କାହା ଇଙ୍ଗିତରେ ଚାଲିଛି କୁସୁନପୁର ଜଙ୍ଗଲ ଜମିରେ ବେଧଡକ କଳାପଥର ଲୁଟ୍

ଯାଜପୁର-୧୧/୮(ଓଡିଆ ପୁଅ/ଏ.ରାଉତ) ଯାଜପୁର ଜିଲା ଧର୍ମଶାଳା ତହସିଲରେ ରହିଛି ଅନେକ ଗୁଡିଏ କଳାପଥର ଉତ୍ସ । ଅନେକ ଗୁଡିଏ କଳାପଥର ଉତ୍ସ ରାଜସ୍ୱ ବିଭାଗ ଅଧିନରେ ଥିଲା ବେଳେ ଅନେକ କଳାପଥର ଉତ୍ସ ରହିଛି ଜଙ୍ଗ ବିଭାଗ ଅଧିନରେ । କିନ୍ତୁ ଜଙ୍ଗଲ ଜମି ଉପରେ ଥିବା ଉତ୍ସ ଗୁଡିକ ମଧ୍ୟ ବର୍ତ୍ତି ପାରୁନାହଁ ପଥର ମାଫିଆଙ୍କ କବ୍ଜାରୁ । ଧର୍ମଶାଳା ତହସିଲରେ ଏବେ ୨୧ଟି ଉତ୍ସର ନିଲାମ ସରିଥିଲେ ମଧ୍ୟ କାହାକୁ ଅପରେସନ କରିବାର ଅନୁମତି ପତ୍ର ମିଳିନଥିବାରୁ ଏମାନେ ଖାଦାନରେ କାମ କରିନଥିବା ବେଳେ କିନ୍ତୁ ଲୁଟ୍ ଚାଲିଛି ଏହି ୨୧ ଟି ଉତ୍ସର କଳାପଥର ସେହିପରି ଅନେକ ଗୁଡିଏ କଳାପଥର ଖାଦାନରେ ବିଗତ ୨-୩ ମାସ ଭିତରେ ଶ୍ରମିକ ମରିବାର ଘଟଣା ଲୋକ ଲୋଚନକୁ ଆସିଥିଲେ ମଧ୍ୟ କଳାପଥର ମାଫିଆମାନେ ସେମାନଙ୍କର କାରବାର କୁ ବନ୍ଦ କରିବାତ ଦୂରରକଥା ଆହୁରି ବଢାଇବାରେ ଲାଗିଛନ୍ତି । ପୋଲିସ ବିଭାଗ ଶ୍ରମିକ ମୃତୁ୍ୟ ଘଟଣାରେ ୩-୪ ଜଣଙ୍କୁ ଗିରଫ କରିଥିଲେ ମଧ୍ୟ କଳାପଥର ମାଫିଆମାନେ କାହାକୁ ଭୟ ନକରି ଚଳାଇଛନ୍ତି ସେମାନଙ୍କର ସାମ୍ରାଜ୍ୟ । ସେହିପରି ୫୩ନଂ ଜାତୀୟ ରାଜପଥ ଠାରୁ ମାତ୍ର ଆନୁମାନିକ ୪ ଶହ ମିଟର ଦୂରରେ ଥିବା କୁସୁନପୁର ପାହାଡରେ ଚାଲିଛି ବେଧଡକ କଳାପଥର ଲୁଟ୍ । ବଳରାମପୁର ପାହାଡର ଏକ ଅଶଂ ବିଶେଷ ହେଉଛି କୁସୁନପୁର ପାହାଡ ଜଙ୍ଗ ବିଭାଗ ଅଧିନରେ ରହି ଆସୁଥିବା ଏହି ପାହାଡଟି ଉନ୍ନତ ମାନର କଳାପଥର ଉତ୍ସ ହୋଇଥିବାରୁ ଜିଲା ଓ ଜିଲା ବାହାରର ପଥର ମାଫିଆଙ୍କ ନଜରରୁ ବର୍ତ୍ତପାରୁନାହିଁ । ଘନ ଘନ ବଷ୍ପୋରଣ ଘଟାଇ ଦିନକୁ ହଜାର ହଜାର ଟ୍ରିପ କଳାପଥର ଲୁଟ୍ ହେଉଥିଲା ବେଳେ କାହିଁକି ଯେ ବନ ବିଭାଗ ଚୁପ ବସିଛି ଏହାଏକ ପ୍ରଶ୍ନବାଚୀ ସୃଷ୍ଟି କରିଛି ସାଧାରଣ ଲୋକମାନଙ୍କ ମନରେ ଏବେବି ବୃକ୍ଷ ଲତାରେ ପୁରି ରହିଥିବା ଏହି ପାହାଡରେ ବିଷ୍ପୋରଣ ଘଟିବା ଦ୍ୱାରା ଅନେକ ଜୀବଜନ୍ତୁ ମରୁଥିଲେ ମଧ୍ୟ ଏହାକୁ ଦବେଇ ଦିଆଯାଉଛି କଳାପଥରର ଗଦା ଭିତରେ ତେଣୁ ଏହିଭଳି ଘଟଣା ବାରମ୍ବାର ବିଭିନ୍ନ ଗଣ ମାଧ୍ୟମ ବନ ବିଭାଗ ନଜରକୁ ଆଣୁଥିଲେ ମଧ୍ୟ ବନବିଭାଗର ନୀରବତା ବୁଦ୍ଧିଜୀବୀମାନଙ୍କୁ ବିସ୍ମିତ କରିଛି । ଆସନ୍ତା ଦିନରେ ଯଦି ଜଙ୍ଗଲ ଜମିରେ ଥିବା କୁସୁନପୁର ପାହାଡଟି କଳାପଥର ଲୁଟ୍ ବନ୍ଦ ନହୁଏ ତାହେଲେ କୁସୁନପୁର ପାହାଡ ଯେ ଦିନେ ଇତିହାସ ପାଲଟିଯିବ ଏଥିରେ ତିଳେମାତ୍ର ସନେ୍ଦହ ନା

Leave a Reply

Your email address will not be published. Required fields are marked *