ଜିଲ୍ଲା ପରିକ୍ରମା

କିଡନୀ ରୋଗୀଙ୍କ ସଂଖ୍ୟା ତୀବ୍ର ରୂପେ ବୃଦ୍ଧି ଦେଶୀ ମଦ ନେଉଛି ଜୀବନ

ବଲାଙ୍ଗୀର ୩ ମଇ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ଜିଲ୍ଲା ଅନ୍ତର୍ଗତ ଟିଟିଲାଗଡ ସବ୍ଡିଭିଜନ ଅଂଚଳରେ କିଟନୀରେ ଆକ୍ରାନ୍ତଙ୍କ ସଂଖ୍ୟା ମାତ୍ରାଧିକ ଭାବେ ବଢି ଚାଲିଛି। ସ୍ବେଛାସେବୀ ସଂଗଠନ ଜନସେବାର ଏକ ସର୍ଭେ ଅନୁଯାଇ ଗତ ଏକ ମାସରେ ବାର ଜଣଙ୍କ କିଟନୀ ନଷ୍ଟ ହେବl ଦ୍ୱାରା ମୃତ୍ୟୁ ଘଟିଛି। ଟିଟିଲାଗଡ ଉପଖଣ୍ଡର ଗଦୁଲ, କନିଝୁରୀ, ଉଦେପୁର, ମାରଲlଡ଼, ଚଟୁଅନକା, ମୁରୀବାହଲ, ମାଲେସିର ଆଦି ପ୍ରତିଟି ଗ୍ରାମରେ ଏହି ଆକ୍ରାନ୍ତ ରହିଥିବା ଦେଖାଯାଉଛି। କେବଳ ଟିଟିଲାଗଡ ଡାକ୍ତରଖାନାରେ ହିଁ ପ୍ରତି ଦିନ ତିନିରୁ ଚାରି ରୋଗୀ ଚିହ୍ନଟ ହେବା ଡାକ୍ତରଖାନା ତରଫରୁ ପ୍ରକାଶ ପାଇଛି। ଏହି ଆକ୍ରାନ୍ତ କେବଳ ବିଷାକ୍ତ ମଦ୍ୟ ପାନ କରିବା ଯୋଗୁଁ ଏ ଅବସ୍ଥାର ଶିକାର ହେବା ଜଣାଯାଇଛି। ଉଭୟ ସହରାଂଚଳ ଓ ଗ୍ରାମାଞ୍ଚଳରେ ଦେଶୀ ମଦ ଖୋଲା ଖୋଲି ବିକ୍ରି ଚାଲିବା ଓ କୁଟୀର ଶିଳ୍ପରେ ପରିଣତ ହୋଇଯାଇଛି। ରାସାୟନିକ ସାର ଅଧିକ ନିଶା ଯୁକ୍ତ କରିବାକୁ ଦେଇ ଦେଉଥିବା ବେଳେ ମଦ ପିଇ ଜୀବନଯିବା ସାର ହେଉଛି। ଅବକାରୀ ବିଭାଗ ସଲାସୁତୁରାକରି ନିରବ ସାଜିଥିବା ବେଳେ ଗରିବ ଓ ଦିନମଜୁରିଆ ଏ ମଦ ପିଇ ଅକାଳମୃତ୍ୟୁର ଶିକାର ହେଉଛନ୍ତି। ଚିକିତ୍ସା ପାଇଁ ବୁର୍ଲା, ବିଶାଖା ପାଟଣା ଯାଇ ଅର୍ଥ ଖର୍ଚ କରି ସର୍ବସ୍ୱାନ୍ତ ହେବା ସାର ହେଉଛି। ଏଥିପ୍ରତି ବିଭାଗୀୟ ଶାସନ ସଚିବ ତୁରନ୍ତ ଦୃଷ୍ଟି ଦେବାକୁ ଦୃଢ ଦାବି ହେଉଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top