ଅନୁଗୁଳ

କିଶୋର ନଗର ହାଇସ୍କୁଲରେ ‘ମୋ ସ୍କୁଲ ଅଭିଯାନ’

ଅନୁଗୋଳ, ୨/୬(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ବିଦ୍ୟାଳୟର ସର୍ବାଙ୍ଗୀନ ବିକାଶ ପାଇଁ ପୁରାତନ ଛାତ୍ରଛାତ୍ରୀଙ୍କୁ ବିଦ୍ୟାଳୟ ସହିତ ଯୋଡ଼ିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଛି ‘ମୋ ସ୍କୁଲ ଅଭିଯାନ’। ଏହି ପରିପ୍ରେକ୍ଷୀରେ ଅନୁଗୋଳ ଜିଲ୍ଲା କିଶୋର ନଗର ହାଇସ୍କୁଲ ଠାରେ ମୋ ସ୍କୁଲ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନଶିକ୍ଷକ ସତ୍ୟ ନାରାୟଣ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ପ୍ରାକ୍ତନ ଛାତ୍ର ସଂସଦ ସଭାପତି ପ୍ରଫେସର ଅନିଲ କୁମାର ପ୍ରଧାନ, ସମ୍ମାନିତ ଅତିଥିଭାବେ ଜିଲ୍ଲା ପରିଷଦ ସଭ୍ୟ ତଥା ପ୍ରାକ୍ତନ ଛାତ୍ର ଅର୍ଜୁନ ପାଣ୍ଡେ, ରାମଚନ୍ଦ୍ର ଦେହୁରୀ, ପ୍ରାକ୍ତନ ଛାତ୍ର ସଂସଦ ସମ୍ପାଦକ ଦେବରାଜ ପ୍ରଧାନ ପ୍ରମୁଖ ଯୋଗ ଦେଇ ରାଜ୍ୟ ସରକାରଙ୍କର ସହଭାଗିତାରେ ତଥା ପ୍ରାକ୍ତନ ଛାତ୍ରଛାତ୍ରୀ ଓ ବଦାନ୍ୟ ବ୍ୟକ୍ତିଙ୍କ ସହଯୋଗରେ ବିଦ୍ୟାଳୟକୁ ବିକାଶ ପଥରେ ଆଗେଇ ନେବାକୁ ସମସ୍ତଙ୍କ ସହଯୋଗ କାମନା କରିଥିଲେ। ପ୍ରାକ୍ତନ ଛାତ୍ର ଲକ୍ଷ୍ମଣ କୁମାର ସାହୁ ଓ ହରିବନ୍ଧୁ ପ୍ରଧାନ ‘ମୋ ସ୍କୁଲ ଅଭିଯାନ’ର ଅଭିପ୍ରାୟ ଉପରେ ଆଲୋକପାତ କରିଥିଲେ। ଶିକ୍ଷକ ତଥା ପ୍ରାକ୍ତନ ଛାତ୍ର ସଂଗ୍ରାମ କେଶରୀ ପୃଷ୍ଟି କାର୍ଯକ୍ରମ ସଂଯୋଜନା କରିଥିଲେ। ପ୍ରାରମ୍ଭରେ ବିଦ୍ୟାଳୟର ପ୍ରାକ୍ତନ ଛାତ୍ର ସ୍ୱର୍ଗତ ଅବନୀ କୁମାର ପ୍ରଧାନଙ୍କ ବିୟୋଗରେ ଏକ ମିନିଟ୍ ନୀରବ ପ୍ରାର୍ଥନା କରାଯାଇ ତାଙ୍କର ଅମର ଆତ୍ମାର ସଦଗତି କାମନା କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟତ୍ରୀ, କର୍ମଚାରୀ ଓ ବହୁ ପୁରାତନ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top