କିରାସିରା ପ୍ରତାପ ରଣା ହତ୍ୟାକାଣ୍ଡକୁ ମାସେ ପୁରିଲା ଅପରାଧିକୁ ଗିରଫ ଦାବୀରେ ପରିବାର ଲୋକ ଏସପିଙ୍କ ଦ୍ୱାରସ୍ଥ

ବୌଦ୍ଧ, ୦୯ା୦୮ (ଓଡିଆ ପୁଅ ସଜ୍ଜନ କୁମାର ଅଗ୍ରୱାଲା) :ବୌଦ୍ଧ ଜିଲା ମନମୁଣ୍ଡା ଥାନାର କିରାସିରା ଗା୍ରମର ପ୍ରତାପ ରଣାଙ୍କ ହତ୍ୟାକାଣ୍ଡକୁ ମାସେ ପୁରିଲା କିନ୍ତୁ ଅପରାଧି ମାନଙ୍କୁ ଗରିଫ କରିବାରେ ପୋଲିସ ବିଫଳ ହୋଇଛି । ତେଣୁ ହତ୍ୟାକାଣ୍ଡର ଅଭିଯୁକ୍ତକୁ ଗିରଫ ଦାବୀରେ ପରିବାର ଲୋକ ଜିଲା ଆରକ୍ଷୀ ଅଧିକ୍ଷକଙ୍କ ଦ୍ୱାରସ୍ଥ ହେବା ସହ ତୁରନ୍ତ ଗିରଫ କରିବାକୁ ଏକ ଲିଖିତ ଦାବୀପତ୍ର ପ୍ରଦାନ କରିଛନ୍ତି । ଅଭିଯୋଗ ଅନୁଯାୟୀ ମନମୁଣ୍ଡା ଥାନା କିରାସିରା ଗା୍ରମର ପ୍ରତାପ ରଣା ଗତ ୧୦.୭.୧୭ ରିଖ ସକାଳ ଭୋର ୪ ଟା ସମୟରେ ପୋଖରିକୁ ଯାଇ ଫେରି ନ ଥିଲେ । ଦିନ ୧୦ ଟା ବେଳକୁ ପରିବାର ଲୋକ ଜାଣିବାକୁ ପାଇଲେ ଯେ ପୋଖରୀ ନିକଟରେ ତାଙ୍କୁ ହତ୍ୟା କରାଯାଇଛି । ଏହା ପରେ ଘଟଣା ସଂପର୍କରେ ମନମୁଣ୍ଡା ଥାନା ଅଧିକାରୀଙ୍କୁ ଜଣାଇଥିଲେ । ଗତ ୧୧.୭.୧୭ରେ ପୋଲିସ ଟିମ ତଦନ୍ତ କରି ଗାଁରୁ ଫେରିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଅପରାଧି ମାନଙ୍କୁ ଗିରଫ କରାଯାଇପାରିନାହିିଁ । ପରିବାର ଲୋକ ମଧ୍ୟ କେତେକ ପେଶାଦାର ଗୁୁଣ୍ଡା ଶ୍ରେଣୀୟ ଲୋକମାନେ ମାରିଥିବା ନେଇ ସନେ୍ଦହ କରୁଥିବା ସହ ପୋଲିସର ତଦନ୍ତ ବେଳେ କୁକୁର ସେମାନଙ୍କ ଘରକୁ ଯାଇଥିବା କହିଛନ୍ତି । ସେହିଦିନ ଠାରୁ ଉକ୍ତ ପେଶାଦାର ଗୁଣ୍ଡା ଓ ସେମାନଙ୍କ ସହଯୋଗୀ ମାନେ ଫେରାର ଥିବା ଅଭିଯୋଗ କରିଛନ୍ତି । ହତ୍ୟାକାଣ୍ଡ ଘଟଣାକୁ ଏକମାସ ପୁରିଥିବାବେଳେ ଅପରାଧି ମାନଙ୍କୁ ଗିରଫ କରାଯାଉନଥିବାରୁ ପରିବାରର ଅନ୍ୟ ଲୋକଙ୍କ ଜୀବନ ପ୍ରତି ବିପଦ ଥିବା ନେଇ ଏସପିଙ୍କ ନିକଟରେ ଅଭିଯୋଗ କରିଛନ୍ତି । ପୋଲିସ ଜାଣିଶୁଣି ଅଭିଯୁକ୍ତମାନଙ୍କୁ ଗିରଫ କରିବା ଦିଗରେ ଆଗ୍ରହ ଦେଖାଉନଥିବା ଅଭିଯୋଗ କରିବା ସହିତ ତୁରନ୍ତ ଅଭିଯୁକ୍ତମାନଙ୍କୁ ଗିରଫ କରିବାକୁ ପରିବାର ଲୋକଙ୍କ ପକ୍ଷରୁ ଦାବି ହୋଇଛି ।

Leave a Reply

Your email address will not be published. Required fields are marked *