Home ଓଡ଼ିଶା କାଳିଆ’ପାଇଁ ପଂଚାୟତ କାର୍ଯ୍ୟାଳୟରେ ଗହଳି

କାଳିଆ’ପାଇଁ ପଂଚାୟତ କାର୍ଯ୍ୟାଳୟରେ ଗହଳି

843

କୋଲାବିରା, ୯।୧ (ଓଡିଆ ପୁଅ/ନିଶିତ କୁମାର ବହିଦାର) କୋଲାବିରା ବ୍ଲକର ଅଭାବସ୍ତ ଚାଷୀ ମାନଙ୍କ ମଧ୍ୟରେ ‘କାଳିଆ’ ଯୋଜନାର ଲାଭ ନେଇ ପ୍ରବଳ ଉତ୍କଷ୍ଠା ପ୍ରକାଶ ପାଇଛି। ସବୁଜ ଫର୍ମ ବିତରଣ ଆରମ୍ଭ ହେବାମାତେ ପଂଚାୟତ କାର୍ଯ୍ୟାଳୟ ଗୁଡିକରେ ଅସମ୍ଭବ ଭିଡ ପରିଲକ୍ଷିତ ହୋଇଥିଲା। ଖାସ କରି କାଗଜପତ୍ର ଫଟୋକପି କରିବା ପାଇଁ ଲୋକଙ୍କୁ ଜେରକ୍ସ ଦୋକାନର ସମ୍ମୁଖରେ ଭିଡଲାଗୁଥିଲା। ଏବେ ଫର୍ମ ପୁରଣ ପରେ ଫର୍ମ ଦାଖଳ ପାଇଁ ଲମ୍ବା ଧାଡି ଲାଗୁଥିବା ଦେଖିବାକୁ ମିଲୁଛି। ୧୫ ତାରିଖ ଫର୍ମ ଦାଖଳର ଶେଷ ତାରିଖ ହୋଇଥିବାରୁ ନିର୍ଧାରିତ ସମୟସୀମା ପୂର୍ବରୁ ଫର୍ମଦାଖଲକୁ ନେଇ ପ୍ରତିଯୋଗିତା ଆରମ୍ଭ ହୋଇଯାଇଛି। ତେବେ କୋଲାବିରା ବ୍ଲକ ର ସମସ୍ତ ୯ଟା ଯାକ ପଂଚାୟତରେ ଶାନ୍ତିଶୃଙ୍ଖଳାର ସହିତ ଫର୍ମ ବିତରଣ କାରଯାଇପାରିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.