ଆମ ସଂସ୍କୃତି, କଳା ଓ ଐତିହ୍ୟ

କାର୍ତ୍ତିକ ପ୍ରଥମ ସୋମବାରରେ ଭକ୍ତିମୟ ଶୈବପୀଠ

କୋଦଳା : ୨୯/୧୦(ଓଡ଼ିଆ ପୁଅ/ସୁଶାନ୍ତ କୁମାର ପଟ୍ଟନାୟକ) ଧାର୍ମିକ ମାସ କାର୍ତ୍ତିକ ଆରମ୍ଭରୁ ହିଁ କାର୍ତ୍ତିକ ବ୍ରତଧାରୀ, ହବିଷ୍ୟାଳି ଓ ଶ୍ରଦ୍ଧାଳୁ ମାନଙ୍କ ବିଭିନ୍ନ ମନ୍ଦିରରେ ସକାଳ ଓ ସଂଧ୍ୟାରେ ଗହଳି ପରିଲକ୍ଷିତ ହେଉଛି। ମାସର ପ୍ରଥମ ସୋମବାରରେ ବିଶେଷ କରି ଶୈବପୀଠ ମାନଙ୍କରେ ଭିଡ ଦେଖିବାକୁ ମିଳିଛି।ମହିଳା ମାନେ ସାଧାରଣତଃ ସୋମବାର ଉପବାସ କରିବା ପାଇଁ ଶିବ ମନ୍ଦିର ମାନଙ୍କରେ ପୂଜାର୍ଚ୍ଚନା ପାଇଁ ଲମ୍ବା ଲାଇନରେ ଛିଡା ହେବା ଦେଖିବାକୁ ମିଳିଥିଲା। ଓଁ ନମଃ ଶିବାୟ ଧ୍ବନିରେ ପ୍ରକମ୍ପିତ ହୋଇଥିଲା ବିଭିନ୍ନ ଶୈବପୀଠ।
କୋଦଳା ଅଞ୍ଚଳର ପ୍ରସିଦ୍ଧ ତଥା ପ୍ରତ୍ଯକ୍ଷ ଚଳନ୍ତି ଠାକୁର ଭାବେ ମନା ଯାଉଥିବା ବାବା ଦଣ୍ଡିଶ୍ବର ମହାଦେବଙ୍କ ପୀଠରେ ଶହ ଶହ ସଂଖ୍ଯାରେ ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଛି। ଧୂପ, ଦୀପ, ଫୁଲ, ବେଲପତ୍ର, ନୈବେଦ୍ୟରେ ବାବା ଦଣ୍ଡିଶ୍ବରକୁଂ ପୂଜାର୍ଚ୍ଚନା ପୂର୍ବକ ବ୍ରତ ରଖିଛନ୍ତି ମାନସିକଧାରୀ।ମନ୍ଦିରରେ ଜନସମାଗମକୁ ଦୃଷ୍ଟିରେ ରଖି ମନ୍ଦିର କମିଟି ପକ୍ଷରୁ ସ୍ବତନ୍ତ୍ର ସୁବିଧା କରାଯାଇଥିବା ସହ ଶ୍ରଦ୍ଧାଳୁଙ୍କ ପାଇଁ ଠାକୁରଙ୍କ ପ୍ରସାଦ ମଧ୍ୟ ବିକ୍ରି କରାଯାଉଛି।
ମହା କାର୍ତ୍ତିକ ମାସର ଏହା ପ୍ରଥମ ସୋମବାର, କିନ୍ତୁ ଆଗାମୀ ସୋମବାର ଦିନ ଗୁଡିକରେ ଆହୁରି ଅନେକ ଭିଡ଼ ହୋଇପାରେ ବୋଲି ଆଶଙ୍କା କରାଯାଉଛି। ଏହାଛଡା ବେଗୁନିଆପଡ଼ା ଅଞ୍ଚଳର ପ୍ରସିଦ୍ଧ ଶୈବପୀଠ ଶାକୁଂଡାର ଧବଳେଶ୍ବର, ବେଗୁନିଆପଡ଼ା, ଶାଳବଣ, ମର୍ଦ୍ଦକୋଟର ବାବା ସିଦ୍ଧେଶ୍ଵର, ଫାଶି ମାଣିକେଶ୍ଵର ପ୍ରଭୃତି ଶୈବପୀଠ ମାନଙ୍କରେ ଜନସମାଗମ ଦେଖିବାକୁ ମିଳିଥିଲା।
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top