କାଳ ବୈଶାଖି ସହ କୁଆପଥର ମାଡ଼: ଚାଷୀକୁଳ ଧ୍ୱଂସ, ଜଣେ ଚାଷୀ ଆତ୍ମହତ୍ୟା

ବରଗଡ଼ ୧୮.୦୬.୨୦୧୮ (ଓଡ଼ିଆ ପୁଅ/ଜଗଦୀଶ ସୁନା) ଓଡ଼ିଶାର ଏକମାତ୍ର ବରଗଡ଼ ଜିଲ୍ଲାକୁ ରାଜ୍ୟରେ ଧାନଫସଲକାରୀ ଜିଲ୍ଲାଭାବେ ମାନ୍ୟତା ହାସଲ କରିଛି। ଅନେକ ଲୋକେ ଏହି ଜିଲ୍ଲାକୁ ଧାନଲକ୍ଷ୍ମୀ ଜିଲ୍ଲାବୋଲି ଲୋକେ କହିବସନ୍ତି। ସେହି ଜିଲ୍ଲାରେ ଧାନ ବ୍ୟାପକ ମାତ୍ରାରେ ଉତ୍ପାଦନ ହୋଇଥାଏ। ଏହି ଜିଲ୍ଲାଠାରୁ ଉତ୍ପାଦନ ହେଉଥିବା ଚାଉଳ ଦେଶ ବିଦେଶକୁ ପଠାଯାଇଥାଏ ଏବଂ ସେଠାକାର ଚାଷୀମାନେ ମନ ଲଗାଇ କୃଷି ପ୍ରଧାନ୍ୟ ଦେଇଥାନ୍ତି। ନିଦରୁ ଉଠିଲେ ପ୍ରଥମେ ଚାଷୀଙ୍କ ଆଖିରେ ଫସଲ ଚାଷହିଁ ଦେଖାଯାଇଥାଏ। ତେବେ ଓଡ଼ିଶାର ଏହି ଜିଲ୍ଲାର ମାନଚିତ୍ରକୁ ଦେଖିଲେ ଚାଷୀ ଆତ୍ମହତ୍ୟା ବେଶୀ ମାତ୍ରାରେ ହେଉଥିବାରୁ ପରିଲକ୍ଷିତ ହୁଏ। ତେବେ ଏହା କାହିଁକି ? ଯେଉଁ ଜିଲ୍ଲା ଲୋକେ ବ୍ୟାପକ ମାତ୍ରାରେ ଧାନ ଉତ୍ପାଦନ କରୁଛନ୍ତି ତେବେ ସେହି ଜିଲ୍ଲାର ଲୋକେ ଏହି ଦୁଇ ତିନି ବର୍ଷ ମଧ୍ୟରେ ଆତ୍ମହତ୍ୟା ଭଳି ସଙ୍ଗୀନ ଅଭିଯୋଗ କାହିଁକି ଦେଖାଯାଇଛି ? ଦୈନନ୍ଦିନ ପତ୍ରପତ୍ରିକାରେ ପ୍ରଚ୍ଛଦ ପୃଷ୍ଠାରେ ଚାଷୀଆତ୍ମହତ୍ୟା ଭଳି ସମ୍ବାଦ ପ୍ରକାଶ ପାଉଛି କାହିଁକି ? କଣ ଜୀବନ ଏତେ ଶସ୍ତା ? ଜିଲ୍ଲା ପ୍ରଶାସନ ଏ ଦିଗରେ ଉଚିତ ପଦକ୍ଷେପ ନେବାରେ କେଉଁଠି ନା କେଉଁଠି ଶୂନ୍ୟସ୍ଥାନ ରହିଯାଇଛି କି ?


ଗତ ଏପ୍ରିଲ ମାସ ୩୦ ତାରିଖ ଓ ମଇ ମାସ ୮ ତାରିଖ ୨୦୧୮ ମସିହାରେ ବରଗଡ଼ ଜିଲ୍ଲା ବରପାଲି ବ୍ଲକ “ଜୁଲଟ-ଖଲିଆଟିକ୍ରା” ଗାଁରେ ଭୟାଭୟ ରୂପେ କୁଆପଥର ମାଡ଼ ହୋଇଥିଲା, ଫଳରେ ବ୍ୟାପକ ମାତ୍ରାରେ ଧାନ ଫସଲ ତଥା ପନିପରିବା ନଷ୍ଟ ହୋଇଯାଇଥିଲା। ଫସଲ ନଷ୍ଟ ହେବା ନେଇ ଖଲିଆଟିକ୍ରା ଗ୍ରାମର ଗୋବର୍ଦ୍ଧନ ବାରିକ, ବୟସ ୪୦ ସେ କୀଟନାଶକ ଓ୍ୟ÷ଷଧ ଖାଇ ଆତ୍ମହତ୍ୟା କରିନେଇଥିବା ଘଟଣା ସେହି ଜିଲ୍ଲାରେ ଚାଞ୍ଚଲ୍ୟ ଖେଳିଯାଇଛି। ସେ ଜଣେ ଗରୀବ, ନୀରିହ ବ୍ୟକ୍ତି ତାଙ୍କ ପରିବାରଙ୍କ କହିବା ମୁତାବକ ସେ ପିତୃ ଅର୍ଜିତ ସମ୍ପତ୍ତିର ଭାଗ ପାଇଥିବା ଏ.୪.୮୯ଡ଼ି. ଜମିରୁ ଏ.୨.୫୦ଡ଼ି. ଜଳସେଚିତ ଓ ଏ.୧.୦୦ଡ଼ି ଶୁଖା ଜମି ପାଇ ସେ ଚାଷ କରିଆସୁଥିଲେ। କିନ୍ତୁ କୁଆପଥର ମାଡ଼ରେ ସବୁ ନଷ୍ଟ ହୋଇଯାଇଥିବା ସ୍ଥାନୀୟ ରାଜସ୍ୱ ଅଧିକାରୀଙ୍କ ରିପୋର୍ଟରେ ଦର୍ଶାଯାଇଛି। ରାଜସ୍ୱ ଅଧିକାରୀଙ୍କ ରିପୋର୍ଟ ଅନୁଯାଇ ସେହି ଗାଁରେ ସମୂଦାୟ ଜମି ପରିମାଣ ୮୫୫.୬୪ ଏକର ଜମି ରହିଥିବା ବେଳେ ୨୮୨.୫୦ ହେକ୍ଟର ଜମି କ୍ଷତି ହୋଇଛି। ତାଙ୍କର ଅଧିକ ଜମି ସ୍ଥାନୀୟ ଜମିମାଲିକଙ୍କ ନିକଟରେ ଆର୍ଥିକ ପରିସ୍ଥିତି ଉପୁଜିବାରୁ ବନ୍ଧକ ଦେଇଥିଲେ। ସେହି ଜମି ଗୁଡ଼ିକ ମୁକୁଳାଇ ପାରିନଥିଲେ। ତାଙ୍କ ସାନ ଭାଇ ଶତୃଘ୍ନ କହିବା ମୁତାବକ ବାରିକ ଟିକ୍ରାଗାଁର ବୃନ୍ଦାବନ ବାରିକଙ୍କ ନିକଟରେ ୨୫ ଡ଼ିସିମିଲ ଜାଗା ଦେଇ ତାଙ୍କଠାରୁ ଟ.୨୦, ୦୦୦/-ଙ୍କା ନେଇଥିବା ବେଳେ ସୁଶାନ୍ତ ବାରିକଙ୍କ ଠାରୁ ଟ.୨୦, ୦୦୦/-ଙ୍କା ନେଇ, ୨୦ ଡ଼ିସିମିଲ ଜାଗା ଦେଇଥିଲେ, ଜୁଲଟ ଗାଁର ନିତ୍ୟାନନ୍ଦ ପ୍ରଧାନଙ୍କ ଠାରୁ ଟ.