ଅନୁଗୁଳ

କିଶୋରନଗର ହାଇସ୍କୁଲର ୬୧ତମ ପ୍ରତିଷ୍ଠା ଦିବସ ପାଳିତ

ଅନୁଗୋଳ, ୨୨/୭(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): କିଶୋରନଗର ହାଇସ୍କୁଲର ୬୧ତମ ପ୍ରତିଷ୍ଠା ଦିବସ ବିଦ୍ୟାଳୟ ପରିସରରେ ଗତ ୨୦ ତାରିଖରେ ମହାସମାରୋହରେ ପାଳିତ ହୋଇଯାଇଛି। ପୁରାତନ ଛାତ୍ର ସଂସଦ ଆନୁକୂଲ୍ୟରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥିଭାବେ ସାମାଜିକ କର୍ମୀ ତଥା ପଶ୍ଚିମ ଓଡ଼ିଶା କୃଷକ ସମନ୍ୱୟ ସମିତିର ଆବାହକ ଲିଙ୍ଗରାଜ ପ୍ରଧାନ ଯୋଗ ଦେଇ ଶିକ୍ଷା ବ୍ୟବସ୍ଥାରେ ଦେଖା ଦେଉଥିବା କିଷମତା ଉପରେ ଆଲୋଚନା କରିଥିଲେ। ପୁରାତନ ଛାତ୍ର ସଂସଦ ସଭାପତି ଡଃ ଅନିଲ କୁମାର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ ଉତ୍ସବରେ ଅବସରପ୍ରାପ୍ତ ସମାଜସେବୀ ପ୍ରାଧ୍ୟାପକ ଡଃ ନନ୍ଦକିଶୋର ମହାକୁଡ଼ ଯୋଗ ଦେଇ ନିରନ୍ତର ଓ ମୂଲ୍ୟବୋଧ ଶିକ୍ଷା ଉପରେ ଗୁରୁତ୍ୱାରୋପ କରିଥିଲେ। ଉତ୍ସବରେ ଶିକ୍ଷାବିତ ପିତାମ୍ଭର ବିଶ୍ୱାଳ, ପଂଚାୟତ ସମିତି ଅଧ୍ୟକ୍ଷା ବବିତା ପ୍ରଧାନ, ୧୧ ନଂଜିଲ୍ଲା ପରିଷଦ ସଭ୍ୟ ଅର୍ଜୁନ ପାଣ୍ଡେ ପ୍ରମୁଖ ସମ୍ମାନୀତ ଅତିଥିଭାବେ ଯୋଗ ଦେଇଥିଲେ। ଏହି ଅବସରରେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ପର୍ଶୁରାମ ଛନ୍ଦ ଓ ଚଳିତ ବର୍ଷ ଦଶମ ଶ୍ରେଣୀ ବୋର୍ଡ଼ ପରୀକ୍ଷାରେ ସର୍ବୋଚ୍ଚ ନମ୍ବର ରଖିଥିବା ଛାତ୍ରୀ ଜାଗୃତି ବିଶ୍ୱାଳଙ୍କୁ ସମ୍ମାନିତ କରାଯାଇଥିଲା। ସେହିପରି ଛାତ୍ରଛାତ୍ରୀଙ୍କ ମଧ୍ୟରେ ପୂର୍ବରୁ ଅନୁଷ୍ଠିତ ସଙ୍ଗୀତ, ବକ୍ତୃତା ଓ ସାଧାରଣଜ୍ଞାନ ପ୍ରତିଯୋଗିତାରେ କୃତୀଲାଭ କରିଥିବା ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା। ବିଦ୍ୟାଳୟର ପ୍ରଧାନଶିକ୍ଷକ ସତ୍ୟାନାରାୟଣ ମିଶ୍ର ସ୍ୱାଗତ ଭାଷଣ ଦେଇଥିବା ବେଳେ ପ୍ରାକ୍ତନ ଛାତ୍ର ଡାକ୍ତର ଅଲେଖ କୁମାର ପ୍ରଧାନ ବାର୍ଷିକ ବିବରଣୀ ପାଠ କରିଥିଲେ। ଶିକ୍ଷକ ସଂଗ୍ରାମ କେଶରୀ ପୃଷ୍ଟି କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବା ବେଳେ ଛାତ୍ର ସଂସଦ ସମ୍ପାଦକ ଦେବରାଜ ପ୍ରଧାନ ଧନ୍ୟବାଦ ଜ୍ଞାପନ କରିଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top