କିଡ୍ସ ଇଂଲିସ ମିଡ଼ିୟମ ସ୍କୁଲର ବାର୍ଷିକ କ୍ରୀଡ଼ା ଉସ୍ôବ

ଭଦ୍ରକ, ୨୭ା୧ (ଓଡ଼ିଆପୁଅ / ପ୍ରମୋଦ ରାୟ) : ଚନ୍ଦନବଜାର ସ୍ଥିତ କିଡ଼୍ସ ଇଂଲିସ ମିଡ଼ିୟମ ସ୍କୁଲର ବାର୍ଷିକ କ୍ରୀଡ଼ା ଉସ୍ôବ ଅନୁଷ୍ଠିତ ହୋଇଯାଇଛି । ଏହି ଉସ୍ôବରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଶିଶୁ ମଙ୍ଗଳ କମିଟି ଅଧ୍ୟକ୍ଷ କମଳାକାନ୍ତ ସ୍ୱାଇଁ ଯୋଗଦେଇଥିବା ବେଳେ ମୁଖ୍ୟବକ୍ତା ଭାବେ ଶିଶୁମଙ୍ଗଳ କମିଟିର ସଦସ୍ୟ ଅଶୋକ ଦାସ ଯୋଗ ଦେଇଥିଲେ । ଏହି ଅବସରରେ ସ୍କୁଲରେ ହୋଇଥିବା ବାର୍ଷିକ କ୍ରୀଡ଼ା ପ୍ରତିଯୋଗୀ ମାନଙ୍କୁ ମାନପତ୍ର ସହ ଟ୍ରଫି ପ୍ରଦାନ କରାଯାଇଥିଲା । ପରେ ସ୍କୁଲର ପ୍ରଧାନ ଶିକ୍ଷକ ରବୀନ୍ଦ୍ର ତ୍ରିପାଠୀ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ । ଏହି ଉସ୍ôବକୁ ଶିକ୍ଷୟିତ୍ରୀ ମିସ୍ ନୈମାତୁନ, ମିସ୍ ନାଜ୍ନିନ୍ ଓ ସ୍କୁଲର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ, କର୍ମକର୍ତ୍ତା ଏବଂ ସ୍କୁଲର ପ୍ରତିଷ୍ଠାତା ସତୀଶ ଗୁପ୍ତା ପରିଚାଳନା କରିଥିଲେ ।

Leave a Reply

Your email address will not be published. Required fields are marked *