ଓଡ଼ିଶା

କାଶୀପୁରରେ ବ୍ୟାପୁଛି ଚର୍ମରୋଗ: ଡଙ୍ଗାସିଲରେ ଶତାଧିକ ଶିଶୁ କାଛୁକୁଣ୍ଡିଆରେ ଆକ୍ରାନ୍ତ

ରାୟଗଡା, ୧୨।୫ (ଓଡିଆ ପୁଅ/ରବିନ୍ଦ୍ର ପାଟଖଣ୍ଡାଳ)- ରୋଗବ୍ୟାଧିକୁ ନେଇ ଚର୍ଚ୍ଚିତ କାଶୀପୁର ବ୍ଲକରେ ଏବେ ଚର୍ମରୋଗ ବ୍ୟାପିବାରେ ଲାଗିଛି। ଗାଁ ମୁଣ୍ଡଦେଇ ପ୍ରବାହିତ ହେଉଥିବା ଦୁଷିତ ପାଣି ଯୋଗୁଁ ଏହା ହୋଇଥିବାର ଆଶଙ୍କା କରାଯାଉଛି। ଗତ ୨ସପ୍ତାହଧରି ଡଙ୍ଗାସିଲରେ ଶତାଧିକ ଶିଶୁ କାଛୁକୁଣ୍ଡିଆ ରୋଗରେ ଆକ୍ରାନ୍ତ ହୋଇ ଷଢ଼ୁଛନ୍ତି। ଝାଡାବାନ୍ତି, ମିଳିମିଳା, ମ୍ୟାଲେରିଆ ପରେ ବର୍ତ୍ତମାନା କାଛୁକୁଣ୍ଡିଆକୁ ନେଇ କାଶୀପୁର ବ୍ଳକ ପୁଣି ଚର୍ଚ୍ଚାର ପରିଧିକୁୁ ଆସିଛି। ଜଣେ ବା ଦୁଇଜଣ ନୁହେଁ। କାଶୀପୁର ବ୍ଲକ ଡଙ୍ଗାସିଲ ପଞ୍ଚାୟତ ସଦର ମହକୁମାର ଶତାଧିକା ଶିଶୁ ଏଭଳି ଚର୍ମରୋଗରେ ଆକ୍ରାନ୍ତ ହୋଇ କଷ୍ଟ ଭୋଗୁଛନ୍ତି। ଗତ ୨ସପ୍ତାହ ଧରି ଗୋଟାକ ପରେ ଗୋଟିଏ ପିଲାଙ୍କୁ ଏହି କାଛୁକୁଣ୍ଡିଆ ବ୍ୟାପିବାରେ ଲାଗିଛି। ଗାଁ ବାସିନ୍ଦାଙ୍କ କହିବା ପ୍ରକାରେ ଅପ୍ରେଲ ୨୫ତାରିଖ ଠାରୁ ଏହି ଚର୍ମରୋଗ ପିଲାଙ୍କ ଦେହରେ ଦେଖିବାକୁ ମିଳିଲା। ୠାଁରେ ପ୍ରାୟ ୪୦୦ପରିବାର ବସବାସ କରୁଥିବାବେଳେ ଏହି ରୋଗ ସାହିକୁ ସାହି ବ୍ୟାପି ବର୍ତ୍ତମାନ ଡଙ୍ଗାସିଲରେ ପ୍ରାୟ ୧୦୦ରୁ ଉର୍ଦ୍ଧ୍ୱ ଶିଶୁଙ୍କ ଠାରେ ଏହି ଚର୍ମରେଗ ଦେଖିବାକୁ ମିଳିଛି। ଦେହର ଛୋଟଛୋଟ ଫଟକା ଭଳି ଦେଖାଯାଉଛି। କୁଣ୍ଡେଇ କୁଣ୍ଡେଇ କିଛିକ୍ଷଣ ପରେ ତାହା ବଡ ହୋଇଯିବା ପରେ ଫଟକା ଭିତରେ ପୋଜ ପାଣି ଭରିହୋଇଯାଉଥିବା କେତେକ ପିଲାଙ୍କ ଦେହରେ ଦେଖିବାକୁ ମଳିଛି। ଆଉ କେତେକଙ୍କ ଦେହରେ ସୁଖିଲା କୁଣ୍ଡଆ ରୂପେ ରହିଥିବା ଦେଖିବାକୁ ମିଳିଛି। ପ୍ରବଳ କୁଣ୍ଡିଆ ଫଳରେ ପିଲାମାନେ ରାତିଦିନ ଶୋଇପରୁନଥିବା ପରିବାର ଲୋକେ କହିଛନ୍ତି। ତେବେ ଗାଁରେ ଏଭଳି ସମସ୍ୟା ସମ୍ପର୍କରେ ସ୍ୱାସ୍ଥ୍ୟବିଭାଗ ନିକଟରେ କୌଣସି ସୂଚନା ନଥିବା ଜଣାପଡିଛି। ଏହାର ପ୍ରଭାବରେ କେତେକ ପିଲାଙ୍କ ଦେହରେ ପାଶ୍ୱ ପ୍ରତିକ୍ରୀୟ ମଧ୍ୟ ଦେଖିବାକୁ ମିଳିଛି। ବ୍ଲକ ସଦର ମହକୁମାରୁ ମାତ୍ର ୨୦କିଲୋମିଟର