ଓଡ଼ିଶା

କାର ଧକାରେ କଲେଜ ଛାତ୍ରୀ ମୃତ,କ୍ଷତିପୂରଣ ଦାବିରେ 20 ନମ୍ୱର ଜାତୀୟ ରାଜପଥ ଅବରୋଧ

ଘଟଗାଁ,24.7.(ଓଡ଼ିଆ ପୁଅ/ ଭବାନୀ ପ୍ରସାଦ)କେନ୍ଦୁଝର ଜିଲ୍ଲା ଘଟଗାଁ ତହସିଲ ଛକ ନିକଟରେ କର ଧକାରେ କଲେଜ ଛାତ୍ରି ମୃତ। ମୃତ ଛାତ୍ରୀ ଘଟଗାଁ କଲେଜର +2 ପ୍ରଥମ ବର୍ଷର ଛାତ୍ରୀ ଅମ୍ବିକା ଦାସ। ଜାମୁପସି ଗ୍ରାମର ବସନ୍ତ ଦାସଙ୍କ ଝିଅ ଆଜି ପ୍ରଥମ କଲେଜ ସାରି ଘରକୁ ଫେରୁଥିବା ବେଳେ ଏକ କାର ଧକାଦେଇ ରାସ୍ତା କଡରେ ଦୁର୍ଘଟଣା ଗ୍ରସ୍ତ ହୋଇଛି। ଗୁରୁତର ଅବସ୍ଥାରେ ଛାତ୍ରୀଙ୍କୁ ଘଟଗାଁ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଘଟଣା ଘଟିବା ପରେ କଲେଜ ଛାତ୍ର ଛାତ୍ରୀଙ୍କ ମଧ୍ୟରେ ଉତେଜନା ପ୍ରକାଶ ପାଇଥିବା ବେଳେ ରାସ୍ତାରେ ଟାୟାର ଜାଳି 20ନମ୍ୱର ଜାତୀୟ ରାଜପଥ ଅବରୋଧ କରିଛନ୍ତି। ମୃତ ଛାତ୍ରୀଙ୍କ ପରିବାରକୁ 25 ଲକ୍ଷ୍ୟ ଟଙ୍କା କ୍ଷତିପୂରଣ ଦେବା ସହ ଅସମ୍ପୂର୍ଣ୍ଣ ରାସ୍ତା ସରିବା ପାଇଁ କଲେଜ ଛାତ୍ର ଛାତ୍ରୀ ମାନେ ଦାବୀ କରିଛନ୍ତି। ଘଟଣା ସ୍ଥଳରେ ସ୍ଥାନୀୟ ପୋଲିସ ଓ ପ୍ରଶାସନିକ ଅଧିକାରୀ ମାନେ ପହଁଚି ବୁଝାସୁଝା କରିବାକୁ ଚେଷ୍ଟା ଚଳାଇଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top