ଓଡ଼ିଶା

କାର୍ଯ୍ୟକାରୀ ହେଉନି ଜିଲାପାଳଙ୍କ ବେଗ ନିୟନ୍ତ୍ରଣ ନିର୍ଦ୍ଦେଶନାମା ଭଦ୍ରକ-ଚାନ୍ଦବାଲି ରାସ୍ତା ପାଶ୍ୱର୍ରେ ରହିଛି ୩୦ରୁ ଊର୍ଦ୍ଧ୍ୱ ସ୍କୁଲ

ଭଦ୍ରକ, ୨୩ା୭ (ଓଡ଼ିଆ ପୁଅ / ପ୍ରମୋଦ ରାୟ) – ଭଦ୍ରକ-ଚାନ୍ଦବାଲି ରାଜ୍ୟ ରାଜପଥ ସଂପ୍ରସରାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ରାସ୍ତା ଓସାରିଆ ହୋଇଥିବାରୁ ଗାଡି ଚାଳକମାନେ ବେପରୁଆ ଭାବେ ଗାଡି ଚଳାଉଛନ୍ତି। ବିନା ଲାଇସେନ୍ସ, ମଦ ପିଇ ଦ୍ରୁତଗତିରେ ଗାଡି ଚଳାଇ ଦୁର୍ଘଟଣାରେ ଶିକାର ହେବା ଏବେ ନିତିଦିନିଆ ଘଟଣା ହୋଇଗଲାଣି। ବେଗ ନିୟନ୍ତ୍ରଣକୁ ରୋକିବା ପାଇଁ ଭଦ୍ରକ ଜିଲାପାଳ ନିକଟରେ ଏକ ନିର୍ଦ୍ଦେଶନାମା ଜାରି କରିଥିଲେ। ସେଥିରେ ବିଭିନ୍ନ ରାସ୍ତାରେ କେତେ କିମି ବେଗରେ ଗାଡି ଯିବ ତାହା ମଧ୍ୟ ଏହି ନିର୍ଦ୍ଦେଶନାମାରେ ପ୍ରକାଶ ପାଇଥିଲା। ଜାତୀୟ ରାଜପଥରେ ମାଲବାହୀ ଗାଡି ଘଣ୍ଟାକୁ ୬୦ କିମି, ଯାତ୍ରୀବାହି ଗାଡି ଘଣ୍ଟାକୁ ୮୦ କିମି ଓ ୨ ଚକିଆ ଗାଡି ଘଣ୍ଟାକୁ ୬୦ କିମି ବେଗରେ ଯିବାର ନିର୍ଦ୍ଦେଶନାମା ପ୍ରକାଶ ପାଇଥିଲା। ଜାତୀୟ ରାଜପଥ ପରେ ଅନ୍ୟ ରାସ୍ତାମାନଙ୍କରେ ମାଲବାହୀ ଗାଡି ଘଣ୍ଟାପ୍ରତି ୪୦ କିମି, ଯାତ୍ରୀବାହି ଓ ୨ ଚକିଆ ଗାଡି ୪୦ କିମି ବେଗରେ ଯିବା ପାଇଁ ନିର୍ଦ୍ଦେଶନାମା ପ୍ରକାଶ ପାଇଥିଲା। ଏ ସମ୍ବଦ୍ଧରେ ସଚେତନତା ସୃଷ୍ଟି କରିବା ପାଇଁ ପୂର୍ତ୍ତ ବିଭାଗ ଜାତୀୟ ରାଜପଥର ନିର୍ଦ୍ଦେଶକ ତଥା ଅନ୍ୟାନ୍ୟ ବିଭାଗ ଏଥିପାଇଁ ଯତ୍ନବାନ ହେବାକୁ ଏହି ନିର୍ଦ୍ଦେଶନାମାରେ ଉଲ୍ଲେଖ ରହିଥିଲା। ହେଲେ ଏ ପର୍ଯ୍ୟନ୍ତ ତାହା କାର୍ଯକାରୀ ହୋଇପାରିଲା ନାହିଁ। ଭଦ୍ରକ-ଚାନ୍ଦବାଲି ୯ନଂ ରାଜ୍ୟ ରାଜ୍ୟପଥକୁ ଯଦି ବିଚାରକୁ ନିଆଯାଏ, ତେବେ ଏହି ରାଜ୍ୟ ରାଜପଥଟି ଏବେ ବିଶ୍ୱବ୍ୟାଙ୍କ ଓ କାର୍ଯ୍ୟ କରୁଥିବା ଠିକାଦାରଙ୍କ ଅଧୀନରେ ଅଛି। ଏଣୁ ଏଥିରେ ପୂର୍ତ୍ତ ବିଭାଗ କିଛି କରିପାରିବ ନାହିଁ, ଯାହା କରିବ ବିଶ୍ୱବ୍ୟାଙ୍କର ଏଜେନ୍ସି। ଚାନ୍ଦବାଲି ଥାନା ଅଧୀନରେ ଖେରଙ୍ଗରୁ ଚାନ୍ଦବାଲି ମଧ୍ୟରେ ରାସ୍ତା ପାଶ୍ୱର୍ରେ ଏକାଧିକ ବିଦ୍ୟାଳୟ ରହିଛି। ନାଲଗୁଣ୍ଡା ପ୍ରାଥମିକ, ପଞ୍ଚାୟତ ହାଇସ୍କୁଲ, ମତୋ ଆରଆର ଏମଇ, ମତୋ ମଇ ବିଦ୍ୟାଳୟ, ମତୋ ଉଚ୍ଚ ବିଦ୍ୟାଳୟ, ମତୋ ଫିଡର, ଆଦର୍ଶ ବିଦ୍ୟାଳୟ, ଚଷାଖଣ୍ଡ ପ୍ରାଇମେରୀ, ମହୁଲିଆ ମଇ, ମହୁଲିଆ ସରସ୍ୱତୀ ଶିଶୁମନ୍ଦିର, କଖାରୁଡିହ ପ୍ରାଇମେରୀ, କୁଆଁରସର ୟୁଜିଏମଇ, ପାଞ୍ଚପଡା ପ୍ରାଇମେରୀ ମଇ ଉଚ୍ଚ ବିଦ୍ୟାଳୟ, ବରେହିଁପୁର ପ୍ରାଇମେରୀ, ଉର୍ଦ୍ଦୁ ବିଦ୍ୟାଳୟ ଭଳି ଅନ୍ୟାନ୍ୟ ଶିକ୍ଷାନୁଷ୍ଠାନକୁ ପିଲାମାନେ ଏହି ରାସ୍ତା ପାରିହୋଇ ଯିବା ଆସିବା କରନ୍ତି। ଏଣୁ ଏହିସବୁ ସ୍ଥାନରେ ଛାତ୍ରଛାତ୍ରୀ ଅସୁରକ୍ଷିତ ଥିବା ଜଣାପଡିଛି। ପ୍ରଶାସନ ଏଥିପ୍ରତି ନଜର ଦେବାକୁ ଦାବି ହେଉଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top