୩୦, ୦୦୦/- ଙ୍କା ନେଇ ତା ବଦଳରେ ୫୫ ଡ଼ିସିମିଲ ଜାଗା ଦେଇଥିଲେ। ସେହିପରି ବାଗ୍ବାଡ଼ି ଗାଁର ମାଲୁ ସାହୁଙ୍କ ଠାରୁ ଧାନ ସାର ବାବଦରେ ଟ.୧୨, ୦୦୦/- ଧାର ନେଇଥିଲେ। ଏହି ପରି ଭିନ୍ନ ଭିନ୍ନ ଲୋକଙ୍କ ଠାରୁ ଧାର ନେଇଥିବା ତା ଭାଇ ପ୍ରକାଶ କରନ୍ତି। ସୂଚନା ଯେ, ସେହିମାନଙ୍କ ଠାରୁ ଦୀର୍ଘ ବର୍ଷରୁ ଜମି ବନ୍ଧକ ପକାଇଦେଇଥିବା ତା ଭାଇ ଶତୃଘ୍ନ କହିବସନ୍ତି। ବନ୍ଧକଧାରୀ ଥିବା ଜମି ମାଲିକମାନଙ୍କୁ ପଚାରିବାରୁ ମଧ୍ୟ ଏକଥାକୁ ସ୍ୱୀକାର କରିଛନ୍ତି। ଲାଗି ଲାଗି ତିନି ବର୍ଷ ୧୫, ୧୬ ଓ ୧୭ ଚାଷ କ୍ଷତି ହୋଇଥିଲା। ପ୍ରଥମ ବର୍ଷରେ ମରୁଡ଼ି, ବର୍ଷା ନ ହେବା ଫଳରେ ଶୁଖା ଜମି ଯାହାକି ବର୍ଷା ଉପରେ ନିର୍ଭର କରି ରହୁଥିଲା ତାହା କ୍ଷତି ହୋଇଥିଲା ଓ ଦ୍ୱିତୀୟ ବର୍ଷ ଚକଡ଼ାପୋକର ସମସ୍ୟାରେ ଚାଷୀକୁ ହନ୍ତସନ୍ତ କରିପକାଇଲା। ଯାହା ଋଣବାଡ଼ି କରି ଚାଷ କରିଥିଲା ଗୋବର୍ଦ୍ଧନ, ଚାଷ ହେଲେ ଋଣବାଡ଼ି ଟଙ୍କା ଫେରେଇବା ପାଇଁ ମନରେ ବହୁତ ଚିନ୍ତା ରଖିଥିଲା। ପୁଣି ଚଳିତ ବର୍ଷ କୁଆପଥର ମାଡ଼ରେ ଚାଷୀର ମେରୁଦଣ୍ଡ ଭାଙ୍ଗିଯାଇ ବ୍ୟାପକ ମାତ୍ରାରେ ଥରେ ନୁହେଁ ଦୁଇଥର ମାଡ଼ ହେବା ଫଳରେ ଧାନ ଫସଲ ସବୁ ତଳେ ଚାପି ହୋଇ ନଷ୍ଟ ହୋଇଯାଇଥିଲା। ଯେଉଁଠିକି ତିରିଶ ରୁ ଚାଳିଶ ବସ୍ତା ଧାନ ପାଉଥିଲେ ଏ ବର୍ଷ ଆଉ ତାହା ହେଲା ନାହିଁ। ଫଳରେ ନଖାଇ, ନପିଇ ଚିନ୍ତା କରିବସିଥିଲେ ଦୀର୍ଘ ଚାରିଦିନ ଧରି ବୋଲି କହିବସିଥିଲେ ତା ସ୍ତ୍ରୀ। ଗତ ୩୦ ତାରିଖ ଏପ୍ରିଲ ମାସରେ ତାଙ୍କ ଘର ଲୋକ ଗାଧୋଇ ଯାଇଥିବା ସମୟରେ ଖାଲି ଘରେ ଗୋବର୍ଦ୍ଧନ କୀଟ ନାଶକ ଓ୍ୟ÷ଷଧ ଖାଇ ଘରେ ଆତ୍ମହତ୍ୟା କରିଥିଲେ। ତାଙ୍କୁ ଚିକିତ୍ସା