ଓଡ଼ିଶା

କାର୍ତ୍ତିକ ମାସରେ ହବିଷ୍ୟାଳିଙ୍କ ପାଇଁ ସ୍ୱାତନ୍ତ୍ର ବ୍ୟବସ୍ଥା

ପୁରୀ:୩/୮(ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ):ପାଖେଇ ଆସୁଛି ପବିତ୍ର କାର୍ତିକ ମାସ। ଶ୍ରୀକ୍ଷେତ୍ର ପୁରୀରେ ଏହି ମାସରେ ହଜାର ହଜାର ହବିଷ୍ୟାଳିଙ୍କ ଭିଡ଼ ଲାଗେ। ଏ ନେଇ ପ୍ରଶାସନିକ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ହବିଷ୍ୟାଳିମାବେ କିପରି ସୁରୁଖୁରୁରେ କାର୍ତିକ ମାସ ପାଳି କରିବେ ସେ ନେଇ ଗୁରୁବାର ଏକ ପ୍ରସ୍ତୁତି ବୈଠକ ରାଜସ୍ୱ ମନ୍ତ୍ରୀ ମହେଶ୍ୱର ମହାନ୍ତିଙ୍କ ଅଧ୍ୟକ୍ଷତାରେ ପୁରୀ ସର୍କିଟ୍ ହାଉସ୍ ଠାରେ ଅନୁଷ୍ଠିତ ହୋଇଯାଇଛି। କାର୍ତିକ ମାସକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ୩ହଜାର ହବିଷ୍ୟାଳିଙ୍କ ରହିବା ବ୍ୟବସ୍ଥା କରାଯିବ ବୋଲି ବୈଠକରେ ନିଷ୍ପତି ହୋଇଛି। ସହରରେ ଥିବା ବିଭିନ୍ନ କଲ୍ୟାଣ ମଣ୍ଡପ ଓ ରେଳବାଇ ଯାତ୍ରୀ ନିବାସରେ ସମସ୍ତଙ୍କର ରହିବା ବ୍ୟବସ୍ଥା କରାଯିବ। ସମସ୍ତ ହବିଷ୍ୟାଳିଙ୍କୁ ମାଗଣାରେ ମହାପ୍ରସାଦ ଯୋଗାଇ ଦିଆଯିବ। ଏହା ବାଦ୍ ପୂଜାପିଣ୍ଡି, ସୁରକ୍ଷା ଓ ସ୍ୱାସ୍ଥ୍ୟ ସେବା ବ୍ୟବସ୍ଥା ବି କରାଯାଇଛି।ହବିଷ୍ୟାଳିଙ୍କ ତୀର୍ଥ ପୁଷ୍କରିଣୀ ସ୍ନାନ ଓ ମନ୍ଦିର ଦର୍ଶନରେ ଯେ ଭଳି ଅସୁବିଧା ନ ହୁଏ ସେଥି ପ୍ରତି ଦୃଷ୍ଟି ଦେବାକୁ ଜିଲ୍ଲା ପ୍ରଶାସନଙ୍କୁ କୁହାଯାଇଛି। ପ୍ରବଚନ ପରିବେଷଣ କରିବାକୁ ନିଷ୍ପତି ହୋଇଛି। ବୈଠକରେ ବୟସ୍କ ହବିଷ୍ୟାଳିଙ୍କ ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା ଉପରେ ଗୁରୁତ୍ୱାରୋପ କରାଯାଇଥିଲା। ଏହି ବୈଠକରେ ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଡ଼.ଉଦ୍ଧବ ଚନ୍ଦ୍ର ମାଝି, ପୁରୀ ପୈାର ସଂସ୍ଥାର ନିର୍ବାହୀ ଅଧିକାରୀ ଶ୍ରୀକାନ୍ତ ତରାି, ସର୍ବଶିକ୍ଷା ଅଭିଯାନ ଜିଲ୍ଲା ପ୍ରକଳ୍ପ ସଂଯୋଜନା ସୈାନ୍ଦର୍ଯ୍ୟା ମଞରୀ ଦାସ, ପର୍ଯ୍ୟଟକ ଅଧିକାରୀ ବିଜୟ ଜେନା, ଜିଲ୍ଲା ସହକାରୀ ଚିକିତ୍ସା ଅଧିକାରୀ ଭୂ ଅର୍ଜନ ଅଧିକାରୀ ପ୍ରଶାନ୍ତ ଜେନା ପ୍ରମୁଖ ଉପସ୍ଥିତ ଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top