ଜିଲ୍ଲା ପରିକ୍ରମା

କିଶୋର ନ୍ୟାୟ ଅଧିନିୟମ– ୨୦୧୫ ଓ ଅଂଶୀଦାର ସମୂହଙ୍କ ସମନ୍ୱୟ କର୍ମଶାଳା

ଭଦ୍ରକ, ୧/୯ (ଓଡ଼ିଆ ପୁଅ / ପ୍ରମୋଦ ରାୟ) – ରାଜ୍ୟସ୍ତରୀୟ ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ସଂଯୋଗ (କଟକ), ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ଓ ଶିଶୁ ମଙ୍ଗଳ କମିଟି, ଭଦ୍ରକର ମିଳିତ ଆନୁକୂଲ୍ୟରେ କିଶୋର ନ୍ୟାୟ (ଶିଶୁମାନଙ୍କର ଯତ୍ନ ଓ ସୁରକ୍ଷା) ଅଧିନିୟମ -୨୦୧୫ ଓ ଅଂଶୀଦାର ସମୂହଙ୍କ ସମନ୍ୱୟ ସମନ୍ଧୀୟ ଏକ ଜିଲ୍ଲାସ୍ତରୀୟ କର୍ମଶାଳା ଜିଲ୍ଲା ସଂସ୍କୃତି ଭବନ ସଭାଗୃହରେ ଶିଶୁ ମଙ୍ଗଳ କମିଟିର ଅଧ୍ୟକ୍ଷ ଡ଼. ସୁଦର୍ଶନ ବାରିକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କର୍ମଶାଳାରେ ସଂଯୋଗର ପ୍ରକଳ୍ପ ନିର୍ଦ୍ଦେଶକ ପ୍ରଶାନ୍ତ କୁମାର ପାଲଟାସିଂହ ପ୍ରାରମ୍ଭିକ ସୂଚନା ଓ ଆଭିମୁଖ୍ୟ ସଂପର୍କରେ ଆଲୋକପାତ କରିିଥିଲେ। ଅନ୍ୟତମ ଅତିଥି ମାନଙ୍କ ମଧ୍ୟରେ ସ୍ୱତନ୍ତ୍ର ପୋଲିସ୍ ୟୁନିଟ୍ ର ଅଧ୍ୟକ୍ଷ ତଥା (ଡ଼ି.ଏସ୍ .ପି, ଏଚ.ଆର.ପି.ସି) ସୁରେଶ ଚନ୍ଦ୍ର ଜେନା, ଚାଇଲଡ଼୍ ଲାଇନ ନିର୍ଦ୍ଦେଶିକା ସୋଫିଆ ସେକ୍, ଆଡ଼ପସନସେଣ୍ଟ୍ରମର ପରାମର୍ଶଦାତ୍ରୀ ରୁବି ରାଉତ, ଶିଶୁ ସୁରକ୍ଷା ବିଭାଗର ଆନୁଷ୍ଠାନିକ ଅଧିକାରୀ ବିଶ୍ୱନାରାୟଣ ପଣ୍ଡା, ଅଣଆନୁଷ୍ଠାନିକ ଅଧିକାରିଣୀ ସ୍ୱାଗତୀକା ବାରିକ୍, ପ୍ରୋବେସନ ଅଧିକାରୀ ସୁବ୍ରତ କୁମାର ଦାସ ସମେତ ଶିଶୁ ମଙ୍ଗଳ କମିଟିିର ସମସ୍ତ ସଦସ୍ୟ ଯୋଗ ଦେଇ ଶିଶୁର ଅଧିକାର ଏବଂ ସୁରକ୍ଷା ଦିଗରେ ସମ୍ମିଳୀତ ସହଯୋଗ ଏବଂ ସମନ୍ୱୟ ରହିବା ଆବଶ୍ୟକ ବୋଲି ମତବ୍ୟକ୍ତ କରିଥିଲେ। କର୍ମଶାଳାରେ ବିଷୟ ବିଶାରଦ ଭାବେ ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ପାଲଟାସିଂହ କିଶୋର ନ୍ୟାୟ ଅନ୍ତର୍ଗତ ସ୍ୱତନ୍ତ୍ର କିଶୋର ପୋଲିସ୍ ୟୁନିଟ୍ ଓ ବିଭିନ୍ନ ଅଂଶୀଦାର ମାନଙ୍କର ଭୂମିକା ଓ ସହଯୋଗ ସମ୍ବନ୍ଧରେ ଗୁରୁତ୍ୱାରୋପ କରିଥିଲେ। ସ୍ୱତନ୍ତ୍ର କିଶୋର ପୋଲିସ୍ ୟୁନିଟ୍ ର ଅଧ୍ୟକ୍ଷ ଶ୍ରୀ ଜେନା ପୋଲିସ୍ ମାନଙ୍କୁ ଶିଶୁମୈତ୍ରିକ ପରିବେଶ ସୃଷ୍ଟି କରିବା ସହ ଶିଶୁମାନଙ୍କୁ ଉତ୍ତମ ବ୍ୟବହାର ପ୍ରଦର୍ଶନ କରିବା ପାଇଁ ମତବ୍ୟକ୍ତ କରିଥିଲେ। ପ୍ରୋବେସନ ଅଧିକାରୀ ଶ୍ରୀ ଦାସ ଶିଶୁମାନଙ୍କ କ୍ଷେତ୍ରରେ ଥିବା ବିଭିନ୍ନ ଆଇନଗତ ଦିଗ ଉପରେ ଆଲୋକପାତ କରିଥିଲେ। ତତ୍ ସହ କିଶୋର ନ୍ୟାୟ ଅଧିନିୟମ ୨୦୧୫ର ଓଡିଆ ଅନୁବାଦର ଦ୍ୱିତୀୟ ସଂସ୍କରଣ ପୁସ୍ତକ ଅତିଥିମାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା ଏବଂ ଉତ୍ତମ ଆନୁଷ୍ଠାନିକ ଯତ୍ନ, ପୋଷ୍ୟ ସନ୍ତାନ ଗ୍ରହଣ ସମ୍ବନ୍ଧରେ ଅଧିକାରୀମାନେ ମତବ୍ୟକ୍ତ କରିଥିଲେ। ଏହି କର୍ମଶାଳାରେ ଜିଲ୍ଲାସ୍ତରରେ ପଞ୍ଜୀକୃତ ସମସ୍ତ ଶିଶୁଯତ୍ନ ଅନୁଷ୍ଠାନର ଅଧୀକ୍ଷକ, ସଂପାଦକ, ନିର୍ଦ୍ଦେଶକ, ଶିଶୁ ମଙ୍ଗଳ ଅଧିକାରୀ ସମେତ ଚାଇଲଡ଼ଲାଇନ୍ ଏବଂ ବିଭିନ୍ନ ଥାନାରୁ ଶିଶୁ ମଙ୍ଗଳ ପୋଲିସ୍ ଅଧିକାରୀ ମାନେ ଯୋଗଦାନ କରିଥିଲେ। କାର୍ଯ୍ୟକ୍ରମକୁ ପରିଚାଳନା କରିବା ନିମନ୍ତେ ସଂଯୋଗର ମଣ୍ଡଳ ପ୍ରକଳ୍ପ ସଂଯୋଜକ ଜଗନ୍ନାଥ ସାହୁ, ମନୋରଞ୍ଜନ ସାହୁ, ହିସାବରକ୍ଷକ ରିଙ୍କୁ ବିଶ୍ୱାଳ ଓ ଚକ୍ରଧର ମହାରଣା ସହାୟତା କରିଥିଲେ। ପରିଶେଷରେ ପ୍ରକଳ୍ପ ସଂଯୋଜିକା ସୁଶ୍ରୀ ଦେବଶ୍ରୀ ଜେନା ଧନ୍ୟବାଦ ଅର୍ପଣ କରିଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top