କାଶିବେଡା ଗ୍ରାମରେ ସିରିଜ ଡକାୟତି ଲୁଟିନେଲେ ସୁନା ଅଳଙ୍କାର ଟଙ୍କା

ଢେଙ୍କିକୋଟ, ତା୧୨/୦୯(ଓଡ଼ିଆ ପୁଅ /ବିରେନ୍ଦ୍ର କୁମାର) କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ଅନ୍ତର୍ଗତ କାଶିବେଡା ଗ୍ରାମରେ ସିରିଜ ଡକାୟତି ହୋଇଛି । ଗତକାଲି ରାତିରେ ସଶସ୍ତ୍ର ଡକାୟତ ଦଳ ଗ୍ରାମରେ ପ୍ରବେଶ କରି ଗ୍ରାମର ଅବସରପ୍ରାପ୍ତ ସେନା କର୍ମଚାରୀ ଗୌର ଚନ୍ଦ୍ର ନାୟକ ଙ୍କ ଘରେ ପଶି ଗୌରଚନ୍ଦ୍ର ଙ୍କୁ ମାଡ଼ମାରି ୧୫ଭରିରୁ ଉର୍ଦ୍ଧ୍ବ ସୁନା ଗହଣା ସହ ଟଙ୍କା ଲୁଟି ନେଇଥିବା ବେଳେ ଗ୍ରାମର ଦନାର୍ଦ୍ଦନ ନାୟକ , ବୁଲୁ ମାନସିଂହ , ଖଗେଶ୍ବର ନାୟକ , ଜୟାନନ୍ଦ ନାୟକ ଙ୍କ ଘରେ ମଧ୍ୟ ପଶି ଆକ୍ରମଣ କରି ଅଳଙ୍କାର ଟଙ୍କା ଲୁଟିନେଲେ ଦୁର୍ବୁତ । ସୁଚନା ଅନୁଯାୟୀ ମଙ୍ଗଳବାର ବିଳମ୍ବିତ ରାତିରେ ଖଣ୍ଡି ହିନ୍ଦି ଭାଷାରେ କଥାବର୍ତା କରୁଥିବା ୬ ରୁ ୭ଜଣ ଡ଼କାୟତ ହାତରେ ମାରଣାସ୍ତ୍ର ଧରି ଘରେ ପରି ପରିବାର ଲୋକଙ୍କୁ ଆକ୍ରମଣ କରି ଘରର ଆସବାବ ପତ୍ର ଭଙ୍ଗାରୁଜା କରି ଟଙ୍କା ,ସୁନା ଗହଣା ଲୁଟ କରି ଫେରାର ହୋଇଯାଇଛନ୍ତି । ତେବେ ଆଜି ସକାଳେ ଏନେଇ ଢେଙ୍କିକୋଟ ଫାଣ୍ଡିରେ ଲିଖିତ ଅଭିଯୋଗ ହେବା ପରେ ଘଟଣା ସ୍ଥଳରେ ପୋଲିସ ପହଚିଁ ଘଟଣାର ତଦନ୍ତ ଚଳାଇଛି । ପୂର୍ବରୁ ଢେଙ୍କିକୋଟ , ଲଙ୍ଗଳକଣ୍ଟି ଓ ଟିକିରା ରୁ ଡକାୟତ ପରେ କାଶିବେଡା ଗ୍ରାମର ସିରିଜ୍ ଡକାୟତି ଅଞ୍ଚଳ ବାସୀ ଙ୍କୁ ଭୟଭୀତ କରିଥିବା ବେଳେ ଦିନକୁ ଦିନ ଢେଙ୍କିକୋଟ ଅଂଚଳରେ ଏଭଳି ଚୋରୀ ଘଟଣା ବୃଦ୍ଧି ପାଉଥିବାରୁ ସାଧାରଣ ଲୋକେ ଭୟଭିତ ଅବସ୍ଥାରେ ରହୁଥିବା ପ୍ରକାଶ କରିଛନ୍ତି । ପୋଲିସ ଚୋରି ଡକାୟତି ରୋକିବାରେ ବିଫଳ ହେବା ସହ ପୋଲିସର ପେଟ୍ରୋଲିଙ୍ଗ ଅଭାବ କାରଣରୁ ଅଞ୍ଚଳରେ ଏଭଳି ଘଟଣା ଘଟୁଥିବା ଲୋକେ ଅଭିଯୋଗ କରିଛନ୍ତି ।

Leave a Reply

Your email address will not be published. Required fields are marked *