କୋରାପୁଟ

କିଶାନ ମଜଦୁର ସଭାର ଗଣଧାରଣା

କୋରାପୁଟ; ତା୧୩-୦୩-୧୮(ଓଡିଆପୁଅ/ରଂଜନ କୁମାର ଦାସ) ୯ ଦଫା ଦାବି ପୂରଣ ନିମନ୍ତେ ଅଖୀଳ ଭାରତ କିଶାନ ମଜଦୁର ସଂଘ(ଏଆଇକେଏମଏସ) କୋରାପୁଟ ଜିଲା ଶାଖା ସଦର ମହକୁମାରେ ଏକ ଶୋଭାଯାତ୍ରା କରିବା ସହ ଜିଲାପାଳ ଅଫିସ ସମୁଖରେ ଗଣ ଧାରଣା ଦେଇଛି। ସମାଜସେବୀ ଭାଲ ଚନ୍ଦ୍ର ଷଡଙ୍ଗିଙ୍କ ନେତୃତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲାର ବିଭିନ୍ନ ସ୍ଥାନରୁ ଆଦିବାସୀ, ଦଳିତ ଓ ଅନ୍ୟାନ୍ୟ ସମ୍ପ୍ରଦାୟର ମହିଳା ପୁରୁଷ ଯୋଗ ଦେଇଥିଲେ। ରାଜ୍ୟରେ ବିଜେଡିର ୧୮ବର୍ଷ ଓ କେନ୍ଦ୍ରରେ ଭାଜପାର ୪ବର୍ଷର ଶାସନ ସମୟରେ କୋରାପୁଟ ଜିଲାର ଦଳିତ ଆଦିବାସୀ କୌଣସି ସୁଫଳ ପାଇ ନାହାନ୍ତି। ବିଭିନ୍ନ ସମୟରେ ରାଜନୈତିକ ଦଳ ମାନେ କୋରାପୁଟ ଜିଲାର ନିରୀହ ଲୋକଙ୍କୁ ମିଥ୍ୟା ପ୍ରତିଶୃତି ଦେଇ ଲୁଟି ଚାଲିଛନ୍ତି। ସ୍ୱାଧୀନତା ପରଠାରୁ ଅବିଭକ୍ତ କୋରାପୁଟ ଜିଲାର ଖଣି, ପାଣି ସବୁ ଶିଳ୍ପପତି ମାନଙ୍କୁ ଦେଇ ଲୋକଙ୍କୁ କେବଳ ବିସ୍ଥାପୀତ କରିବା ବ୍ୟତୀତ ଆୁ କିଛି କରା ଯାନଥିବା କିଶାନ ମଜଦୁର ସଂଘ ଅଭିଯୋଗ କରିଛି। ତେଣୁ କୋରାପୁଟ ଲୋକଙ୍କୁ ନ୍ୟାୟ ଦେବା ଓ ମୌଳିକ ସମସ୍ୟାର ସମାଧାନ ପାଇଁ କିଶାନ ମଜଦୁର ସଂଘ ଜିଲାପାଳ ଅଫିସ ଆଗରେ ଧାରଣା ଦେଉଥିବା ଶ୍ରୀ ଷଡଙ୍ଗି ସୂଚନା ଦେଇଛନ୍ତି। ଜିଲାର ସବୁ ଭୂମିହୀନ ଓ ଗୃହହୀନଙ୍କୁ ଜମି ଓ ଘର ପ୍ରଦାନ, ଜଙ୍ଗଲ ଜମିରେ ଚାଷବାସ କରୁଥିବା ଲୋକଙ୍କୁ ଅଧିକାର ପଟ୍ଟା ପ୍ରଦାନ, ମନରେଗା ଯୋଜନାରେ ସମସ୍ତଙ୍କୁ ୧୦୦ ଦିନ କାମ ଦେବା ଓ ମଜୁରୀ ପ୍ରଦାନ, ବାଦ ପଡିଥିବା ଗରିବ ପରିବାରକୁ ଖାଉଟି କାର୍ଡ ଦେବା, ବାର୍ଦ୍ଧକ୍ୟ ଓ ଅନ୍ୟାନ୍ୟ ଭତା ମାସିକ ହଜାର ଟଙ୍କା କରିବା, ସବୁ ଗାଁକୁ ପାନୀୟ ଜଳ ବ୍ୟବସ୍ଥା ଓ ବିଜୁଳୀ ଆଲୁଅ କିମ୍ବା ସୋଲାର ଲାଇଟ ଯୋଗାଇଦେବା, ସୀମାନ୍ତ ଅଂଚଳରେ ଚିକିତ୍ସା ସୁବିଧା, ନାରାୟଣପାଟଣା ବ୍ଲକ ଭିତର ଲଚ୍ଛା ୍ରାମର ଲଦା ନଦୀରେ ଜଳ ଭଣ୍ଡାର ନିର୍ମାଣ କରିବା ଦାବି କରା ଯାଇଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top