କାଳିପୂଜା ପାଇଁ ପ୍ରସ୍ତୁତି ବୈଠକ

ତିର୍ତ୍ତୋଲ ୦୫.୧୦ (ଓଡ଼ିଆ ପୁଅ/ଟୁକନ ସେଠୀ) – ତିର୍ତୋଲ ଥାନା ଅନ୍ତର୍ଗତ ପୋତାନଈ ପଚାଂୟତରେ ଥିବା ରିସର୍ଚ୍ଚ ଇଣ୍ଡିପେଣ୍ଡେଣ୍ଟ୍ ୟୁଥ କ୍ଲବ ପକ୍ଷରୁ କାଳିପୂଜା ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ସଭାପତି କୁଳମଣୀ ସ୍ୱାଇଁଙ୍କ ଅଧ୍ୟକ୍ଷରେ ଅନୁଷ୍ଠିତ ଏହି ପ୍ରସ୍ତୁତି ବୈଠକରେ କମିଟିର ଉପ-ସଭାପତି ଭ୍ରମର ବର ଜେନା, ସଂପାଦକ ମଙ୍ଗୁଳି ଚରଣ ନାୟକ, କୋଷାଧ୍ୟକ୍ଷ ପ୍ରଫୁଲ ସାହାଣୀ, ପ୍ରଦୀପ ସ୍ୱାଇଁ, ଉପଦେଷ୍ଟା ହରେକୃର୍ଷ୍ଣ ମହାନ୍ତିଙ୍କ ସମେତ ଗ୍ରାମର ଶତାଧିକ ମୁରବି ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ। କଳ୍ପତରୁ ଭାଗବତ ଟୁଙ୍ଗୀ ପରିସରରେ ଅନୁଷ୍ଠିତ ଏହି ପ୍ରସ୍ତୁତି ବୈଠକରେ କାଳିପୂଜା ଉତ୍ସବ ଚଳିତ ବର୍ଷ ୧୨ ବର୍ଷ ପୂରଣ କରିଥିବାରୁ ସ୍ୱତନ୍ତ୍ର ସାଂସ୍କୃତିକ କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହେବ ବୋଲି ନିଷ୍ପତି ଗ୍ରହଣ କରାଯାଇଥିଲା। ଅନୁରୂପଭାବେ ବୋଧେଇ ପଞ୍ଚାୟତର ନୂଆପୋଖରିଠାରେ ବିବେକାନନ୍ଦ କାଳୀପୂଜା କମିଟି ପକ୍ଷରୁ ଆଇନଜିବୀ ସରୋଜ ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଦୀର୍ଘ ୫ଦିନ ଧରି ଅନୁଷ୍ଠିତ ଏହି ଉତ୍ସବରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବବୋଲି କମିଟି ପକ୍ଷରୁ କୁହାଯାଇଛି।

Leave a Reply

Your email address will not be published. Required fields are marked *