କିରୋସିନ ଅଧିକ ଟଙ୍କାରେ ବିକ୍ରିକୁ ନେଇ ମୁରୁସୁଆଁ ପଞ୍ଚାୟତରେ ଉତ୍ତେଜନା, ନାଏବ ସରପଞ୍ଚଙ୍କୁ ତାଲା ପକାଇଲେ ହିତାଧିକାରୀ

ତୁରୁମୁଙ୍ଗା,ତା ୧୩.୦୪(ଓଡିଆ ପୁଅ/ସନ୍ତୋଷ ପତି)କେନ୍ଦୁଝର ଜିଲା ପାଟଣା ବ୍ଲକ ଅନ୍ତର୍ଗତ ମୁରୁସୁଆଁ ଗ୍ରାମପଞ୍ଚାୟତରେ ପିଡିଏସ ସାମଗ୍ରୀ କିରିସିନର ଅଧିକ ଦରରେ ବିକ୍ରିକୁ ନେଇ ହିତାଧିକାରୀଙ୍କ ବିରୋଧ ସହ ଉତ୍ତେଜନା । ସୂଚନା ଅନୁଯାୟୀ ଗତ ଗୁରୁବାର ଦିନ ଅପରାହ୍ନରେ ମୁରୁସୁଆଁ ପଞ୍ଚାୟତରେ ପିଡିଏସ ସାମଗ୍ରୀ କିରୋସିନର ଲିଟର ପ୍ରତି ୧ଟଙ୍କା ଅଧିକ ନେଉଥିବାର ଅଭିଯୋଗ ହୋଇଛି । ଏହାକୁ ନେଇ ହିତାଧିକାରୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା । ଏ ନେଇ ଶତାଧିକ ହିତାଧିକାରୀ ଗ୍ରାମପଞ୍ଚାୟତର ସରପଞ୍ଚ ସୁନିତା ନାଏକ ଓ ନାଏବ ସରପଞ୍ଚ ଲକ୍ଷ୍ମୀପ୍ରିୟା ସାହୁଙ୍କୁ ପଞ୍ଚାୟତ କାର୍ଯ୍ୟାଳୟ ମଧ୍ୟରେ କିଛି ସମୟ ପାଇଁ ବନ୍ଦ କରି ରଖିଦେଇଥିବାର ଜଣାପଡିଛି । ଏ ସମ୍ପର୍କରେ ବିଡ଼ିଓଙ୍କୁ ପଚାରିବାରୁ କିରାସିନ ସରକାରଙ୍କ ଧାର୍ଯ୍ୟମୂଲ୍ୟ ୨୫ଟଙ୍କା ଥିବାର ସଫେଇ ଦେଇଛନ୍ତି । ଓ ୨୫ଟଙ୍କାରେ ବିକ୍ରି କରିବା ପ୍ରତିବଦଳରେ ୨୬ଟଙ୍କାରେ କ’ଣ ପାଇଁ ବିକ୍ରି କରାଯାଉଥିଲା ତାହାର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି । ଏବାବଦକୁ ନେଇ ପାଟଣା ଖାଦ୍ୟ ଯୋଗାଣ ନିରୀକ୍ଷକ ବିଦ୍ୟୁତଲତା ନାଏକଙ୍କୁ ପଚାରିଥିଲୁ ସେ କହିଥିଲେ ଏ ଘଟଣା ସତ୍ୟ ଏବଂ ପିଇଓଙ୍କ ଅନୁପସ୍ଥିତିରେ ସରପଞ୍ଚ ଓ ନାଏବ ସରପଞ୍ଚ କିରୋସିନ ବିକ୍ରି କରିଥିଲେ ।ଲିଟର ପ୍ରତି ଏକ ଟଙ୍କା ଅଧିକା ନେବାର ଖବର ମିଳିଛି,ପିଇଓ ପହଞ୍ଚିଲେ ଘଟଣାର ତଦନ୍ତ କରିଯିବା ସହ କାର୍ଯ୍ୟାନୁଷ୍ଠାନ ନିଆଯିବ । ଏଥିପ୍ରତି ଜିଲ୍ଲାପ୍ରଶାସନ ଦୃଷ୍ଟି ଦେବା ସହ ପୁଙ୍ଖାନୁପୁଙ୍ଖ ତଦନ୍ତ କରି ସରକାରଙ୍କ ଧାର୍ଯ୍ୟ ମୂଲ୍ୟ ଠାରୁ ଅଧିକ ମୂଲ୍ୟରେ ବିକ୍ରି କରୁଥିବା ଲୋକମାନଙ୍କ ପ୍ରତି ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଏ ଅଞ୍ଚଳର ହିତାଧିକାରୀମାନେ ଦାବି କରିଛନ୍ତି ।

Leave a Reply

Your email address will not be published. Required fields are marked *