କିଶୋରୀ ବୟସରେ ସ୍ୱାସ୍ଥ୍ୟଗତ ସମସ୍ୟା ଓ ସଚେତନତା, ଭଦ୍ରକ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ରୋଟାରୀ କ୍ଲବର ସେମିନାର ଓ ପୁରଷ୍କାର ବିତରଣ

ଭଦ୍ରକ, ୨୪ା୮ (ଓଡ଼ିଆ ପୁଅ / ପ୍ରମୋଦ ରାୟ) – ଭଦ୍ରକ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ରୋଟାରୀ କ୍ଲବ ଭଦ୍ରକ ଦ୍ୱାରା ଏକ ସଚେତନତା ସେମିନାର ଓ ପୁରଷ୍କାର ବିତରଣ ସଭା ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସି.ଏଚ୍. ବିଜୟଲକ୍ଷ୍ମୀଙ୍କ ସଭାପତିତ୍ୱରେ ଅନୁଷ୍ଟିତ ହୋଇଯାଇଛି। କିଶୋରୀ ବୟସର ଛାତ୍ରୀମାନଙ୍କ ଠାରେ ଦେଖାଯାଉଥିବା ମାନସିକ ଓ ଶାରିରୀକ ଅସନ୍ତୁଳତା, ସମସ୍ୟା, ଏହାର ପ୍ରତିକୂଳ ପ୍ରଭାବ ଓ ପ୍ରତିବିଧାନ ସଂପର୍କିତ ସେମିନାରରେ ରୋଟାରୀ କ୍ଲବର ସଭାପତି ଅଜିତ ଦାସ, ସଂପାଦକ ମନୋଜ କୁମାର ସାହୁ, ସମ୍ମାନିତ ଅତିଥି ଭାବେ ବିଦ୍ୟାଳୟ ପରିଚାଳନା ସମିତିର ସଭାପତି ପ୍ରଦୀପ କୁମାର ମୁଖାର୍ଜୀ, ବକ୍ତା ଭାବେ ବରିଷ୍ଠ ସ୍ତ୍ରୀ ଓ ପ୍ରସୂତି ବିସେଷଜ୍ଞ ଡା. କୁନ୍ତଳା ମିଶ୍ର, ଅବସରପ୍ରାପ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ସୁକାନ୍ତି ଜେନା ଯୋଗଦେଇଥିଲେ। ଉତ୍ସବ ପ୍ରାରମ୍ଭରେ ପ୍ରଧାନ ଶିକ୍ଷୟିତ୍ରୀ ସ୍ୱାଗତ ଭାଷଣ ପ୍ରଦାନ କରିବା ସହ ସେମିନାର ବିଷୟବସ୍ତୁ ଊପରେ ଏକ ସ୍ୱତନ୍ତ୍ର ଉପସ୍ଥାପନା ପ୍ରଦାନ କରିଥିଲେ।ଉକ୍ତ ସେମିନାରରେ ବିଦ୍ୟାଳୟର ଛାତ୍ରୀମାନେ ସକ୍ରିୟ ଅଂଶ ଗ୍ରହଣ କରିବା ସହ ପ୍ରଶ୍ନୋତର କାର୍ଯ୍ୟକ୍ରମରେ ଛାତ୍ରୀ ବର୍ଷା ବର୍ଣାଳୀ ବିନ୍ଧାଣୀ, ପ୍ରିୟଙ୍କା ଦାସ, ଶକ୍ତିରୂପା ପାଲ, ଭୁମିକା ରାଣୀ ଦାସ, ଆନିଆଲିସା ପଲାଇ, ରାଜଲକ୍ଷ୍ମୀ ଭୋଳ ଭାଗ ନେଇଥିଲେ। ସେମିନାରର ଅନ୍ତିମ ପର୍ଯ୍ୟାୟରେ ବିଦ୍ୟାଳୟରେ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଅର୍ଜନ କରିଥିବା ଛାତ୍ରୀ ବର୍ଷା ବର୍ଣାଳୀ ବିନ୍ଧାଣୀ, ରୋଜାଲିନ ମିଶ୍ର, ମାଜେଦା ଖାନମ, ପ୍ରିୟଙ୍କା ଦାସ, ନନ୍ଦିତା ନାୟକ, ଆଫ୍ରିନ ଗଜଲ୍ଙ୍କୁ ରୋଟାରୀକ୍ଲବ ଦ୍ୱାରା ପୁରଷ୍କୃତ କରାଯାଇଥିଲା।ଶିକ୍ଷୟିତ୍ରୀ ସଂଯୁକ୍ତା ଦାସ ଧନ୍ୟବାଦ ଦେଇଥିଲେ। ଉକ୍ତ ଉତ୍ସବରେ ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ, ଶିକ୍ଷା କର୍ମଚାରୀ ସହେଯାଗ କରିଥିଲେ।

Leave a Reply

Your email address will not be published. Required fields are marked *