କିଶାନ କ୍ଷେତମଜଦୁର ସଂଗଠନ ପକ୍ଷରୁ ଦାବିପତ୍ର ପ୍ରଦାନ

ଯାଜପୁର-୬/୧୨(ଓଡିଆ ପୁଅ/ଏ.ରାଉତ) ଅଲ୍ ଇଣ୍ଡିଆ କିଶାନ କ୍ଷେତ୍ର ମଜଦୁ ସଂଗଠନ ଧର୍ମଶାଳା ଶାଖା ପକ୍ଷରୁ ବୁଧବାର ଦିନ ଏକ ପ୍ରତିନିଧି ଦଳ ଧର୍ମଶାଳା ତହସିଲଦାରକୁ ଅଦିନିଆ ବର୍ଷାରେ କ୍ଷତିଗ୍ରସ୍ଥ ଉପଯୁକ୍ତ ଚାଷୀଙ୍କୁ କ୍ଷତି ପୂରଣ ଦେବାକୁ ଦାବି କରିଥିଲେ । ଜିଲା କମିଟି ସଭ୍ୟ କ୍ରମେଡ ଚୈତନ୍ୟ ସାହୁ, ନାରାୟଣ ପରିଡା, ଲକ୍ଷ୍ମୀଧର ସାମଲ,ମଙ୍ଗୁଳି ମଳିକ, ବାବୁଧର ମଳିକ,ଏସ୍.ୟୁସି.ଆଇ ପକ୍ଷରୁ ଅକ୍ଷୟ ଦାସ,ମନୋଜ ସେଠି,ପ୍ରଭାତୀ ମଳିକ,ପ୍ରଶାନ୍ତ ସ୍ୱାଇଁ ପ୍ରମୁଖ ଧର୍ମଶାଳା ତହସିଳଦାର ପ୍ରଭାତ କୁମାର ବେହୁରିଆଙ୍କୁ ତହସିଲଠାରେ ଭେଟି ଅଦିନିଆ ବର୍ଷା ଯୋଗୁ କ୍ଷତିଗ୍ରସ୍ଥ ପ୍ରକୃତ ଚାଷୀଙ୍କୁ ଚିହ୍ନଟ ହୋଇନଥିବା ଅଭିଯୋଗ କରିବା ସହ ଭାଗ ଚାଷୀଙ୍କୁ ଚିହ୍ନଟ କରି କ୍ଷତିପୂରଣ ତୁରନ୍ତ ପ୍ରଦାନ କରିବାକୁ ଦାବି କରିଥିଲେ । ଏନେଇ ତହସିଲଦାର ଶ୍ରୀ ବେହୁରିଆଙ୍କ ସହ ଯୋଗଯୋଗ କରିବାରୁ ସେ କହିଲେ ଯେ ପ୍ରକୃତ କ୍ଷତିଗ୍ରସ୍ଥ ଚାଷୀଙ୍କୁ ତୁରନ୍ତ କ୍ଷତିପୁରଣ ଦିଆଯିବ ବୋଲି ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *