କିଡନି ରୋଗ ରେ ଗାଁ ଲୋକ ଆତଙ୍କ

ଖଡିଆଳ/ନୂଆପଡା-୦୭.୦୬.(ଓଡିଆ ପୁଅ/ସୁଜିତ କୁମାର ପ୍ରଧାନ)- ନୂଆପଡା ଜିଲ୍ଲା ଖଡିଆଳ ବ୍ଲକ ଆଦିବାସୀ ବହୁଳ ଜୁନାପାଣି ଗାଁ ରେ କିଡନି ରୋଗ ଆତଙ୍କ। ଖଡିଆଳ ବ୍ଳକ କାର୍ଯ୍ୟାଳୟ ଠାରୁ ୧୩ କିଲୋମିଟର ଦୂରତାରେ ଅବସ୍ଥିତ ଜୁନାପଣୀ ଗାଁ। ଗାଁ ରେ ବିଷେଷ କରି ଆଦିବାସୀ ଓ ପଛୁଆବର୍ଗର ଲୋକେ ବାସକରନ୍ତି। ଗାଁ ରେ ନରହରି ମାଝୀ, ହରି ମାଝୀ, ରୁପଧର ମାଝୀ, କେନ୍ଦୁ ମାଝୀ, ଇସ୍ତିନାରାୟଣ ରାଉତ ରାୟ, ବିଛାତୁଳ ମାଝୀ, ବେନାର ସିଂ ମାଝୀ ଏହି ଲୋକ ମାନଙ୍କୁ କିଡନି ରୋଗ ଆକ୍ରାନ୍ତ କରିଥିବା ବେଳେ ଚିକିତ୍ସା ଅଭାବରୁ ମରଣ ଜିବନ ସହ ସଂଗ୍ରାମ କରୁଛନ୍ତି। ଗାଁ ରେ ୧୧ ଗୋଟି ନଳକୂପ ଥିବା ବେଳେ ସମସ୍ତ ନଳକୂପ ରେ ମାତ୍ରାଧିକ ଫ୍ଲୋରାଟ ପାଣି ନିର୍ଗତ ହେଉଛି। ଏହି ପାଣିକୁ ସେବନ କରିବା ଦ୍ୱାରା ଏଭଳି କିଡନି ରୋଗ ବ୍ୟାପୁଥିବା ଗାଁ ଲୋକେ ଅଭିଯୋଗ କରିଛନ୍ତି। ସେହିଭଳି ନିକଟସ୍ଥ ପୋଖରି ଓ ଦୂଷିତ ଝରଣା ପାଣି କୁ ସେବନ କରୁଥିବା ଏବେ ଦେଖାଦେଇଛି। ଯାହାକି ବ୍ୟବହାର ଉପଯୋଗି ନୁହେଁ। ଏ ସଂମ୍ପର୍କରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ଯୋଗାଯୋଗ କରିବାରୁ ଗାଁ କୁ ଏକ ଡାକ୍ତରି ଦଳ ଯାଇ ଅନୁଧ୍ୟାନ କଳାପରେ ବିହିତ ପଦକ୍ଷେପ ଗ୍ରହଣ କରିବେ ବୋଳି ପ୍ରତିସୃତି ଦେଇଛନ୍ତି।

Leave a Reply

Your email address will not be published. Required fields are marked *