ଜିଲ୍ଲା ପରିକ୍ରମା

କାର୍ଯ୍ୟରେ ଯୋଗ ଦେଲେ ଅମଲା କର୍ମଚାରୀ

ଖଇରା, ୨୫/୫/୨୦୧୮(ଓଡିଆ ପୁଅ/ନରେନ୍ଦ୍ର ପ୍ରସାଦ ବେହେରା)-ଦୀର୍ଘ ୨୪ ଦିନ ଛୁଟି ପରେ ଆଜି ଅମଲାମାନେ ନିଜ ନିଜ ଅଫିସ କାର୍ଯ୍ୟରେ ଯୋଗଦାନ କରିଛନ୍ତି। ଏହି ୨୪ ଦିନରେ ବାଲେଶ୍ୱର ଜିଲ୍ଲା ଖଇରା ତହସିଲରେ ସମସ୍ତ ଅମଲାମାନେ ସେମାନଙ୍କର ନ୍ୟାର୍ଯ୍ୟ ଦାବି ନିମନ୍ତେ ଆନ୍ଦୋଳନ ଜନିତ ଛୁଟିରେ ଥିବାରୁ ରାଜସ୍ୱ କାର୍ଯ୍ୟ ପାଇଁ ଅଫିସକୁ ଆସୁଥିବା ଜନସାଧାରଣ ବହୁ ଅସୁବିଧାର ସମ୍ମୁଖିନ ହେଉଥିଲେ। ଏଠାରେ ପ୍ରକାଶ ଥାଉକି ସାରା ଓଡିଶାରେ ରାଜସ୍ୱ ଅମଲା ସଂଘ ଦେଇଥିବା ଡାକରାରେ ଗତ ବର୍ଷ ଅଗଷ୍ଟ ମାସରେ ସମସ୍ତ ତହସିଲ, ବ୍ଲକ, ଆଇସିଡିଏସ, ଆରଟିଓ, ଭୂମିଅଧିଗ୍ରହଣ ଅଫିସ, ଜିଲ୍ଲାପାଳ, ଉପଜିଲ୍ଲାପାଳ କାର୍ଯ୍ୟଳୟର ଅମଲାମାନେ ୨୧ ଦିନ ଧାରଣାପରେ ସରକାର ସେମାନଙ୍କର ୯ଦଫା ଦାବିରୁ ୪ ଦଫା ଦାବିକୁ ୨ ମାସ ଭିତରେ ପୂରଣକରିବାକୁ ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ୨ମାସ ପରିବତ୍ତତ୍ତେ ର୍ ୭ ମାସ ଅତିକ୍ରାନ୍ତ ହୋଇଯାଇଥିଲେ ମଧ୍ୟ ସରକାର ପ୍ରତିଶ୍ରୁତି ପାଳନ କରିବାରେ ବିଫଳ ହେବାରୁ ବାଧ୍ୟ ହୋଇ ସମସ୍ତ ରାଜସ୍ୱ ଅମଲା ସଂଘର ସଦସ୍ୟମାନେ ପୁର୍ନବାର ଅର୍ନିଦିଷ୍ଟକାଳ ପାଇଁ ସମୁହ ଛୁଟିରେ ଯିବାକୁ ସରକାରଙ୍କୁ ସଂଘ ମାଧ୍ୟମରେ ଅବଗତ କରାଇଥିଲେ। ସେଥିପାଇଁ ୦୧.୫.୧୮ଠାରୁ ଅର୍ନିଦିଷ୍ଟ କାଳ ପାଇଁ ଛୁଟିରେ ଯାଇଥିଲେ।ଯାହାଫଳରେ କି ଅଫିସ କାର୍ଯ୍ୟ ସଂପୂର୍ଣ୍ଣ ଭାବେ ଠପ୍ ହୋଇଯାଇଥିଲା। ଯାହାହେଉ ସରକାର ଦାବି ଗୋଡିକୁ ବିଚାର କରି ୨୪ ଦିନପରେ ସରକାର ଅର୍ଥ ବିଭାଗ ଦାବିକୁ ବାଦଦେଇ ୪ଟି ଦାବି ମଧ୍ୟରୁ ୩ଟି ଦାବିକୁ ରାଜସ୍ୱ ବିଭାଗର ଚିଠି ନମ୍ବର ୧୮୭୪୧ତା୨୪.୫.୨୦୧୮ରିଖରେ ପୂରଣ କରିଛନ୍ତି।ବର୍ତ୍ତମାନ ସୁଧା ଅମଲାମାନେ ଆଉ ଗୋଟିଏ ଦାବି ପୂରଣ ପାଇଁ ଦାବି କରିଛନ୍ତି। ଆଜିଠାରୁ ଅଫିସ୍ କାର୍ଯ୍ୟ ସ୍ୱାଭାବିକ ଭାବରେ ଚାଲିବ ବୋଲି ଖଇରା ତହସିଲର ଅମଲାମାନେ ପ୍ରକାଶ କରିଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top