ଗଜପତି

କାର୍ଯ୍ୟକାରୀ ହେବ ନୋ-ହେଲମେଟ ନୋ- ପେଟ୍ରୋଲ

ପାରଳାଖେମୁଣ୍ଡି,୨୪ା୨(ଓଡିଆ ପୁଅ/ପ୍ରଶାନ୍ତ କୁମାର ନାୟକ)- ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସ୍ଥିତ ଜିଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ଜିଲା ସଡକ ସୁରକ୍ଷା କମିଟିର ଏକ ବୈଠକରେ ଏଣିକି ନୋ-ହେଲମେଟ ନୋ-ପେଟ୍ରୋଲ କାର୍ଯ୍ୟକାରୀ ହେବ ବୋଲି ନିଷ୍ପତି ହୋଇଛି । ପାରଳାଖେମୁଣ୍ଡି ସହରରେ ଜନସଂଖ୍ୟା ବୃଦ୍ଧି ସହ ୨ଚକିଆ ଯାନର ବୃଦ୍ଧିକୁ ଦୃଷ୍ଟି ରଖି ଚାଳକମାନଙ୍କ ହେଲମେଟ ପିନ୍ଧିବା ବାଧ୍ୟତାମୁଳକ ପ୍ରତି ଅଧିକ ଗୁରୁତ୍ୱ ଦିଆଯାଇଛି । ସଡକ ସୁରକ୍ଷାକୁ ନେଇ ଦେଶର ସର୍ବୋଚ୍ଚ ନ୍ୟାୟାଳୟର ରହିଥିବା କଡା ନିଦେ୍ର୍ଦଶକୁ ପାଳନ କରିବାପାଇଁ ଗଜପତି ଜିଲା ପ୍ରଶାସନ ପକ୍ଷରୁ ଏ ସମନ୍ଧିୟ କେତେକ ଆଇନକୁ କଡାକଡି ଭାବେ କାର୍ଯ୍ୟକାରୀ କରିବା ପାଇଁ ଜିଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ଜିଲା ସଡକ ସୁରକ୍ଷା କମିଟି ବୈଠକରେ ଜିଲାପାଳ ଅନୁପମ ସାହା ନିଦେ୍ର୍ଦଶ ଦେଇଛନ୍ତି । ୨ଚକିଆ ଯାନ ଚାଳକମାନଙ୍କୁ ଏଣିକି ହେଲମେଟ ନପିନ୍ଧିଲେ ପେଟ୍ରୋଲ ଟ୍ୟାଙ୍କିରେ ପେଟ୍ରୋଲ ମିଳିବନାହିଁ । ଅନ୍ୟପକ୍ଷରେ ନାବାଳକ ଓ ନାବାଳିକାମାନେ ୨ଚକିଆ ଯାନ ଚଲାଇବା ପ୍ରତି କଡା ସତର୍କ ନଜର ଦିଆଯିବ ବୋଲି ବୈଠକରେ ଆଲୋଚନା ହୋଇଛି । ସେହିପରି ମଦ୍ୟପାନ କରି ଗାଡି ଚଲାଇବା, ଦୃତଗତିରେ ଗାଡି ଚଲାଇବା ଏବଂ ବିନା ଲାଇସେନ୍ସରେ ଯେକୌଣସି ଗାଡି ଚଲାଇବା ପ୍ରତି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହ ଜରିମାନା ଆଦାୟ କରିବା ନିଦେ୍ର୍ଦଶ କରାଯାଇଛି । ୪ଚକିଆ ଗାଡିଗୁଡିକ ସମେତ ଅଟୋ ଗାଡିଗୁଡିକର ପରମିଟ ହେବ । ଅଟୋ, କମାଣ୍ଟର, ଟେକ୍ସି, ବସ ପ୍ରଭୃତି ଗାଡି ବେଳେ ବେଳେ ଆବଶ୍ୟକ ଠାରୁ ଅଧିକ ଯାତ୍ରୀନେବା ଏବଂ ମାଲ ପରିବାହନ ପ୍ରତି କଡା ନଜର ରଖାଯିବା ସହ ସହରରେ ଟ୍ରାଫିକ ସମସ୍ୟାକୁ ଦୃଷ୍ଟିରେ ରଖି ରାସ୍ତା ଉପରୁ ଜବରଦଖଲ ଉଚ୍ଛେଦ ନିଷ୍ପତି ହୋଇଛି । ସେହିପରି ନୋ ପାର୍କିଂ ଜୋନରେ ଯାନବାହନ ରଖିଲେ ଜରିମାନା ଆଦାୟ କରାଯାଇ ଟ୍ରାଫିକ ନିୟମଗୁଡିକୁ କଡାକଡି ଭାବେ ପାଳନ କରାଯିବାକୁ ନିଷ୍ପତି ନିଆଯାଇଛି । ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଜିଲା ଆରକ୍ଷି ଅଧ୍ୟିକ୍ଷକ ଅମୁଲ୍ୟ କୁମାର ଦାସ, ଆଞ୍ଚିଳିକ ପରିବହନ ଅଧିକାରୀ ବସନ୍ତ କୁମାର ମହାପାତ୍ର, ପୌରନିର୍ବାହି ଅଧିକାରି ଅଶୋକ କୁମାର ରାଉତ ପ୍ରମୁଖଙ୍କ ସହ ଅନ୍ୟାନ୍ୟ ବହୁ ଅଧିକାରୀ ଉପସ୍ଥିତ ଥିଲେ ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top