ଓଡ଼ିଶା

କାଳବୈଶାଖି ସମୟରେ ବଜ୍ରପାତ ଘଟି ୧ ମୃତ ଓ ୨ ଗୁରୁତର

ଖଇରା, ୨୫/୫ (ଓଡିଆ ପୁଅ/ନରେନ୍ଦ୍ର ପ୍ରସାଦ ବେହେରା)-ମଙ୍ଗଳବାର ବିଳମ୍ବିତ ରାତ୍ରିରୁ ଆରମ୍ଭ ହୋଇଥିବା କାଳବୈଶାଖି ଝଡବାତ୍ୟାରେ ବୁଧବାର ସକାଳେ ବାଲେଶ୍ୱର ଜିଲ୍ଲା ଖଇରା ଥାନା ହରିପୁର ଗ୍ରାମପଞ୍ଚାୟତ ତାଳକୁରୁଆ ଗ୍ରାମର ହରିହର ବେହେରାଙ୍କର ବଜ୍ରପାତ ଯୋଗୁଁ ମୃତ୍ୟୁ ହୋଇଯାଇଛି। ମୃତ୍ୟୁ ବେଲକୁ ତାଙ୍କର ବୟସ ପ୍ରାୟ ୭୦ବର୍ଷରୁ ଅଧିକ ହେବ ବୋଲି ମୃତକଙ୍କ ତରଫରୁ ଜଣାଯାଇଛି। ମୃତକ ଶ୍ରୀ ବେହେରା ବୁଧବାର ସକାଳେ ଗ୍ରାମ ପାଖରେ ଥିବା ନାଳକୁ ଜାଲ ବସାଇବାକୁ ଯାଇଥିଲା ବେଳେ ପ୍ରଚଣ୍ଡ ବଜ୍ରପାତ ହୋଇଥିଲା। ସ୍ଥାନୀୟ ଲୋକେ ପାଣିରେ ଶ୍ରୀ ବେହେରା ଭାସିଥିବାର ଦେଖି ପରିବାର ଲୋକଙ୍କୁ ଖବର ଦେଇଥିଲେ। ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃଦେହକୁ ଜବଦ କରି ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି। ସେହିପରି ସିମୁଳିଆ ଅଂଚଳର ପଦ୍ମଲୋଚନ ମହାପାତ୍ର ଓ ପ୍ରହଲ୍ଲାଦ ବେଜ ଖଇରା ଅଂଚଳରୁ ସିମୁଳିଆକୁ ଫେରୁଥିବାବେଳେ ବଜ୍ରପାତରେ ରାସ୍ତାରେ ଚେତାଶୁନ୍ୟ ହୋଇ ପଡିବାରୁ ସଂଗେ ସଂଗେ ଚିକିତ୍ସା ନିମନ୍ତେ ସିମୁଳିଆ ମେଡିକାଲକୁ ନିଆଯାଇଥିଲା।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top