କାଲିମେଳାରେ ଝାଡାବାନ୍ତି ରୋଗ ବ୍ୟାପିଲା – ଗୋଟିଏ ଗାଁରୁ ୪୦ଜଣ ଆକ୍ରାନ୍ତ, ଡାକ୍ତରୀ ଦଳ ପହଁଚି ଚିକିତ୍ସା ଆରମ୍ଭ କଲେ

ମାଲକାନଗିରି, ୮ା୪ (ଓଡିଆ ପୁଅ ) କାଲିମେଳା ବ୍ଲକରେ ଗତ ଦୁଇଦିନ ମଧ୍ୟରେ ଝାଡାବାନ୍ତି ରୋଗବ୍ୟାପି ୪୦ରୁ ଉର୍ଦ୍ଧ୍ୱ ଆକ୍ରାନ୍ତ ହୋଇ ବିଭିନ୍ନ ମେଡିକାଲରେ ଚିକିତ୍ସିତ ହେଉଥିବାର ଜଣାପଡିଛି। ଭେଙ୍କଟପଲମ ପଚାଂୟତ ଏମଭି୧୦୬ଗ୍ରାମର ୧୬ଟି ପରିବରରୁ କେବଳ ୪୦ଜଣ ଡାଇରିଆରେ ଆକ୍ରାନ୍ତ ହୋଇଛନ୍ତି। ଏମାନେ ଗାଁରେ ଥିବା ଏକ ଭଙ୍ଗା ନଳକୂପରୁ ପାଣି ପିଇବାପରେ ରବିନ୍ଦ୍ରନାଥ ମଣ୍ଡଳ, ମନୋରଜଂନ ମଣ୍ଡଳ, ହରିଚାନ୍ଦ ବୈରାଗୀ, ଭବତୋଷ ବେପାରୀ, ନରେନ୍ଦ୍ର ସୌରା, ଅନୂସୁୟା ସୌରା ଙ୍କ ସହିତ ଜଣଙ୍କ ପରେ ଜଣେ ଝାଡାବାନ୍ତି ରେ ଆକ୍ରାନ୍ତ ହୋଇଥିଲେ। ପରିବାର ଲୋକେ ସଙ୍ଗେ ସଙ୍ଗେ ନିକଟସ୍ଥ କାଲିମେଳା ମେଡିକାଲକୁ ନେଇ ଚିକିତ୍ସା ଆରମ୍ଭ କରିଦେଇଛନ୍ତି। ସେମନଙ୍କ ସ୍ୱାସ୍ଥ୍ୟଅବସ୍ଥା ସ୍ଥିର ଥିବାର ଡାକ୍ତର କହିଥିବାବେଳେ ସପୂର୍ଣ୍ଣ ଭାବେ ଆରୋଗ୍ୟ ହେବାକୁ ଆଉକିଛି ଦିନିଲାଗିବ ବୋଲି ଜଣାପଡିଛି। ଏମଭି୧୦୬ ଗ୍ରାମରେ ଡାଇରିଆ ଲାଗିବା ଖବର ପାଇ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା.ଅଜିତକୁମାର ମହାନ୍ତି, ଜିଲ୍ଲା ଅତିରିକ୍ତ ଚିକିତ୍ସା ଅଧିକାରୀ ଡା. ଅମରେନ୍ଦ୍ରକୁମାର ମହାନ୍ତି ଓ ଅନ୍ୟାନ୍ୟ ଡାକ୍ତରିଦଳ ଉକ୍ତ ଗ୍ରାମରେ ପହଁଚି ଗତ ଦୁଇଦିନ ହେଲା ମାଗଣା ସ୍ୱାସ୍ଥ୍ୟ ଶିବିର ସହିତ ଝାଡାବାନ୍ତି ରୋଗିଙ୍କୁ ଚିକିତ୍ସା ଆରମ୍ଭ କରିଛନ୍ତି। କେଉଁ କାରଣ ଯୋଗୁଁ ହଠାତ ଗୋଟିଏ ଗାଁରେ ଝାଡାବାନ୍ତି ରୋଗ ବ୍ୟାପିଲା ସେନେଇ ଡାକ୍ତରି ଦଳ ଅନୁସନ୍ଧାନ ଆରମ୍ଭ କରିଦେଇଛନ୍ତି।

Leave a Reply

Your email address will not be published. Required fields are marked *