ପାଇଁ ବୁର୍ଲା ହସ୍ପିଟାଲ ନେଇଥିଲେ ମଧ୍ୟ ଠିକ୍ ହୋଇପାରିନଥିଲା ଗାଁ ଲୋକଙ୍କ କହିବା ଅନୁସାରେ କୁଆପଥର ମାଡ଼ରେ ସେହି ଗାଁର ସମସ୍ତ ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗିଯାଇଛି। ମୁଣ୍ଡ ଆଦରୀ ଘରେ ପଡ଼ିରହିଥିବା କଥା ସେ ଗାଁ ଲୋକେ କହନ୍ତି। ବରପାଲି ତହସିଲର ଅତିରିକ୍ତ ତହସିଲଦାର ଆଦିତ୍ୟ କୁମାର ପଣ୍ଡାଙ୍କ କହିବା ମୁତାବକ ବରପାଲି ତହସିଲ ଅନ୍ତର୍ଗତ ୨୩ ଗୋଟି ପଞ୍ଚାୟତ ମଧ୍ୟରୁ ୪୫ ଖଣ୍ଡ ଗାଁରେ କ୍ଷତି ହୋଇଥିଲା। ସେହି ୨୩ଗୋଟି ପଞ୍ଚାୟତ ମଧ୍ୟରୁ ୭୭୭୪ଜଣ ଚାଷୀଙ୍କ କୁଆପଥର ମାଡ଼ ଦ୍ୱାରା କ୍ଷତି ଆକଳନ ହୋଇଛି ଏବଂ ସେମାନଙ୍କୁ ଇନ୍ପୁଟ ସବ୍ସିଡ଼ି ଟଙ୍କା ମଧ୍ୟ ଦିଆଯାଇ ସାରିଛି। ଗାଁ ଲୋକେ ଚିହ୍ନଟ କରିଥିବା ଭାଗଚାଷୀଙ୍କ ପାସ୍ ବୁକ୍ରେ ଟଙ୍କା ମଧ୍ୟ ଦିଆଯାଇଥିବା ଶ୍ରୀମାନ ପଣ୍ଡା କହନ୍ତି। ସମୁଦାୟ ବରପାଲି ତହସିଲରେ ୬୭୭୧.୬୧ ହେକ୍ଟର ଜମି କୁଆପଥର ଓ କାଳବୈଶାଖୀ ପ୍ରଭାବରେ ଚାଷ କ୍ଷତି ହୋଇଥିଲା। ସେଥି ମଧ୍ୟରୁ ଗୋବର୍ଦ୍ଧନ ବାରିକଙ୍କ ପିତୃ ଅର୍ଜିତ ୭ ଏକର ଜମିରୁ ଏ.୪.୮୯ ଡ଼ି. ଜମି କୁଆପଥର ମାଡ଼ରେ ଚାଷ ନଷ୍ଟ ହୋଇଥିବା କଥା ଜୁଲଟ ଗ୍ରାମର ରାଜସ୍ୱ ଅଧିକାରୀ କହି ବସନ୍ତି।


ଗାଁର ଟେକନୁ ବାରିକ, ରାମଦାସ ବାରିକ ଓ ମନବୋଧ ବାରିକ ସେମାନେ ଚଳିତ ବର୍ଷ ରବି ଫସଲରେ ଏକର କୁ ୬ ରୁ ୭ ବସ୍ତା ଧାନ ପାଇଛନ୍ତି। ଯେଉଁଠିକି ପୂର୍ବରୁ ଏହି ଜମିରେ ଚାଷକରି ୩୦ ରୁ ୪୦ ବସ୍ତା ଧାନ ପାଉଥିଲେ। ସେହିପରି କାହ୍ନୁଚରଣ ସାହୁ ଚଳିତ ବର୍ଷ ଏକର କୁ ୫ ପକେଟ ଧାନ ପାଇଛନ୍ତି। ପୁଣି ସେହିଗାଁର ବୃଦ୍ଧ ଗଣେଶ ବାରିକ ଓ ଶିକ୍ଷିତ ଯୁବକ ସଂଗ୍ରାମ ବାରିକ କହନ୍ତି ଗୋବର୍ଦ୍ଧନ ବାରିକଙ୍କ ସମସ୍ୟା ବହୁତ ରହିଥିଲା, ଜମି ବନ୍ଧକ ମଧ୍ୟ କରିଥିଲା, କୁଆପଥର ମାଡ଼ରେ ସମ୍ପୁର୍ଣ୍ଣ ଚାଷ କ୍ଷତି ହୋଇଯାଇଥିଲା।


