କିଡ଼ନ୍ ରୋଗ କବଳରେ ୩୦ଟି ପାହଡ଼ତଳି ଗାଁ: ୬୫ ମଲେଣି, ୨୦୦ରୁ ଉର୍ଦ୍ଧ ଆକ୍ରାନ୍ତ, ପଥର ବିସ୍ପୋରଣ ଓ ଦୁଷିତ ଜଳ ମୁଖ୍ୟ କାରଣ ; ତଥାପି ଚୁପ ପ୍ରଶାସନ

ଯାଜପୁର-୨୩/୮(ଓଡିଆ ପୁଅ/ଏ.ରାଉତ) ଯାଜପୁର ଜିଲ୍ଲାର ଧର୍ମଶାଳା ତହସିଲ ଅନ୍ତର୍ଗତ ୩୦ଟି ରୁ ଉର୍ଦ୍ଧ ପାହଡ଼ତଳି ଗାଁ ଦୀର୍ଘ ଦିନ ହେଲା କିଡ଼ନ୍ ରୋଗ କବଳିତ ହୋଇଯାଇଛି। ପାହାଡ଼ରେ ପଥର ଫଟାଇବା ପାଇଁ ବିଷାକ୍ତ ରାସାୟନିକ ପଦାର୍ଥ ଦ୍ୱାରା ବିଷ୍ପୋରଣ ହେବା ଯୋଗୁ ଜଳ ଉତ୍ସ ଦୁଷିତ ହୋଇ ଏହି ରୋଗ ଭୟାବହତା ସୃଷ୍ଟି କରୁଛି। ରୋଗର ଅବସ୍ଥା ଏପରି ଭୟଙ୍କର ହୋଇଛି ଯେ ଇତି ମଧ୍ୟରେ ୬୫ ଜଣ ଲୋକଙ୍କର ଜୀବନ ନେଇ ସାରିଲାଣି। ୨୦୦ ରୁ ଉଦ୍ଧ ଲୋକ ମୃତ୍ୟୁକୁ ଅପେକ୍ଷା କରିଥିବା ଜଣାପଡ଼ିଛି। ଦୀର୍ଘ ଦିନ ଧରି ଏପରି ଭୟଙ୍କର ଅବସ୍ଥା ଲାଗିରହିଥିଲେ ମଧ୍ୟ ସରକାର ବା ଜିଲା ପ୍ରଶାସନ ସେଥି ପ୍ରତି ସାମାନ୍ୟତମ ଦୃଷ୍ଟି ଦେଉନଥିବାରୁ ଆଗକୁ ପରିସ୍ଥିତ କ’ଣ ହେବ ତାକୁ ନେଇ ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି। ଧର୍ମଶାଳା ତହସିଲର ମହିସରା ପଞ୍ଚାୟତର ସବୁଠାରୁ ଅଧିକ କିଡ଼ନ୍ ରୋଗୀ ଡ଼ଙ୍କାରୀ ଗ୍ରାମରେ ହିଁ ଠାବ ହୋଇଛନ୍ତି। ଗତ ୫ ବର୍ଷ ମଧ୍ୟରେ ଏହି ଗ୍ରାମରେ୧୮ ଜଣ ଲୋଙ୍କର କିଡ଼ନ୍ ରୋଗରେ ମୃତ୍ୟୁ ଘଟିଥିଲା ବେଳେ ୩୪ ଜଣ ଲୋକ ଏଥିରେ ଗୁରୁତ୍ୱର ଅବସ୍ଥାରେ ଅଛନ୍ତି। ସେହିପରି ଅଞ୍ଜିର ପଞ୍ଚାୟତର ଶ୍ୟାମସୁନ୍ଦରପୁର ଓ ମୁକୁନ୍ଦପୁର ଗ୍ରାମରେ ଇତି ମଧ୍ୟରେ ୧୨ ଜଣ ଲୋକଙ୍କର ମୃତ୍ୟୁ ଘଟିଥିଲା ବେଳେ ୬୦ ଜଣ ଲେଶକ ଆକ୍ରାନ୍ତ ହୋଇ ବିଭିନ୍ନ ଡ଼ାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ସେଥିରୁ ୧୧ ଜଣ ମୃତ୍ୟୁକୁ ଅପେକ୍ଷା କରି ରହିଥିବା ଦେଖାଦେଇଛି। ଏହି ତିନୋଟି ଗ୍ରାମର ଅଧିକାଂଶ ଲୋକ ଦିନ ମଜୁରୀଆ ଭାବେ ପାଖ ପାହାଡ଼ରେ ଗେଟି ପିଟି ଚଳୁଥିବା ଜଣାଯାଇଛି। ଏଥି ସହ ମହିସରା ପଞ୍ଚାୟତର ରାହାଡ଼ପୁର, ମହିସରା, ନୂଆବରଡ଼ା, ସଂଅପାରୁ ପଞ୍ଚାୟତର ରମ୍ପେଇ, ସଂଅପାରୁ, ବାଟିଯୋଡ଼ା, ଅଞ୍ଜିରା ପଞ୍ଚାୟତର-ମୁରାଲୀପୁର, ବାଉଂଶଡ଼ୋର, ସାହାଣୀଡ଼ିହ ପଞ୍ଚାୟତର-କୃଷ୍ଣଚନ୍ଦ୍ରପୁର, ଦଣ୍ଡାଘଟି, ଚାରଗୋଠ, ଲୁଣିବର, ବାରମାଣ ପ୍ରଭୁତି ଗ୍ରାମରେ ଇତି ମଧ୍ୟରେ ୮ ଜଣ ଲୋକଙ୍କର କିଡ଼ନ୍ ରୋଗରେ ମୃତ୍ୟୁ ଘଟିଥିଲା ବେଳେ ୨୪ ଜଣ ଲୋକ ଆକ୍ରାନ୍ତ ଥିବା ଜଣାପଡ଼ିଛି। ସେହିପରି ଚକ୍ରଧରପୁର ପଞ୍ଚାୟତର ବଳରାମପୁର, ତଳଗଡ଼, ଚକ୍ରଧରପୁର, ଅଞ୍ଜିରା ପଞ୍ଚାୟତର-ବାଉଂଶଡ଼ୋଳ, ମୁରାଲୀପୁର, ମଧୁପରୁଗଡ଼ ପଞ୍ଚାୟତର ରଗଡ଼ିପଶି, ବାଉଂଶମୂଳି, ଚଡ଼େଇଧରା, କୁକୁଡ଼ାଖାଳେଇ ଓ ପୁରୁଣାବଉଳମାଳ ପଞ୍ଚାୟତର ଇଛାପୁର, ବରମୁଣ୍ଡୁଳୀ, କୃଷ୍ଣପଶି ଓ ପୁରୁଣାବଉଳମାଳ ଗ୍ରାମଗୁଡ଼ିକ ଏବେ କିଡ଼ନ୍ ରୋଗ ପ୍ରବଣ ଅଞ୍ଚଳ ଭାବେ ପରିଗଣିତ ହୋଇଛି। ଏହିସବୁ ଗ୍ରାମଗୁଡ଼ିକରୁ ୩ ବର୍ଷ ମଧ୍ୟରେ ୩୭ ଜଣ ଲୋକଙ୍କର ମୃତ୍ୟୁ ଘଟିଥିଲା ବେଳେ ୬୬ରୁ ଉର୍ଦ୍ଧ ଲୋକ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିବା ଅନୁସନ୍ଧାନରୁ ଜଣାପଡ଼ିଛି। କିଡ଼ନ୍ ରୋଗୀମାନେ ଅଧିକ ସଂଖ୍ୟାରେ ଭୁବନେଶ୍ୱରର କଳିଙ୍ଗ ହସ୍ପଟାଲରେ ଡ଼ାକ୍ତର ନିଶିତ ମହାନ୍ତିଙ୍କ ପ୍ରତେକ୍ଷ ତତ୍ୱବଧାନତାରେ ଚିକିତ୍ସିତ ହେଉଥିଲା ବେଳେ ଇତି ମଧ୍ୟରେ ଏହି ଅଞ୍ଚଳରୁ ୧୩ ଜଣଙ୍କର କିଡ଼ନ୍ ପ୍ରତିରୋପଣ ହୋଇସାରିଥିବା ଜଣାପଡ଼ିଛି। ଏଥି ନେଇ ଡ଼ାକ୍ତର ନିଶିତ ମହାନ୍ତିଙ୍କୁ ପଚାରିବାରୁ ଆକ୍ରାନ୍ତ ଅଞ୍ଚଳରେ ଥିବା ପାହାଡଗୁଡ଼ିକରେ ପଥର ଫଟାଇବା ପାଇଁ ବ୍ୟବହୃତ ହେଉଥିବା ଆମୋନିଆ ନାଇଟ୍ରେଟ୍, ଫସଫରସ ଓ ୟୁରିଆର ବହୁଳ ମିଶ୍ରଣ ଯୋଗୁ ଏହାର ବିଶ ପ୍ରକ୍ରିୟା ସୃଷ୍ଟି ହେଉଛି। ଯାହା ଭୁତଳ ଜଳ ସହ ପାହାଡ଼ତଳି ସÿମସ୍ତ ଜଳ ଉତ୍ସକୁ ବହୁଳ ଭାବେ ଦୁଷିତ କରୁଛି। ସେହି ଜଳକୁ ବ୍ୟବହାର କରିବାରୁ କିଡ଼ନ୍ ରୋଗ ବ୍ୟପୁଥିବା ସେ ପ୍ରକାଶ କରିଛନ୍ତି। ଏଥିନେଇ ସେ ନିଜେ ଓ ସ୍ୱତନ୍ତ୍ର ଅନୁଧ୍ୟାନକାରୀ ଦଳ ଏହି ଅଞ୍ଚଳକୁ ତିନିଥର ସର୍ବକ୍ଷେଣରେ ଆସି ରୋଗର କାରଣ ଖୋଜିବା ପରେ ଏହି ସୂଚନା ପାଇଥିବା ପ୍ରକାଶ କରିଛନ୍ତି। ଏହି ଅଞ୍ଚଳରେ ତହସିଲ ପକ୍ଷରୁ ୧୨୦ଟିରୁ ଉର୍ଦ୍ଧ ପଥର ଖଣିକୁ ନିଲାମ ଦିଆଯାଇ ସେଥିରୁ ପଥର ଉତୋଳନ ପାଇଁ ବିସ୍ପୋରଣର ସୁଯୋଗ ସୃଷ୍ଟି କରାଯାଇଛି। ହେଲେ ବିସ୍ପୋରଣ ପାଇଁ କେଉଁ ପ୍ରକାର ରାସାୟନିକ ପଦାର୍ଥ ବ୍ୟବହାର କଲେ ତାହା ପରିବେଶ ଓ ସ୍ଥାନୀୟ ଲୋକଙ୍କ ଉପରେ କୁ-ପ୍ରଭାବ ନପକାଇବ ସେଥିପ୍ରତି କୌଣସି ପ୍ରକାର ନିଦ୍ଦେଶାନାମା ଦିଆଯାଇ ନାର୍ହି। ଫଳରେ ଲିଜ୍ଧାରୀମାନେ ସମ୍ପୁର୍ଣ୍ଣ ବେଆଇନ ଭାବେ ଏପରି ବିଶାକ୍ତ ରାସାୟନିକ ପଦାର୍ଥ ବ୍ୟବହାର କରି ପଥର ଉତୋଳନ କରିବା ସହ କୋଟି କୋଟି ଟଙ୍କାର ମୁନାଫା ପାଉଥିଲା ବେଳେ ସମଗ୍ର ଅଞ୍ଚଳ ବ୍ୟାପକ ପ୍ରଦୁଷଣରେ ଆଉଟି ପାଉଟି ହେବା ସହ ନିରୀହ ଲୋକମାନେ ଏପରି କିଡ଼ନ୍ ରୋଗରେ କ୍ରମାଗତ ମୃତ୍ୟୁ ବରଣ କରୁଥିବା ଜଣାପଡ଼ିଛି। ଏ ସମ୍ପର୍କରେ ଜିଲା ପ୍ରଶାସନ ଓ ରାଜ୍ୟ ସରକାର ଅବଗତ ଥିଲେ ମଧ୍ୟ କୌଣସି ଠୋସ୍ ପଦକ୍ଷେପ ଗ୍ରହଣ କରାଯାଉ ନଥିବାରୁ ଏବେ ପରିସ୍ଥିତି ଭୟାନକ ହେବାରେ ଲାଗିଛି। ଏପରି ଅବସ୍ଥା ହୋଇଛି ଯେ, ଗୋଟିଏ ଗୋଟିଏ ପରିବାରର ୪ ଜଣରୁ ୫ ଜଣ ଲେଖାଏ ସଦସ୍ୟ କିଡ଼ନ୍ ଜନୀତ ରୋଗରେ ମୃତୁ ବରଣ କରିଥିଲା ବେଳେ ଅନ୍ୟ କେତେକ ପରିବାରର ସମସ୍ତ ସଦସ୍ୟ ଏହି ରୋଗରେ ନିଶ୍ଚିହ ହୋଇଯାଇଥିବା ଜଣାପଡ଼ିଛି। ଏହି ହିସାବରେ ଡ଼ଙ୍କାରୀ, ଶ୍ୟାମସୁନ୍ଦରପୁର ଓ ମୁକୁନ୍ଦପୁର ଗ୍ରାମକୁ ଉଦାହରଣ ଭାବେ ଗ୍ରହଣ କରି ପ୍ରଶାସନ ଯଦି ସଠିକ୍ ଅନୁଧ୍ୟାନ କରିବେ ତେବେ ବାସ୍ତବ ଚିତ୍ର ମିଳିପାରିବ ବୋଲି ବୁଦ୍ଧିଜୀବୀ ଓ ପରିବେଶବିତ୍ମାନେ ମତପୋଷଣ କରିଛନ୍ତି।

Leave a Reply

Your email address will not be published. Required fields are marked *