଉଳ ପଡିଯିବାରୁ ଉପର ଭାତକୁ ପକାଇ ଦେଇ ତଳ ଭାତକୁ ଛାତ୍ର ଛାତ୍ରୀମାନଙ୍କୁ ଦିଆଯାଇଥିଲା । ଅଭିଭାବକଙ୍କ କହିବା ଅନୁସାରେ ବୁଧବାର ଦିନ ୧୨ଟା ସମୟରେ ମଧ୍ୟାନ୍ନ ଭୋଜନର ଭାତ ରନ୍ଧା ହୋଇ ରୋଷେଇ ଘର ବାହାରେ ରଖାଯାଇଥିଲା । ସେଥିରେ କିଛି ଘୋଡା ଯାଇନଥିବାକୁ ଦେଇ କୁକୁର ପାଚେରୀ ଡେଈ ଆସି ଭାତରେ ମୁହଁ ମାରି ଖାଇଥିବାର ୫ମ ଶ୍ରେଣୀ ଛାତ୍ରୀ ଦେଖିଥିଲା ତା ପରେ ପ୍ରଧାନ ଶିକ୍ଷୟତ୍ରୀଙ୍କ କହିବା ଅନୁଯାୟୀ ଉପର ଭାତକୁ ପକାଇ ତଳ ଭାତକୁ ଛାତ୍ର ଛାତ୍ରୀମାନଙ୍କୁ ଖାଇବାପାଇଁ ଦିଆଯାଇଥିଲା । ତାହାକୁ ନେଇ ଛାତ୍ର ଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇବା ସହ ଭୟବିତ ଅବସ୍ଥାରେ ଛାତ୍ର ଛାତ୍ରୀମାନେ ଘରକୁ ଯାଇ ଅଭିଭାବକମାନଙ୍କୁ ଘଟଣା ବାବଦରେ ଜଣାଇଥିଲେ । ଘଟଣା ଛାତ୍ର ଛାତ୍ରୀଙ୍କ ଠାରୁ ଶୁଣିବା ପରେ ଅଭିଭାବକମାନେ ଏକତ୍ରିତ ହୋଇ ଦାୟୀତ୍ୱରେ ଥିବା ପ୍ରଧାନ ଶିକ୍ଷତ୍ରୀଙ୍କୁ ଏବାବଦରେ ପଚାରିଥିଲେ ଶିକ୍ଷତ୍ରୀ ଜଣଙ୍କ ଏବାବଦରେ କିଛି ଜାଣିନଥିବାର କହିଥିଲେ ଓ କୁକୁର ଖାଇଥିବା ଖାଦ୍ୟକୁ ଆମ ସ୍କୁଲର ସମସ୍ତ ଶିକ୍ଷକ ,ଶିକ୍ଷତ୍ରୀ କେମିତି ଖାଇଥିଲେ ବୋଲି କହିଛନ୍ତି । ଏବାବଦକୁ ନେଇ ହରିଚନ୍ଦନପୁରର ଜଣେ ଗଣମାଧ୍ୟମ ର ପ୍ରତିନିଧି ମୋଟା ଅଙ୍କର ପକେଟ ଗୁଞ୍ଜା ନେଇ ଅଭିଯୋଗକୁ ରଫାଦଫା କରିବାକୁ ଉଦ୍ୟମ ଚଳାଇଥିବାର ଅଭିଭାବକ ମହଲରେ ଅଭିଯୋଗ ହୋଇଛି ।ଏନେଇ ୩.୦୪ତାରିଖ ମଙ୍ଗଳବାର ଦିନ ୧୦ଟା ସମୟରେ ଶତାଧିକ ଅଭିଭାବକ ଓ ପରିଚାଳନା କମିଟର ସଦସ୍ୟମାନେ ଏକାଠି ହୋଇ ଉକ୍ତ ସ୍କୁଲରେ ଏକ ମିଟିଙ୍ଗର ଆୟୋଜନ କରିଥିଲେ । ଉକ୍ତ ମିଟିଙ୍ଗରେ ଅଭିଭାବକ ଓ ସଦସ୍ୟମାନଙ୍କ ମତକୁ ନେଇ ଏହାର ପୁଙ୍ଖାନୁପୁଙ୍ଖ ତଦନ୍ତ କରିବା ସହ ସମସ୍ତ ଛାତ୍ର ଛାତ୍ରୀମାନଙ୍କୁ ଡାକ୍ତରୀ ଚିକିତ୍ସା କରିବା ପାଇଁ ନିଷ୍ପତି ନିଆଯାଇଥିଲା । ଏବଂ ଅବହେଳା କରିଥିବା କର୍ମଚାରୀମାନଙ୍କୁ ଉଚିତ କାର୍ଯ୍ୟାନିଷ୍ଠାନ ଗ୍ରହଣ କରିବା ସହ ପ୍ରଧାନ ଶିକ୍ଷତ୍ରୀଙ୍କୁ ଅନ୍ୟତ୍ର ବଦଳି କରିବା ପାଇଁ ସର୍ବସମ୍ମତି କ୍ରମେ ନିଷ୍ପତି ନେଇଥିଲେ । ଓ ପରେ ପରେ ହରିଚନ୍ଦନପୁର ବ୍ଲକ ଶିକ୍ଷାଅଧିକାରୀଙ୍କୁ ଏକ ଅଭିଯୋଗ ପତ୍ର ଦେଇଥିଲେ ଏବଂ ଏହାର ଏକକିତା ନକଲ ଜିଲ୍ଲାପାଳଙ୍କ ଅବଗତ ନିମନ୍ତେ ଦେଇଥିବାର ବିଦ୍ୟାଳୟର ପରିଚାଳନା କମିଟର ସଭାପତି ଦୟାନିଧି ମହାନ୍ତ,ଉପ ସଭାପତି ପ୍ରତିଭାରାଣୀ ମହାନ୍ତ ଓ ସମସ୍ତ ସଦସ୍ୟ ଜଣାଇଛନ୍ତି । ଏମିତି ଖବର ବାରମ୍ବାର ହରିଚନ୍ଦନପୁର ବ୍ଲକର ଅନେକ ବିଦ୍ୟାଳୟରେ ଘଟୁଥିବା ବେଳେ ବ୍ଲକ ଶିକ୍ଷାଅଧିକାରୀଙ୍କ କେତେ ତପ୍ତରତା ରହିଛି ତାହା ଶିକ୍ଷାବିତ ଓ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top