ଥରେ ନୁହେଁ ଲାଗି ଲାଗି ତିନି ବର୍ଷରେ ଚାଷୀ ଆଉ ଉପାୟଶୂନ୍ୟ ହୋଇଯାଇଥିବା କଥା କହିବସନ୍ତି। ଯେଉଁଠି କ୍ଷତି ହୋଇଛି ସେହିଠାରେ ସରକାରଙ୍କଠାରୁ ବେଶୀ ଟଙ୍କା ପାଇବା ଯାଗାରେ କମ୍ ଟଙ୍କା ଦିଆଯାଇଛି। ସରକାରଙ୍କ ସର୍ଭେ କିମ୍ବା ଆକଳନ ଠିକ୍ ଭାବେ ହୋଇନଥିବା ଫଳରେ ବେଶୀ ମାତ୍ରାରେ କ୍ଷତିପାଇଥିବା ଚାଷୀମାନେ ବେଶୀ କ୍ଷତି ଟଙ୍କା ପାଇବାରୁ ବଞ୍ଚିତ ହୋଇଛନ୍ତି ବୋଲି କହନ୍ତି। ବିଶେଷ ଭାବରେ କୁଆପଥର ମାଡ଼ ପ୍ରଭାବରେ ବରପାଲି ବ୍ଲକର କୁମ୍ଭାରୀ ପଞ୍ଚାୟତ, କନବାରୀ ଓ ବାଗବାଡ଼ି ପଞ୍ଚାୟତ ହୋଇଛି।


ବର୍ତ୍ତମାନ ଗୋବର୍ଦ୍ଧନଙ୍କ ସ୍ତ୍ରୀ ଯଶୋବନ୍ତୀ ବାରିକ ମି୍ରୟମାଣ ଅବସ୍ଥାରେ ସ୍ୱାମୀଙ୍କ ଆତ୍ମହତ୍ୟାକୁ ଚିନ୍ତାକରି ଘରେ ପଡ଼ିରହିଛନ୍ତି। ତାଙ୍କର କେବଳ ୭ ବର୍ଷର ଗୋଟିଏ ଝିଅ ତୁଳସୀ ବାରିକ ମାଁ ସହିତ ଘରେ ରହିଛନ୍ତି। ସୂଚନା ଯେ, ମୃତ ଗୋବର୍ଦ୍ଧନଙ୍କ ପିତା ଶେଷ ବାରିକ ବୃଦ୍ଧାଅବସ୍ଥାରେ ଘରେ ରହିଛନ୍ତି, ତାଙ୍କର ତିନି ପୁଅ ଦୁଇ ଝିଅ। ଦୁଇ ଝିଅକୁ ବାହା ଦେଇସାରିଥିବା ବେଲେ ପୁଅ ମାନେ ହେଲେ ଗୋବର୍ଦ୍ଧନ, ଜୀବରଧନ ଓ ଶତୃଘ୍ନ। ଏମାନଙ୍କ ମଧ୍ୟରୁ ଗୋବର୍ଦ୍ଧନ ହେଉଛି ତାଙ୍କର ବଡ଼ ପୁଅ। ଗତ ୨୦୧୨ ମସିହାରେ ଗୋବର୍ଦ୍ଧନଙ୍କ ମାଁ ଖରାପ ମଧ୍ୟ ହୋଇଯାଇଥିଲେ।

ଏନ୍. ଏଫ.ଆଇ.ଫେଲୋ

Leave a Reply

Your email address will not be published. Required fields are marked *