ଓଡ଼ିଶା

କାର୍ଯ୍ୟନିର୍ବାହୀ ଯନ୍ତ୍ରୀଙ୍କ ଅବହେଳାରେ – ଆମଗାଁ ଆମବିକାଶ ଆଣ୍ଠେଇଛି

ପୋଲସରା, ୧୪/୦୯/୨୦୧୮ (ଓଡ଼ିଆ ପୁଅ/ନୃସିଂହନାଥ ସ୍ୱାଇଁ) ଓଡିଶା ସରକାର ଗାଁ ଗହଳି ପଞ୍ଚାୟତର ଉନ୍ନତି ପାଇଁ ଆରମ୍ଭ କଲେ ଆମଗାଁ ଆମବିକାଶ କାର୍ଯ୍ୟକ୍ରମ। କିନ୍ତୁ ପୋଲସରା ବ୍ଳକ ବିକାଶର ନା ଧରିବା ତ ଦୁରର କଥା ପଞ୍ଚାୟତ ମାନଙ୍କୁ ବିନାଶ କରିବାକୁ ପଛେଇ ନାହାନ୍ତି। ଓଡିଶା ସରକାର ଓଡିଶାସାରା ବୁଲି ବୁଲି ଆମଗାଁ ଆମବିକାଶ କାର୍ଯ୍ୟକ୍ରମ ପ୍ରଚାର ଏବଂ ପ୍ରସାର ମାଧ୍ୟମରେ ୨ମାସ ଭିତରେ କାର୍ଯ୍ୟ ଗୁଡିକୁ ସମ୍ପୁର୍ଣ୍ଣ କଲେ ପଞ୍ଚାୟତ ସ୍ତରୀୟ ପୁରଷ୍କାର ଦିଆଯିବ ବୋଲି ଘୋଷଣା କରିଥିଲେ। କିନ୍ତୁ ଏହି ବ୍ଳକର କିଛି ପଞ୍ଚାୟତରେ ଏହାକୁ କନିଷ୍ଟ ଯନ୍ତ୍ରୀମାନେ ଅବହେଳା କରୁଥିବା ଦେଖିବାକୁ ମିଳିଛି। ପୋଲସରା ବ୍ଳକର କିଛି ପଞ୍ଚାୟତ ଗତ ପଞ୍ଚାୟତ ନିର୍ବାଚନରେ ପ୍ରଶାସନ ସ୍ତରୀୟ ରାଜନେତାକୁ ପଛରେ ପକାଇ ବିଜୟ ହେବାସହ ଅପ୍ରତିଦ୍ୱନ୍ଦି ଭାବେ କିଛି ପଞ୍ଚାୟତ ଏହି କାର୍ଯ୍ୟକ୍ରମ ପାଇଁ କନିଷ୍ଟ ଯନ୍ତ୍ରୀମାନେ ଅବହେଳା କରୁଥିବା ସ୍ଥଳେ ଆମଗାଁ ଆମବିକାଶ କାର୍ଯ୍ୟକ୍ରମରେ ରାଜନିତୀର ପସାପାଲିରେ ଏଠି ପଞ୍ଚାୟତର ବିକାଶ ବନ୍ଧା ପଡିଛି। ଏହି ବ୍ଳକର କିଛି ପଞ୍ଚାୟତ ତାହା ମଧ୍ୟରୁ ଅନ୍ୟତମ। ତଥା ରୁମାଗଡ, କଳମ୍ବ, ଜା.ଡେଙ୍ଗାପଦର, ବରଗାଁ ଏହି ପଞ୍ଚାୟତ ମାନଙ୍କରେ ଥିବା କନିଷ୍ଟ ଯନ୍ତ୍ରୀ ମାନଙ୍କୁ ବାରମ୍ବାର ପ୍ରତି ୩ମାସରେ ବଦଳି କରିଦିଆଯାଉଛି। ଏହିପରି ଅବସ୍ଥାରେ ଅବହେଳିତ କରାଯାଇଛି ଅପ୍ରତିଦ୍ୱନ୍ଦି ରୁମାଗଡ ପଞ୍ଚାୟତକୁ। ଏହି ପଞ୍ଚାୟତକୁ ଆଜକୁ ୨ମାସ ହେବ ଲକ୍ଷ୍ମୀ ନାରାୟଣ ପଟ୍ଟନାୟକ ନାମକ ଏକ କନିଷ୍ଟ ଯନ୍ତ୍ରୀଙ୍କୁ ଦାୟୀତ୍ୱ ଦିଆଯାଇଛି। କିନ୍ତୁ ଏହି ବାବୁ ଜଣକ ଆଜିସୁଦ୍ଧା ନିଜ ଅଧିନରେ ଥିବା ଖଣ୍ଡୁରୁ, ସୋଡକ, ଜକର, ହାତୀଓଟ ପଞ୍ଚାୟତ ମାନଙ୍କର ଲେଆଉଟ୍ ପ୍ରଦାନ କରି କାର୍ଯ୍ୟ ଆରମ୍ଭ କରିଥିବା ସ୍ଥଳେ ରୁମାଗଡ ପଞ୍ଚାୟତକୁ ଯିବା ତ ଦୁରର କଥା ଲେଆଉଟ୍ ବି ଆଜିସୁଦ୍ଧା ପ୍ରଦାନ କରିନାହାନ୍ତି। ଯାହାଫଳରେ ଏଠି ଆମଗାଁ ଆମବିକାଶ କାର୍ଯ୍ୟକ୍ରମ ଅଣ୍ଠେଇବା କହିଲେ ଅତ୍ୟୁକ୍ତି ହେବନାହିଁ। ଏହେି ଅଭିଯୋଗ ନେଇ ସରପଞ୍ଚ ପ୍ରତିନିଧି ପୁର୍ଣ୍ଣଚନ୍ଦ୍ର ଖଟୁଆ, ସମିତିସଭ୍ୟ ପ୍ରତିନିଧି ଗୌର ବିଷୋୟୀ ଲେଆଉଟ୍ ମାଗି କାର୍ଯ୍ୟ କରିବା ପାଇଁ ବାରମ୍ବାର କନିଷ୍ଠ ଯନ୍ତ୍ରୀଙ୍କ ପାଖକୁ ଯାଇଯାଇ ଆଜକୁ ୨ମାସ ହେଲା ନୟାନ୍ତ ହୋଇସାରିବା ପରେ ଏ ବିଷୟରେ ପୋଲସରା ଗୋଷ୍ଠି ଉନ୍ନୟନ ଅଧିକାରୀ ନୁତନ ଭାବେ ଯୋଗ ଦେଇଥିବା ସମ୍ଭୁନାଥ ନନ୍ଦୀଙ୍କୁ ମଧ୍ୟ ଭେଟି ଲେଆଉଟ୍ ବିଷୟ ମାଗିବା ସହ କନିଷ୍ଠ ଯନ୍ତ୍ରୀଙ୍କ କାର୍ଯ୍ୟକଳାପକୁ ବିଡିଓଙ୍କ ଦୃଷ୍ଟିଗୋଚର କରିଥିଲେ ମଧ୍ୟ ଆଜିସୁଦ୍ଧା କାମ ହେବାତ ଦୁରର କଥା କନିଷ୍ଠ ଯନ୍ତ୍ରୀ ଲକ୍ଷ୍ମୀ ନାରାୟଣ ପଟ୍ଟନାୟକ ଏହି ପଞ୍ଚାୟତ ଦାୟୀତ୍ୱ ନେବାଦିନ ଠାରୁ ଆଜି ପର୍ଯ୍ୟନ୍ତ ପଞ୍ଚାୟତ ଅଫିସ ମାଡିନଥିବା ସ୍ଥାନୀ ୟସରପଞ୍ଚ ଓ ସମିତିସଭ୍ୟା ଅଭିଯୋଗ କରିଛନ୍ତି। ବର୍ତ୍ତମାନ କନିଷ୍ଟ ଯନ୍ତ୍ରୀ ହଇରାଣ କରିବା ଆଳରେ ବୈଷ୍ଣବଦେବୀ ଯାତ୍ରାରେ ଯାଇଥିବା ଶୁଣିବାକୁ ମିଳୁଛି। ଏହି ବିଷୟ ନେଇ ବିଡିଓ ସମ୍ଭୁନାଥ ନନ୍ଦିଙ୍କୁ ପଚାରିବାରୁ ସେ କହିଥିଲେ ଯଦି କନିଷ୍ଟ ଯନ୍ତ୍ରୀ ଲେଆଉଟ୍ ଦେଇନାହାନ୍ତି ତାହେଲେ ମୁଁ ଗୋପାଳକୃଷ୍ଣ ଗୌଡ ସହକାରୀ ଯନ୍ତ୍ରୀଙ୍କୁ ଆଦେସ ଦେବି ସେ ଯାଇ ତୁରନ୍ତ ରୁମାଗଡ ପଞ୍ଚାୟତକୁ ଲେଆଉଟ୍ ପ୍ରଦାନ କରିବା ସହ ବନ୍ଦଥିବା ୭ଟି ପ୍ରକଳ୍ପର ରୁମାଗଡ, ଖପରାଗଣ୍ଡା, କନ୍ଧପଲ୍ଲୀ ପ୍ରାୟ ୧୮ଲକ୍ଷ ଟଙ୍କାର କାମ ତୁରନ୍ତ ସରିଲା ପର୍ଯ୍ୟନ୍ତ ସହଯୋଗ କରିବେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top