ଦୂରରେ ଏହି ଗାଁ ରହିଛି। କିନ୍ତୁ ଗତ ୨ସପ୍ତାହ ଧରି ପିଲାମାନେ ଚିକିତ୍ସା ପାଇପରୁନାହାନ୍ତି ବୋଲି ଅଭିଯୋଗ ହୋଇଛି। ତେବେ ଏହା କିପରି ବ୍ୟାପିଲା ତାହାର ସଠିକ ସୂଚନା କାହା ନିକଟରେ ନଥିବାବେଳେ ପାଖଦେଇ ବୋହିଯାଉଥିବା ଝରଣାର ପାଣି ଦୂଷିତ ହୋଇଥିବାରୁ ଏଭଳି ଚର୍ମରୋଗ ବ୍ୟାପିଥାଇପାରେ ବୋଲି ରାଜେଶ ବାଗ, ଦୁର୍ଯ୍ୟଧନା ବାଗ, ରୁକ ନାଏକ ଭଳି କିଛି ଅବିଭାବକ କହିଛନ୍ତି। ଗାଁରେ ବିଶିଦ୍ଧ ପାନୀୟଜଳର ବ୍ୟବସ୍ଥା ନାହିଁ। ଗତ ଏକବର୍ଷ ତଳେ ଗ୍ରାମ୍ୟ ଜଳ ଓ ପରିମଳ ବିଭାଗ ପକ୍ଷରୁ ପାଣି ଯୋଗାଇବାପାଇଁ ଗୋଟିଏ ପ୍ରକଳ୍ପ ନିର୍ମାଣ କରାଯାଇଥିଲା। ତେବେ ଖୁବ କମଦିନ ଲୋକଙ୍କୁ ପାଣି ଯୋଗାଇବାପରେ ତାହା ଅଚଳ ହୋଇ ପଡିରହିଛି। ଗଁରେ ଥିବା ନଳକୂଅ ଭିତରୁ ୯ଟି ଅଚଳ ହୋଇଯାଇଛି। ତେଣୁ ଲୋକେ ନକଟଦେଇ ବୋହିଯାଉଥିବା ଝରଣାର ପାଣିକୁ ବ୍ୟବହାର କରୁଛନ୍ତି। ତାହାର ପ୍ରଭାବରେ ଏଭଳି ସ୍ଥିତି ଉପୁଜିଥିବା ସେମାନେ କହିଛନ୍ତି। ଯଦି ଯୁଦ୍ଧକାଳୀନ ଭିତିରେ ଚିକିତ୍ସା ଯୋଗାଇ ନଦିଆଯାଏ, ଆଉ ଝରଣାପାଣୀକୁ ପରିକ୍ଷାକରି ଶେଧନା ପ୍ରକ୍ରୀୟ କରାନଯାଏ ତେବେ ଏହି ଚର୍ମରୋଗ ମାଇଙ୍କଚ, କୋଡିପାରି, ହାଡିଗୁଡା ପଞ୍ଚାୟତର ବିଭିନ୍ନ ଗାଁକୁ ବ୍ୟାପିବାର ଯଥେଷ୍ଟ ଆଶଙ୍କା ରହିଥିବା ଆଖପାଖ ଗାଁରଲୋକେ କହିଛନ୍ତି। ଏସମ୍ପର୍କରେ ଉପଜିଲାପଳ ପ୍ରବୀର କୁମାର ନାୟକଙ୍କ ଦୃଷ୍ଟିଆକର୍ଷଣ କରିବାରେ ନଦୀ ବା ଝରଣା ପାଣି ଦୁଷିତ ହୋଇଥାଇପାରେ। ଏହାକୁ ପରିକ୍ଷାକରି ପ୍ରତିଶୋଧନ ବ୍ୟବସ୍ଥା କାରାଯିବ ବୋଲି କହିଛନ୍ତି। ଅପରପକ୍ଷରେ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଚନ୍ଦ୍ରୀକା ପ୍ରସାଦ ଦାସଙ୍କୁ ପଚାରିବାରେ ତୁରନ୍ତ ଡଙ୍ଗାସିଲକୁ ଯାଇ ସ୍ଥିତି ଅନୁଧ୍ୟାନ କରିବାକୁ କାଶୀପୁର ଗୋଷ୍ଟି ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତରଙ୍କୁ ନିର୍ଦ୍ଦେଶ ଦିଆଯିବ। ପିଲାଙ୍କ ନିକଟରେ ଚିକିତ୍ସା ବ୍ୟବସ୍ଥା ପହଞ୍ଚାଯିବ ବୋଲି କହିଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top