କାର୍ଯ୍ୟରତ ଅଧ୍ୟକ୍ଷକଙ୍କ ପରଲୋକ

ଖଇରା / ବାଲେଶ୍ୱର ୧୩/୧(ନରେନ୍ଦ୍ର ପ୍ରସାଦ ବେହେରା) ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ ବର୍ତ୍ତନା ପଂଚାୟତ ଗମ୍ଭାରିଆ ଗ୍ରାମର ବ୍ୟମୋକେଶ ନାରାୟଣ ବେହେରାଙ୍କର ୫୮ ବର୍ଷ ବୟସରେ ପରଲୋକ ହୋଇଯାଇଛି। ସେ ସୋର ରାଧାନାଥ ଘରୋଇ +୨ ବିଜ୍ଞାନ ମହାବିଦ୍ୟାଳୟରେ କାର୍ଯ୍ୟରତ ଅଧକ୍ଷ ଥିଲେ। ସେ ଜଣେ ସମାଜସେବୀ, ମିଷ୍ଟ ଭାଷୀ, ପରୋପକାରୀ ବ୍ୟକ୍ତି ଥିଲେ। ସୋର ଅଯୋଧ୍ୟା ଆଇଟିଆଇ କଲେଜରେ ମଧ୍ୟ କିଛି ବର୍ଷ ଅଧକ୍ଷତା କରଥିଲେ। ସେ ଗତ କିଛି ଦିନ ଧରି ବୃକକ୍ କେନସର ରୋଗରେ ପୀଡିତ ଥିଲେ। ତାଙ୍କର ବିଧବା ପତ୍ନୀ ସହିତ ୨ ପୁତ୍ର ଅଛନ୍ତି। ତାଙ୍କ ଦେହାନ୍ତେରେ ସମ୍ପୃକ୍ତ ଅଂଚଳରେ ଶୋକର ଛାୟା ଖେଳିଯାଇଛି।

Leave a Reply

Your email address will not be published. Required fields are marked *