ଓଡ଼ିଶା

କୁଇଟାଂଲ ଘିଅରେ ଜଳିଲା ଜଗତମଙ୍ଗଳ ଜାଗର ଦୀପ

ପୁରୀ, ୧୨/୨ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) : – ଜାଗର ବା ମହାଶିବ ରାତ୍ରୀ ପାଇଁ ବିଭିନ୍ନ ଶୈବପୀଠରେ କରାଯାଉଛି ଭିନ୍ନ ଭିନ୍ନ କାର୍ଯ୍ୟକ୍ରମ। ପଙ୍କୋଉଦ୍ଧାର ଏକାଦଶୀ ଅବସରରେ ଶ୍ରୀଲୋକନାଥ ଦେବଙ୍କ ପବିତ୍ର ପୀଠରେ ପ୍ରଜ୍ୱଳିତ କରାଯାଇଛି ଷଷ୍ଠ ବାର୍ଷିକ ସର୍ବବୃହତ ଜଗତମଙ୍ଗଳ ଜାଗରଦୀପ। ଜଗତ ମଙ୍ଗଳ ଜାଗର ଦୀପ ମହୋତ୍ସବ କମିଟି ପକ୍ଷରୁ ଲହି ଓଡିଶାର ସର୍ବ ବୃହତ ଦୀପ ପ୍ରଜ୍ୱଳନ କରାଯାଇଛି। ରବିବାର ସଂଧ୍ୟାରେ ପାର୍ବତୀ ସାଗର ନିକଟରେ ଏହି ପ୍ରକାଣ୍ଡ କାୟ ଦୀପ ବିଶ୍ୱ କଲ୍ୟାଣ ନିମନ୍ତେ ଶ୍ରୀ ଲୋକନାଥ ଦେବଙ୍କ ଉଦ୍ଦେଶ୍ୟରେ ପ୍ରଜ୍ୱଳିତ କରାଯାଇଛି। ନଗରପାଳ ଜୟନ୍ତ କୁମାର ଷଢଙ୍ଗୀ ଏହି ବୃହତ ଦ୍ୱୀପକୁ ଆନୁଷ୍ଠାନିକ ଭାବେ ପ୍ରଜ୍ୱଳନ କରିଥିଲେ। କାର୍ଯ୍ୟକ୍ରମରେ ଜାଗର ଦୀପରେ ମୁଖ୍ୟ ଉଦ୍ୟୋକ୍ତା ତଥା ସଂଗଠକ ରାମକୃଷ୍ଣ ହୋତା, ଜାତୀୟ ରାଜପଥ ବିଭାଗର ଅବସର ପ୍ରାପ୍ତ ନିର୍ବାହୀ ଯନ୍ତ୍ରୀ ଜଳନ୍ଧର ପ୍ରଧାନ, ଟୁଲିଆ ବେହେରା, ବାର ଆସୋସିଏସନ ସଭାପତି ବିଜୟ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ। ସୂଚନା ଯୋଗ୍ୟ ଯେ ୬ ଫୁଟ ଲମ୍ବ, ୬ ଫୁଟ ଓସାର ଓ ୩ ଫୁଟ ଗଭୀର ବିଶିଷ୍ଟ ଓଡିଶାର ଏହି ସର୍ବବ୍ୟହତ ଯାଗର ଦୀପର ୫ କିୁଇଟଂଟାଲ ଘିଅ ଜଳାଯିବ। ଏହାକୁ ଓଡିଶାର ସର୍ବବ୍ୟହତ ଦୀପ ଭାବେ ବିବେଚନା କରାଯାଇଛି। ଜାଗର ଯାତ୍ରା ମହାଦୀପ ଉଠିବା ପର୍ଯ୍ୟନ୍ତ ଏହି ବୃହତ ଦୀପ ପ୍ରଜ୍ୱଳିତ ହେବ ବୋଲି କହିଛନ୍ତି ଉଦ୍ୟୋକ୍ତା।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top