ଓଡ଼ିଶା

କାଲିମେଳାରେ ପ୍ରବଳ ଝଡବର୍ଷା, ଗଛ ଓ ବିଦ୍ୟୁତ ଖୁଣ୍ଟ ଉପୁଡି ପଡି ୫ ଆହତ ଓ ବ୍ୟାପକ କ୍ଷୟକ୍ଷତି

ମାଲକାନଗିରି, ୧୯ା୯(ଓଡିଆ ପୁଅ ) ଆଜି ସଂନ୍ଧ୍ୟାରେ କାଲିମେଳା ଅଞ୍ଚଳରେ ପ୍ରବଳ ବର୍ଷା ସାଙ୍ଗକୁ ଝଡ ତୋଫାନ ହୋଇ ୫ଜଣ ଆହତ ହେବା ସହିତ ବ୍ୟାପକ କ୍ଷୟକ୍ଷତି ଘଟିଥିବାର ଜଣାପଡିଛି। ଆଜି ସଂନ୍ଧ୍ୟାରେ ଘଡଘଡି ମାରି ପ୍ରବଳ ବେଗରେ ପବନ ହେବାରୁ କାଲିମେଳା ବ୍ଲକସ୍ଥ ବୁଡିଗୁଡା ଗ୍ରାମର ଜଣଙ୍କ ଘରେ ଗଛ ଉପୁଡି ପଡିବାରୁ ଘରେ ଥିବା ୪ଜଣ ଆହତ ହେବା ସହିତ ଘରଟି ଭାଙ୍ଗି ଯାଇଛି। ଠିକ ସେହିପରି କାଲିମେଳା ବଜାର ନିକଟରେ ଥିବା ତାରିଣୀ ସାହିର ରମେଶ ଖରାଙ୍କ ଘରେ ଗଛପଡି ତାଙ୍କର ୩ବର୍ଷର ଝିଅ ଆହତ ହୋଇଛନ୍ତି। ଆହତମାନଙ୍କୁ ସଙ୍ଗେ ସଙ୍ଗେ ଆମ୍ବୁଲାନ୍ସ ଯୋଗେ କାଲିମେଳା ଗୋଷ୍ଟିସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇ ଚିକିତ୍ସା କରାଯାଇଛି। ସେମାନଙ୍କ ଅବସ୍ଥା ଭଲ ଥିବାର ଚିକିତ୍ସାକରୁଥିବା ଡାକ୍ତର କହିଛନ୍ତି। ସ୍ଥାନିୟ ବସ ଷ୍ଟାଣ୍ଡ ଠାରେ ଥିବା ଦୋକାନଘର ଗୁଡିକର ଟିଣଛପର ଉଡାଇ ନେବାସହିତ ଘରକାନ୍ଥ ଭାଙ୍ଗି ଯାଇଥିବାର ଜଣାପଡିଛି। ଏମଭି୯୦ ଗ୍ରାମରେ ଏକ ଗ୍ୟାରେଜ ନିକଟରେ ଥିବା ପାଣିଟ୍ୟାଙ୍କର, ମଟର ସାଇକେଲ, ସ୍କୁଟି ଉପରେ ଗଛ ପଡି ସେଗୁଡିକ ଭାଙ୍ଗିନଷ୍ଟ ହୋଇ ଯାଇଛି।

କାଲିମେଳା ଓ ତାର ଆଖପାଖ ଅଞ୍ଚଳରେ ଅନେକ ଘର ଭିଙ୍ଗିବା ସହିତ ବିଦ୍ୟୁତ ଖୁଣ୍ଟ ଉପୁଡି ପଡି ଓ ତାର ଛିଣ୍ଡି ଯାଇ ରାସ୍ତାରେ ପଡି ବହୁସମୟ ଧରି ରାସ୍ତା ଅବରୋଧ ହୋଇଯାଇଥିଲା। କାଲିମେଳା ମୋଟୁ ମୁଖ୍ୟରାସ୍ତାରେ ବହୁସମୟ ଧରି ଶତାଧିକ ଯାନବାହନ ଅଟକି ରହିଥିଲା। ଘଟଣା ସ୍ଥଳରେ ଅଗ୍ନିଶମ ବିଭାଗ କର୍ମଚାରୀ ଓ ସ୍ଥାନୀୟ ଯୁବକମାନେ ପହଁଚି ଗଛକାଟି ରାସ୍ତା ସଫା କଲାପରେ ଯାନବାହନ ଚଳାଚଳ ସ୍ୱାଭାବିକ ହୋଇଛି। କାଲିମେଳା ସହିତ ମାଲକାନଗିରି ଜିଲ୍ଲାର ପଡିଆ, ଏମଭି୭୯ ଅଞ୍ଚଳରେ ବର୍ଷା ଓ ପବନ ହୋଇ ଜିଲ୍ଲାର ବିଭିନ୍ନ ସ୍ଥାନରେ ଅନେକ ଲୋକଙ୍କ ଘରଦ୍ୱାର ଉଡାଇ ନେବାସହିତ ରାସ୍ତାରେ ଗଛ ଓ ବିଦ୍ୟୁତଖଣ୍ଟ ଉପୁଡିପଡିଛି, କାଲିମେଳା ଅଞ୍ଚଳରେ ବିଦ୍ୟୁତ, ଟେଲିଫୋନ, ଇଣ୍ଟରନେଟ ସେବା ମଧ୍ୟ ବନ୍ଦରହିଛି।

 

 

 

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top