କୀଟନାଶକ ଖାଇ ଯୁବକର ଆତ୍ମହତ୍ୟା

ପାଟଣା, ତା୨୧/୦୭(ଓଡ଼ିଆ ପୁଅ/ଅଭିମନ୍ୟୁ) କେନ୍ଦୁଝର ଜିଲ୍ଲା ପାଟଣା ଥାନା ଅନ୍ତର୍ଗତ ସାହାରପଡା ବ୍ଲକ ଖଡିକାପଦା ଗ୍ରାମର ରବି ମୁଣ୍ଡା (୩୨) ନାମକ ଜଣେ ଯୁବକ ଆଜି କୀଟନାଶକ ଔଷଧ ଖାଇ ଆତ୍ମହତ୍ୟା କରିଛନ୍ତି। ଖବର ପାଇ ପାଟଣା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତକର ଶବକୁ ଉଦ୍ଧାର କରିଛି। ରବିବାର ମୃତ ରବି ମୁଣ୍ଡା ର ଶବବ୍ୟବଛେଦ ହେବ ବୋଲି ପାଟଣା ଥାନାଧିକାରିଣୀ ପ୍ରମୋଦିନୀ ସାହୁ ଠାରୁ ପ୍ରକାଶ।

Leave a Reply

Your email address will not be published. Required fields are marked *