କାହାରିକୁ କଚ୍ଚାଘରେ ରହିବାକୁ ଦିଆଯିବ ନାହିଁ ; ବିଧାୟକ ପ୍ରଣବ ପ୍ରକାଶ ଦାସ 

ଯାଜପୁର-୨୧/୭(ଓଡିଆ ପୁଅ/ଏ.ରାଉତ) – ଯାଜପୁର ପୌର ପ୍ରଶାସନ ପକ୍ଷରୁ ଶନିବାର ଦିନ ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଗୃହ କାର୍ଯ୍ୟାଦେଶ ବଣ୍ଟନ କରାଯାଇଛି। ପ୍ରଧାନମନ୍ତ୍ରୀ ଗୃହ ଆବାସ ଯୋଜନା ଉପରେ ଶନିବାର ଦିନ ଗୌତମବୁଦ୍ଧ ସଂସ୍କୃତି ଭବନ ପରିସରରେ ପାଇବାକୁ ଥିବା ହିତାଧିକାରୀମାନଙ୍କୁ ନେଇ ଏକ ସଭା ଅନୁଷ୍ଠିତ ହୋଇଥିଲା। ଏହି ସଭାରେ ମୁଖ୍ୟ ଅତିଥିଭାବେ ବିଧାୟକ ପ୍ରଣବ ପ୍ରକାଶ ଦାସ ଯୋଗଦେଇ କାହାରିକୁ କଚ୍ଚାଘରେ ରହିବାକୁ ଦିଆଯିବ ନାହିଁ। ଏହି ପରିପ୍ରେକ୍ଷୀରେ ଯାଜପୁର ପୌରାଞ୍ଚଳର କଚ୍ଚାଘର ଥିବା ସମସ୍ତ ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଗୃହ ଆବାସ ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇ ଗୃହ ଯୋଗାଇ ଦିଆଯିବ ବୋଲି ବିଧାୟକ ଶ୍ରୀ ଦାସ କହିଥିଲେ। ଏହି ଅବସରରେ ବିଧାୟକ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର କାର୍ଯ୍ୟାଦେଶ ହିତାଧିକାରୀମାନଙ୍କୁ ବଣ୍ଟନ କରିଥିଲେ। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଯାଜପୁର ପୌରାଞ୍ଚଳରେ ପ୍ରଥମେ ୫୮୫ ଜଣ ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ବଣ୍ଟନ କରାଯାଇଥିବାବେଳେ ଶନିବାର ଦିନ ୩୨୭ ଜଣଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଗୃହ ଯୋଜନାରେ କାର୍ଯ୍ୟାଦେଶ ପୌରପାଳିକା ପକ୍ଷରୁ ବଣ୍ଟନ କରାଯାଇଥିଲା। ଏହି ସଭାରେ ଜିଲା ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ନିର୍ଦ୍ଦେଶକ ବ୍ରଜଗୋପାଳ ଆଚାର୍ଯ୍ୟ, ପୌରାଧ୍ୟକ୍ଷ ଭବ ପ୍ରସାଦ ଦାସ, ଉପାଧ୍ୟକ୍ଷା କନକଲତା ମୁଣ୍ଡା, ତହସିଲଦାର ଲକ୍ଷ୍ମୀକାନ୍ତ ମିଶ୍ର, ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ, ଓଏସ୍ଡ଼ି ସୁଦର୍ଶନ ଦାସ ପ୍ରମୁଖ ଯୋଗଦେଇଥିଲେ। ପୌରାଧ୍ୟକ୍ଷଙ୍କ ସଭାପତିତ୍ୱରେ ସଭା ଅନୁଷ୍ଠିତ ହୋଇଥିବାବେଳେ ବରିଷ୍ଠ ପାରିଷଦ ସନ୍ତୋଷ କୁମାର ମଲ୍ଲିକ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ଏହି ସଭାରେ ପୌରପାଳିକାର ସମସ୍ତ ପାରିଷଦ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *