କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ବିୟୋଗରେ ଶୋକ

ତିର୍ତ୍ତୋଲ ୧୮/୦୮ (ଓଡ଼ିଆ ପୁଅ/ଟୁକନ ସେଠୀ) – ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ବିଷନପୁୂର ପଞ୍ଚାୟତ ମଣପୁର ଗ୍ରାମର କାର୍ଯ୍ୟନିର୍ବାହୀ ଅଧିକାରୀ ସନ୍ତୋଷ କୁମାର ମହାନ୍ତିଙ୍କ ବିୟୋଗରେ ଶୋକସଭା ଅନୁଷ୍ଠିତ ହୋଇଯାଇଛି। ତିର୍ତ୍ତୋଲ ବ୍ଲକ ବିଜେଡ଼ି ସଭାପତି ତଥା ବିଷନପୁର ପଞ୍ଚାୟତର ସରପଞ୍ଚ ବସନ୍ତ କୁମାର ମହାପାତ୍ରଙ୍କ ସଭାପତିତ୍ୱ କରିଥିବାବେଳେ ସମିତସଭ୍ୟ ଅମୁଲ୍ୟ ମହାପାତ୍ର, ଧ୍ୟାନକେତନ ସିଂହ, ହିରଣ୍ୟ ଖୁଣ୍ଟିଆ, ମନୋଜ ସିଂ, ପ୍ରତାପ ନାୟକ, ସରୋଜ ମହାପାତ୍ର, ବରଦା ପ୍ରସନ୍ନ ସାହୁ, ସିତାକାନ୍ତ ମହାନ୍ତି, ଅଶୋକ ବିଶ୍ୱାଳ, ବିମଳ ପ୍ରସାଦ ବରାଳ, ବିଷ୍ଣୁ ପ୍ରସାଦ ଦାସ, ସେଖ୍ ଜାନ୍ ଅଲ୍ଲି, ସେଖ୍ ମାଜିଦ୍ ଅଲ୍ଲି, ଶିଶିର କୁମାର ମହାପାତ୍ର, ବସନ୍ତ ସୁତାର, ଅଜୟ କୁମାର ଦାସ, ଭାଗ୍ୟଧର ମାହାଳୀ, ନିହାର ରଞ୍ଜନ ମହାନ୍ତି, ଅଦୈତ ମହାନ୍ତି ପ୍ରମୁଖ ଯୋଗଦେଇ ସ୍ୱର୍ଗତ ମହାନ୍ତିଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ଦୁଇ ମିନିଟ୍ ନିରବ ପ୍ରାର୍ଥନା କରିବା ସହିତ ଶ୍ରଦ୍ଧା ସୁମନ ଜ୍ଞାପନ କରିଥିଲେ। ସୂଚନାଯୋଗ୍ୟଯେ ସନ୍ତୋଷ କୁମାର ମହାନ୍ତି ଏରସମା ବ୍ଲକ ଅର୍ନ୍ତଗତ କାନଦେଇପୁୂର ପଞ୍ଚାୟତର କାର୍ଯ୍ୟନିର୍ବାହୀ ଅଧିକାରୀଭାବେ କାର୍ଯ୍ୟରତ ଥିଲେ। ଗତ ଅଗଷ୍ଟ ୧୫ ତାରିଖ ଦିନ ପତାକା ଉତ୍ତୋଳନ କରିବାପାଇଁ ପଞ୍ଚପଲ୍ଲୀ ଗୋଡ଼ା ରାସ୍ତାର ନରସିଂହପୁର ଠାରେ ବାଇକ୍ ଯୋଗେ ଯାଉଥିବାବେଳେ ବିପରିତ ଦିଗରୁ ଦୃତ ଗତିରେ ଆସୁଥିବା ଅନ୍ୟଏକ ବାଇକ୍ ଶ୍ରୀ ମହାନ୍ତିଙ୍କ ବାଇକ୍୍କୁ ଧକ୍କା ଦେଇଥିଲା। ଯାହାଫଳରେ ଶ୍ରୀ ମହାନ୍ତି ବାଇକ୍ରୁ ଛିଟିକି ପଡ଼ିଥିେଲ। ତାଙ୍କ ମୁଣ୍ଡ ଓ ଛାତିରେ ଶକ୍ତ ଆଘାତ ଲାଗିଥିଲା। ତାଙ୍କୁ ସଙ୍ଗେ ସଙ୍ଗେ ନିକଟସ୍ଥ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ତାଙ୍କ ଅବସ୍ଥା ଗୁରୁତର ଥିବାରୁ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା। ସେଠାରେ ଡ଼ାକ୍ତର ତାଙ୍କର ମୃତ୍ୟୁ ବୋଲି ଘୋଷଣା କରିଥିଲେ।

Leave a Reply

Your email address will not be published. Required fields are marked *