ଜିଲ୍ଲା ପରିକ୍ରମା

କାର୍ଯ୍ୟାଦେଶ ଓ ପ୍ରୋତ୍ସାହନ ରାଶି ବଂଟନ ମେଳା

ବୌଦ୍ଧ,୦୬ା୦୪(ଓଡ଼ିଆ ପୁଅ ସଜ୍ଜନ କୁମାର ଅଗ୍ରୱାଲା) : ବୌଦ୍ଧ ପଂଚାୟତ ସମିତି ପରିସରରେ ଗ୍ରାମୀଣ ଅବାସ ଯୋଜନାର କାର୍ଯ୍ୟାଦେଶ ଓ ବିଭିନ୍ନ ଯୋଜନାରେ ପ୍ରୋତ୍ସାହନ ରାଶି ବଂଟନ ମେଳା ଅନୁଷ୍ଠିତ ହୋଇଯାଇଛି । ଗୋଷ୍ଠୀ ଉନ୍ନୟନ ଅଧିକାରୀ ନିହାର ରଂଜନ କହଁରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ମେଳାକୁ ମୁଖ୍ୟଅତିଥି ଭାବରେ ବୌଦ୍ଧ ବିଧାୟକ ତଥା ଓଡିଶା ବିଧାନସଭାର ବାଚସ୍ପତି ପ୍ରଦିପ କୁମାର ଅମାତ ପ୍ରଦୀପ ପ୍ରଜ୍ଜଳନ ପୂର୍ବକ ଉଦଘାଟନ କରି ସରକାର ଅନେକ ଜନକଲ୍ୟାଣକାରୀ ଯୋଜନା କାର୍ଯ୍ୟକାରୀ କରିଥିବାବେଳେ ଏହି ଯୋଜନା ଗୁଡିକର ଲାଭ ଗ୍ରାମର ସାଧାରଣଲୋକଙ୍କ ନିକଟରେ ଠିକ୍ ଭାବରେ ପହଂଚାଇବା ପାଇଁ ଉପସ୍ଥିତ ଅଧିକାରୀ ଓ ପଂଚାୟତିରାଜ ପ୍ରତିନିଧିମାନଙ୍କୁ ପରାମର୍ଶ ଦେଇଥିଲେ । ବୌଦ୍ଧବ୍ଲକ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରାଇବାରେ ରାଜ୍ୟସ୍ତରରେ ପ୍ରଥମ ହୋଇ ୧୬ ଲକ୍ଷ ଟଙ୍କା ପୁରସ୍କାର ପାଇଥିବାରୁ ଶ୍ରୀଅମାତ ଜିଲାପ୍ରଶାସନ,ବ୍ଲକ ପ୍ରଶାସନ ଓ ପଂଚାୟତ ପ୍ରତିନିଧିମାନଙ୍କୁ ଅଭିନନ୍ଦନ ଜଣାଇବା ସହିତ ବିକାଶର ଧାରା ଜାରି ରଖିବାକୁ ପରାମର୍ଶ ଦେଇଥିଲେ । ଏହି ଅବସରରେ ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନାରେ ୩୬୪ ଜଣ ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ବଂଟନ କରାଯାଇଥିବାବେଳେ ୩୮୯ ଜଣଙ୍କୁ ମଧୁବାବୁ ପେନଶନ ପ୍ରଦାନ କରାଯାଇଥିଲା । ସେହିପରି ଜିଲା ଶ୍ରମ ବିଭାଗ ପକ୍ଷରୁ ନିର୍ମାଣ ଶ୍ରମିକ ଯୋଜନାରେ ଗୃହ ନିର୍ମାଣ ପାଇଁ ୧୦ ଜଣଙ୍କୁ କାର୍ଯ୍ୟାଦେଶ ବଂଟନ କରାଯାଇଥିବାବେଳେ ୪୦୦ ଜଣ ହିତାଧିକାରୀଙ୍କୁ ସାଇକେଲ ପ୍ରଦାନ,୨୦୦ ଜଣ ଛାତ୍ରଛାତ୍ରୀଙ୍କୁ ପ୍ରୋତ୍ସାହନ ବୃତି,୩୦ ଜଣଙ୍କୁ ବିବାହ ସହାୟତା ଓ ୭ ଜଣ ହିତାଧିକାରୀଙ୍କୁ ମାତୃ ସହାୟତା ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଇଥିଲା । ଏହାବ୍ୟତୀତ ମିଶନ ଶକ୍ତି ଯୋଜନାରେ ୪ ଜଣଙ୍କୁ ସୁପରଭାଇଜର ଭାବରେ ନିଯୁକ୍ତିପତ୍ର ପ୍ରଦାନ କରାଯାଇଥିଲା । ଏହି ଅବସରରେ ଅନ୍ୟତମ ଅତିଥି ଭାବରେ କଂଟାମାଳ ବିଧାୟକ ତଥା ଜିଲା ଯୋଜନା ବୋର୍ଡର ଅଧ୍ୟକ୍ଷ ମହିଧର ରଣା,ଜିଲାପାଳ ମଧୁସୁଦନ ମିଶ୍ର,ଜିଲାପରିଷଦ ଅଧ୍ୟକ୍ଷା ଜ୍ୟୋତ୍ସ୍ନା ଭୋଇ,ବୌଦ୍ଧବ୍ଲକ ଅଧ୍ୟକ୍ଷା ରେବତୀ ମହାଲିକ,ଉପାଧ୍ୟକ୍ଷ ମନୋରଂଜନ ପୁରୋହିତ୍,ବୌଦ୍ଧଗଡ ଏନଏସି ଅ୍ୟକ୍ଷା ଦିପ୍ତୀପ୍ରଭା ସ୍ୱାଇଁ,ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିଦେ୍ର୍ଦଶକ ରାଜେନ୍ଦ୍ର କୁମାର ପଟ୍ଟନାୟକ,ଜିଲା ସମାଜ ମଙ୍ଗଳ ଅଧିକାରୀ ଲକ୍ଷପତି ଭୋଇ,ଭାରପ୍ରାପ୍ତ ଜିଲାଶ୍ରମ ଅଧିକାରୀ ମହାଦେବ ଶୋଭାସୁନ୍ଦର ପ୍ରମୁଖ ଉପସ୍ଥିତ ଥିଲେ । ବୌଦ୍ଧବ୍ଲକ ଆକାଉଂଟ ଅଫିସର ରେମାଂଚ କୁମାର ସାହୁ ଅତିଥି ପରିଚୟ ପ୍ରଦାନ କରିବା ସହିତ ମଂଚ ପରିଚାଳନା କରିଥିଲେ ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top