କାର-ଟିପ୍ପର ଧକ୍କାରେ ପ୍ରାଣ ହରାଇଲେ ୪ ଛାତ୍ରଛାତ୍ରୀ; ୨ ଭାଇ ପ୍ରାଣ ହରାଇଲେ

କୋରାପୁଟ; ତା୨୭-୦୨-୧୮(ଓଡିଆ ପୁଅ /ରଂଜନ କୁମାର ଦାସ) ମଙ୍ଗଳବାର ଅପରାହ୍ନ୍ନରେ ସଦର ଥାନା ଅନ୍ତର୍ଗତ କଫି ବୋର୍ଡ ନିକଟ ଜାତୀୟ ରାଜପଥରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୪ ଜଣ ଛାତ୍ରଛାତ୍ରୀ ପ୍ରାଣ ହରାଇଛନ୍ତି। ମୃତକ ମାନେ ହେଲେ କୋରାପୁଟ କେନ୍ଦ୍ରୀୟ ବିଦ୍ୟାଳୟରେ ଦଶମ ଶ୍ରେଣୀରେ ପଢୁଥିବା ନିହାରିକା ଭଂଜ, ଏସ.ଜୟଶ୍ରୀ, ରୁବେନ ପାତ୍ର ଏବଂ ବିଜ୍ଞାନ ଯୁକ୍ତ ୨ ମବାହିଦୟାଳୟର ରାଜୀବ ପାତ୍ର। କେନ୍ଦ୍ରୀୟ ବିଦ୍ୟାଳୟରେ ଦଶମ ଶ୍ରେଣୀରେ ପଢୁଥିବା ଛାତ୍ରଛାତ୍ରୀଙ୍କୁ ଆଜି ସ୍କୁଲ ତରଫରୁ ବିଦାୟକାଳୀନ ସମ୍ବର୍ଦ୍ଧନା ଦିଆ ଯାଇଥିଲା ବୋଲି ଅଧ୍ୟକ୍ଷ ବି .ଗୋଛାୟତ ପ୍ରକାଶ କରିଥିଲେ।ସମସ୍ତେ ଛାତ୍ରଛାତ୍ରୀମାନଙ୍କୁ ୨ ଘ.୩୦ମିନିଟ ସମୟରେ ଛଡା ଯାଇଥିଲା ବୋଲି ସେ ସୂଚନା ଦେଇଥିଲେ। ବିଦାୟକାଳନୀ ସମ୍ବର୍ଦ୍ଧନା ପରେ ପରେ ଉପରୋକ୍ତ ୪ଜଣ ଓଡି-୧୦ଡି/୬୫୭୮ ନମ୍ବର କାରରେ ଜୟପୁର ରାସ୍ତାରେ ଯାଉଥିବା ସମୟରେ କଫି ବୋର୍ଡ ନିକଟରେ ସମୁଖରୁ ଆସୁଥିବା ଏକ ବାଲି ବୋଝେଇ ଟିପ୍ପର (ନମ୍ବର ଓଡି ୧୦ ଏ ୪୯୦୫) ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ଘଟଣା ସ୍ଥଳରେ ରାଜୀବ ପାତ୍ର କାର ମଧ୍ୟରେ ଚାପି ହୋଇ ମୃତ୍ୟୁ ବରଣ କରିଥିଲେ। ଗୁରୁତର ଅବସ୍ଥାରେ ତିନିଜଣଙ୍କୁ କୋରାପୁଟ ଏସଏଲଏନ ମେଡିକାଲ କଲେଜ ଓ ହସ୍ପିଟାଲ ଅଣା ଯାଇଥିବାବେଳେ ନିହାରିକା ଭଞ୍ଜ ବାଟରେ ମୃତ୍ୟୁବରଣ କରିଥିବା ବେଳେ ଚିକିତ୍ସାଧୀନ ଅବସ୍ଥାରେ ଏସ.ଜୟଶ୍ରୀ ପ୍ରାଣ ହରାଇଥିଲେ। ଗୁରୁତର ରୁବେନଙ୍କୁ ବିଶାଖାପାଟଣା ସ୍ଥାନାନ୍ତର କରାଯାଇଥିଲା କିନ୍ତୁ ସେମିଲିଗୁଡାଠାରେ ତାର ମୃତ୍ୟୁ ହୋଇଥିଲା ବୋଲି ଜଣାପଡିଛି।

ଏହି ଖବର ପ୍ରଚାରିତ ହେବାପରେ ପରେ ଘଟଣାସ୍ଥଳରେ ଲୋକମାନଙ୍କ ଭିଡ ଜମି ରହିଥିଲା।ରାଜୀବଙ୍କ ପରିବାରଲୋକେ ଦୁଃଖରେ ଭାଙ୍ଗି ପଡିଥିଲେ।ଟିପ୍ପର ମଧ୍ୟରୁ ଲୋକ ମାନେ କାରଟିକୁ କାଢିବା ପରେ ଦମକଳ ବାହିନୀ ପହଂଚି କା ଭିତରୁ ରାଜୀବର ମୃତଦେହ ଉଦ୍ଧାର କରି ଶବ ବ୍ୟବଛେଦ ଗୃହକୁ ନେଇଥିଲେ। ଘଟଣାସ୍ଥଳରେ ସଦର ଥାନା ଆଇଆଇସି ସନ୍ତୋଷୀନି ଓରାମ, ଟାଉନଥାନା ଆଇଆଇସି କ୍ଷିରେଶ୍ୱର ସାହୁ ଓ ପୋଲିସ କର୍ମଚାରୀ ରହିଥିଲେ। ଏହି ଦୁଃଖଦ ଘଟଣାରେ ସହରରେ ଶୋକର ଛାୟା ଖେଳିଯାଇଛି।

ରାଜିବ ଓ ରୁବେନ ପାତ୍ର ଦୁଇ ଭାଇ ଏବଂ ବାପା ରବିନ୍ଦ୍ର ପାତ୍ର ପୋଲିସରେ ଚାକିରୀ କରୁଥିବା ବେଳେ ମା ନୀଳବେଣୀ ପାତ୍ର କୋରାପୁଟ ରେଳବାଇରେ କିରାଣୀ ଭାବେ କାର୍ଯ୍ୟରତ।୨ ଭାଇଙ୍କ ମୃତ୍ୟୁରେ ପରିବାରରେ ଶୋକରଛାୟା ଖେଳିଯାଇଛି।

Leave a Reply

Your email address will not be published. Required fields are marked *