କାର୍ଯ୍ୟରେ ଅବହେଳା ଯୋଗୁ ୩ ପଂଚାୟତ ନିର୍ବାହୀ ଅଧିକାରୀ ନିଲମ୍ବିତ

ଯାଜପୁର-୩୧/୭(ଓଡିଆ ପୁଅ/ଏ.ରାଉତ) ଯାଜପୁର ଜିଲ୍ଲାର ସୁକିନ୍ଦା ବ୍ଲକର ପଂଚାୟତ ନିର୍ବାହୀ ଅଧିକାରୀ ପ୍ରଶାନ୍ତ କୁମାର ସେଠୀ, ବର୍ତଣ୍ଡା, ହରିପୁରର ପଂଚାୟତ ନିର୍ବାହୀ ଅଧିକାରୀ ରାମକୃଷ୍ଣ ଦେହୁରୀ ଓ ବଡଚଣା ବ୍ଲକର ପଂଚାୟତ ନିର୍ବାହୀ ଅଧିକାରୀ ଦାଶରଥି ଦଣ୍ଡଜେନାଙ୍କୁ କାର୍ଯ୍ୟରେ ଅବହେଳା କରିଥିବା ଯୋଗୁ ଜିଲ୍ଲାପାଳ ରଂଜନ କୁମାର ଦାସ ନିଲମ୍ବିତ କରିଛନ୍ତି । ଶ୍ରୀ ସେଠୀ କାର୍ଯ୍ୟରେ ଅବହେଳା, ବିନା ଅନୁମତିରେ ବାରମ୍ବାର ଛୁଟିନେବା ଓ ଦାୟିତ୍ୱ ନିର୍ବାହରେ ବିଳମ୍ବ ଯୋଗୁ ନିଲମ୍ବିତ ହୋଇଥିବା ବେଳେ ଶ୍ରୀ ଦେହୁରୀ ଗତ ଅପ୍ରେଲ ୩ତାରିଖ ଠାରୁ ବିନା ଅନୁମତିରେ ଛୁଟିରେ ରହିବା ନେଇ ଓ ଶ୍ରୀ ଦଣ୍ଡଜେନା ଦଶରଥପୁରରୁ ବଡଚଣା ବ୍ଲକକୁ ବଦଳି ହୋଇଥିଲେ ମଧ୍ୟ କାର୍ଯ୍ୟରେ ଯୋଗ ନଦେବା ଏବଂ ଦଶରଥପୁରର ଦାୟିତ୍ୱ ହସ୍ତାନ୍ତର କରୁନଥିବା ଯୋଗୁ ନିଲମ୍ବିତ ହୋଇଛନ୍ତି ।

Leave a Reply

Your email address will not be published. Required fields are marked *