କାଳବୈଶାଖୀରେ ଗଛପଡ଼ି ଘର ଭାଙ୍ଗିଲା, ଅଳ୍ପକେ ବର୍ତ୍ତିଲେ ପରିବାର

ପାଟଣା, ତା୧୦/୦୫(ଓଡିଆ ପୁଅ/ଅଭିମନ୍ୟୁ) କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଡୁମୁରିଆ ପଞ୍ଚାୟତ ଅନ୍ତର୍ଗତ ଘାଟବାଲିଯୋଡି ଗ୍ରାମର ପ୍ରଶାନ୍ତ କୁମାର ମହାନ୍ତଙ୍କ ଘର ଉପରେ କାଳବୈଶାଖୀ ପବନରେ ଗୋଟିଏ ବଡ ଆମ୍ବଗଛ ଉପୁଡି ପଡିଛି। ଗତ ୮ତାରିଖ ଅପରାହ୍ନରେ ଏହି ଘଟଣା ଘଟିଥିବା ବେଳେ ଘର ଭିତରେ ଥିବା ଲୋକେ ସୌଭାଗ୍ୟବଶତଃ ରକ୍ଷା ପାଇଯାଇଛନ୍ତି। ଗଛପଡି ଘର ଭାଙ୍ଗିଥିବାରୁ ପ୍ରଶାନ୍ତ ମହାନ୍ତ ରାଜସ୍ୱ ବିଭାଗକୁ ଲିଖିତ ଜଣାଇ ସରକାରୀ ସହାୟତା ଦାବି ରଖିଛନ୍ତି। ତୁରନ୍ତ ଏଥିପ୍ରତି ଦୃଷ୍ଟି ଦିଆଯିବାକୁ ଦାବି ହୋଇଛି।

Leave a Reply

Your email address will not be published. Required fields are marked *