କିଡ଼ିନି ରୋଗାକ୍ରାନ୍ତ ରାଜୁକୁ ନୂଆ ଜୀବନର ରାହା ଦେଖାଇଲା ଭଗତ ସେନା

ଭଦ୍ରକ, ୮ା୪ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ଭଦ୍ରକ ବ୍ଲକ ଦଇସିଂ ପଞ୍ଚାୟତ ଚଢ଼େୟା ଗ୍ରାମର ହରିଜନ ଯୁବକ ରାଜେନ୍ଦ୍ର ଜେନା(ରାଜୁ)। ବୟସ ମାତ୍ର ୩୨। ପରିବାରର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି। କିଡ଼ନି ରୋଗରେ ଆକ୍ରାନ୍ତହୋଇ ମୃତ୍ୟୁ ସହ ସଂଘର୍ଷ ଜାରୀ ରଖିଥିଲେ। ରାଜୁର ଅସହାୟତା ସମ୍ପର୍କରେ ବିସ୍ତୃତ ଭାବେ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଥିଲା। ଫଳରେ ଏହି ବିଷୟ ପ୍ରଶାସନର ନଜରକୁ ଆସିଥିଲା। ପରେ ଭଦ୍ରକ ଜିଲ୍ଲାପାଳ ରାଜୁକୁ ତୁରନ୍ତ ୧୦ହଜାର ଟଙ୍କାର ରେଡ଼କ୍ରସ ସହାୟତା ପ୍ରଦାନ କରିବା ସହ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଅଧିକ ୨୦ ହଜାର ଟଙ୍କାର ସହାୟତା ଯୋଗାଇବାର ପ୍ରତିଶ୍ରୁତି ପ୍ରଦାନ କରିଥିଲେ। ଅନୁରୂପ ଭଦ୍ରକ ଜିଲ୍ଲା ତିହିଡ଼ି ବ୍ଳକର ‘ସତ୍ୟ ଫାଉଣ୍ଡେସନ’ର ଅଶୋକ ନାୟକ ମଧ୍ୟ ୧୫ହଜାର ଟଙ୍କାର ସ୍ୱାସ୍ଥ୍ୟ ସହାୟତା ପ୍ରଦାନ କରିଥିଲେ। ଏହା ବ୍ୟତୀତ କିଛି ଗଣମାଧ୍ୟମପ୍ରତିନିଧିଙ୍କ ସମେତ କେତେକ ବଦାନ୍ୟ ବ୍ୟକ୍ତିି ମଧ୍ୟ ରାଜୁକକ ସହାୟତା ଯୋଗାଇ ଦେଇଥିଲେ। ଠିକ ଏତିକିବେଳେ ଭଦ୍ରକ ଜିଲ୍ଲାରେ ଦୁଃସ୍ଥ ପିଡ଼ିତଙ୍କୁ ସହାୟତା ପ୍ରଦାନ କରି ଆସୁଥିବା ଅନ୍ୟତମ ରାଷ୍ଟ୍ରବାଦୀ ସଂଗଠନ ‘ଭଗତସେନା’ ରାଜୁ ନିକଟରେ ପହଞ୍ଚି ସମସ୍ତ ପ୍ରକାର ସହାୟତା ଯୋଗାଇ ଦେବାକୁ ଘୋଷଣା କରିଛି। ଭଗତ ସେନାର ମୁଖ୍ୟ ସିତାଂଶୁ ମହାପାତ୍ର, ସଂଗଠନର ସମସ୍ତ ସଭ୍ୟ କେତେକ ଗଣମାଧ୍ୟମ ପ୍ରତିନିଧି ଓ ସଂଗଠନର ସଦସ୍ୟଙ୍କ ସହ ରାଜୁ ନିକଟରେ ପହଞ୍ଚି ତା’ ସ୍ୱାସ୍ଥ୍ର୍ୟବସ୍ଥା ପଚାରି ବୁଝିଥିଲେ। ଶ୍ରୀ ମହାପାତ୍ର ରାଜୁକୁ ୧୦ହଜାର ଟଙ୍କାର ଆର୍ଥୀକ ସହାୟତା ପ୍ରଦାନ କରିବା ସହ ଆବଶ୍ୟକ ପଡ଼ୁଥିବା ଅବଶିଷ୍ଟ ୧୨ଟି ଡ଼ାଇଲିସିସ୍ ଖର୍ଚ୍ଚ ଭଗତ ସେନା ବହନ କରିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଭଗତସେନାର ସିତାଂଶୁଙ୍କ ଏହି ପ୍ରୟାସ ରାଜୁ ପରି ଏକ ଗରୀବ ହରିଜନ ଯୁବକର ଜୀବନ ରକ୍ଷା ପାଇଁ ମୃତ୍ୟୁ ସଂଜୀବନୀ ସଦୃଶ ହୋଇଛି। ଏଠାରେ ସୂଚନାଯୋଗ୍ୟ ଉପର ଲିଖିତ ଗ୍ରାମର ରାଜୁ କିଡ଼ନି ରୋଗରେ ଆକ୍ରାନ୍ତ ହୋଇଥିଲା। ପରବର୍ତ୍ତୀ ସମୟରେ ଉପଯୁକ୍ତ ଚିକିତ୍ସାର ଅଭାବରୁ ତା’ ଅବସ୍ଥା ସଂକଟାପନ୍ନ ହୋଇପଡ଼ିଥିଲା। ରାଜୁର ପରିବାର ଲୋକ ଶେଷ ମୁହୂର୍ତ୍ତରେ ତା’କୁ କଟକ ନେଇ ଚିକିତ୍ସା କରିଥିଲେ ମଧ୍ୟ ଅର୍ଥାଭାବରୁ ତା’ ଜୀବନ ରକ୍ଷା ଅନିଶ୍ଚିତତା ଘେରକୁ ଚାଲିଯାଇଥିଲା। ତିହିଡ଼ିର ସାଇ ଟ୍ରଷ୍ଟ ଓ ଜିଲ୍ଲାପାଳଙ୍କ ରେଡ଼କ୍ରସ ସହାୟତା ଯୋଗୁଁ ରାଜୁର ଉପଯୁକ୍ତ ଚିକିତ୍ସା ଆରମ୍ଭ ହୋଇଥିଲା। ଫଳରେ ତା’ ସ୍ୱାସ୍ଥ୍ୟବସ୍ଥାରେ ସାମାନ୍ୟ ସୁଧାର ଆସିଥିଲା। ତେବେ ଗତକାଲି ସଂଧ୍ୟାରେ ଭଗତସେନାର ମୁଖ୍ୟ ସିତାଂଶୁ ରାଜୁକୁ ସମସ୍ତ ପ୍ରକାର ସହାୟତାର ହାତ ବଢ଼ାଇବାର ପ୍ରତିଶ୍ରୁତି ରାଜୁର ଜୀବନ ବଞ୍ଚାଇବାର ସମସ୍ତ ସମ୍ଭାବନା ସୃଷ୍ଟି କରିଛି।

Leave a Reply

Your email address will not be published. Required fields are marked *