କିନ୍ନରଙ୍କ ମ୍ୟୁନିସପାଲିଟି ଅଫିସରେ ଧାରଣା

ପୁରୀ:୧୨/୯ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) : ଜିଲ୍ଲା କିନ୍ନର ମହାସଂଘ ପକ୍ଷରୁ ସେମାନଙ୍କର ମୌଳିକ ଅଧିକାର ଓ ଦାବି ନେଇ ପୌର କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯାଇଥିଲା। କିନ୍ନରଙ୍କ ଅଧିକାରକୁ ନେଇ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ପୁରୀ ଜିଲ୍ଲା ପ୍ରଶାସନ ଓ ପୌର ପ୍ରଶାସନା କିନ୍ନରଙ୍କ ଦାବି ପୂରଣ କରୁନଥିବା ଅଭିଯୋଗ ହୋଇଛି। ସହରରେ ଥିବା ୫୦ରୁ ଅଧିକ କିନ୍ନର ସେମାନଙ୍କ ଭୋଟର ପରିଚୟ ପତ୍ର, ଆଧାର କାର୍ଡ ଓ ବାସଗୃହ ପାଇଁ ଜଳ ଯୋଗାଣ ନିମନ୍ତେ ଦୀର୍ଘ ୪ବର୍ଷ ହେବ ଉପଜିଳ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ, ପୌର ନିର୍ବାହୀ ଅଧିକାରୀଙ୍କୁ ବାରମ୍ବାର ଭେଟି ଦାବି ପତ୍ର ଦେଉଛନ୍ତି। ଗତକିଛି ଦିନ ତଳେ ଜମି ପାଇଁ ସେମାନେ ପୌର ନିର୍ବାହୀ ଅଧିକାରୀଙ୍କୁ ସାକ୍ଷାତ କରିଥିଲେ। ତେବେ ଜଣେ ଅଧିକାରୀ ସେମାନଙ୍କୁ ବେଆଇନ ଭାବେ ଏକ ସ୍ଥାନରେ ରହିବାକୁ ପରାମର୍ଶ ଦେଇଥିଲେ। କିନ୍ନରଙ୍କ ମୌଳିକ ଦାବି ପୂରଣ ନହେଲେ ସେମାନେ ବାଧ୍ୟ ହୋଇ ରାଜରାସ୍ତାକୁ ଓହ୍ଲାଇବେ ବୋଲି ସେମାନେ କହିଛନ୍ତି।

Leave a Reply

Your email address will not be published. Required fields are marked *