କାଶ୍ମୀରର ସାମ୍ବାଦିକଙ୍କୁ ହତ୍ୟା ଘଟଣା ; କୋରାପୁଟ ପ୍ରେସକ୍ଲବ ଘଟଣାର ନିନ୍ଦା କଲା

କୋରାପୁଟ ୧୫-୦୬-୧୮(ଓଡିଆ ପୁଅ/ରଂଜନ କୁମାର ଦାସ)କାଶ୍ମୀରର ବରିଷ୍ଠ ସାମ୍ବାଦିକ ତଥା ରାଇଜିଂ କାଶ୍ମୀର ପତ୍ରୀକାର ମୁଖ୍ୟ ସଂପାଦକ ସୁଜାତ ବୁଖାରୀଙ୍କୁ ଅଜଣା ଦୁବୃର୍ତ ଶ୍ରୀନଗରଠାରେ ଗୁଳିକରି ହତ୍ୟା କରିବା ଘଟଣା ସାରା ଦେଶରେ ଚାଂଚଲ୍ୟ ସୃଷ୍ଟି କରିଥିବା ବେଳେ କୋରାପୁଟ ପ୍ରେସକ୍ଲବ ତରଫରୁ ଏକ ଶୋକସଭା ଅନୁଷ୍ଠିତ ହୋଇଥିଲା।କୋରାପୁଟ ପ୍ରେସକ୍ଲବ ସଭାପତି ଭବାନୀ ଶଙ୍କର ମିଶ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଶୋକସଭାରେ ଆତ୍ମାର ସଦଗତି ନିମନ୍ତେ ୨ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା।କାର୍ଯ୍ୟରତ ସାମ୍ବାଦିକଙ୍କ ହତ୍ୟା ଘଟଣାର ପ୍ରେସକ୍ଲବ ନିନ୍ଦା କରିଥିଲା।ଏଥିରେ ବରିଷ୍ଠ ସାମ୍ବାଦିକ ଅଶୋକ ବ୍ରହ୍ମା, କିର୍ତ୍ତୀଚନ୍ଦ୍ର ସାହୁ ପ୍ରମୁଖ ଯୋଗଦେଇ ଘଟନାର ଘୋର ନିନ୍ଦା କରିବା ସହ କାର୍ଯ୍ୟରତ ସାମ୍ବାଦିକମାନଙ୍କ ସୁରକ୍ଷା ନିମନ୍ତେ କେନ୍ଦ୍ର ତଥା ରାଜ୍ୟ ସରକାର ଅଅଇନ ପ୍ରଣୟନ କରିବାକୁ ଦାବି କରିଥିଲେ।ଦୋଷୀମାନଙ୍କୁ ଗିରଫ କରି କଠୋର ଦଣ୍ଡ ଦେବାକୁ ସେମାନେ ଦାବି କରିଥିଲେ। ସାମ୍ବାଦିକମାନଙ୍କ ସୁରକ୍ଷା ନିମନ୍ତେ ରାଜ୍ୟ ତଥା କେନ୍ଦ୍ର ସରକାର ଦୃଷ୍ଟି ଦେବାକୁ କୋରାପୁଟ ପ୍ରେସକ୍ଲବ ସଭାପତି ଭବାନୀ ଶଙ୍କର ମିଶ୍ର ଦାବି କରିଥିଲେ।ଏହି ଶୋକସଭାରେ ବରିଷ୍ଠ ସାମ୍ବାଦିକ ଡି. ଶଙ୍କର ରାଓ, ବିଦ୍ୟା ଚୈାଧୁରୀ, ରଂଜନ କୁମାର ଦାସ, ଅରୁଣ ଦାସ, ଘନଶ୍ୟାମ ରଥ, ଜିତେନ୍ଦ୍ର ମିଶ୍ର, ସୂର୍ଯ୍ୟ ନାରାୟଣ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *